Advertisment

ଶିଡ଼ିରୁ ଖସି ପଡ଼ିଲେ ପପୁଲାର୍‌ ସିଙ୍ଗର୍‌ ଜୁବିନ୍ ନୌଟିୟାଲ, ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ

ପପୁଲାର୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଜୁବିନ୍‌ ନୌଟିୟାଲ୍ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଘରେ ଥିବାବେଳେ ସେ ଶିଡ଼ିରୁ ଖସି ପଡ଼ିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jubin Nautiyal

Jubin Nautiyal rushed to hospital

ପପୁଲାର୍‌ ପ୍ଲେବ୍ୟାକ୍‌ ସିଙ୍ଗର୍‌ ଜୁବିନ୍‌ ନୌଟିୟାଲ୍ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁବାର ଦିନ ଘରେ ଥିବାବେଳେ ସେ ଶିଡ଼ିରୁ ଖସି ପଡ଼ିଥିବା ଜଣାପଡ଼ିଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର କହୁଣୀ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡ ଓ କପାଳରେ ମଧ୍ୟ ଗଭୀର ଆଘାତ ଲାଗିଛି। ମୁମ୍ବାଇର ଏକ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଛି। ହାତରେ ଗଭୀର ଆଘାତ ଲାଗିବା ଯୋଗୁ ତାଙ୍କର ଡାହାଣ ହାତ ଅପରେସନ୍‌ ହୋଇଛି।

Advertisment

ନିକଟରେ ଜୁବିନ୍‌ଙ୍କ ନୂଆ ଗୀତ ‘Tu Saamne Aaye’ ରିଲିଜ୍‌ ହୋଇଥିଲା। ଏହି ଗୀତକୁ ସେ ୟୋହାନିଙ୍କ ସହ ଗାଇଛନ୍ତି। ଗୁରୁବାର ଦିନ ଉଭୟଙ୍କୁ ଗୀତର ରିଲିଜ୍‌ ବେଳେ ଦେଖିବାକୁ ମିଳିଥିଲା। ଏହାପରେ ଜୁବିନ୍‌ ଆହତ ହୋଇଥିଲେ। ଡାହାଣ ହାତ ଅପରେସନ୍‌ ହୋଇଥିବାରୁ ଏହି ହାତରେ କୌଣସି କାମ ନକରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। 

Advertisment


 
 
 
 
 
 
 
 
 
 
 
 
 
 

A post shared by Jubin Nautiyal (@jubin_nautiyal)


ଟପ୍‌ ଗୀତର ସିଙ୍ଗର ହେଉଛନ୍ତି ଜୁବିନ୍‌...

ଅନେକ ସଂଘର୍ଷ ପରେ ଜୁବିନ୍‌ ନୌଟିୟାଲ୍ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ନାଁ କମାଇଛନ୍ତି। ଗତ କିଛିଦିନ ହେବ ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ ହୋଇଥିଲା। ‘Raataan Lambiyaan’, ‘Lut Gaye’, ‘Humnava Mere and Tujhe Kitne Chahne Lage Hum’, ‘Tum Hi Aana’, ‘Bewafa Tera Masoom Chehra’ ଇତ୍ୟାଦି ଗୀତ ଗାଇ ଜୁବିନ୍ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। 


 
 
 
 
 
 
 
 
 
 
 
 
 
 

A post shared by Jubin Nautiyal (@jubin_nautiyal)

Jubin Nautiyal
Advertisment
Advertisment