• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଣବୀର ସିଂ ନିଜର ପରିଧାନ ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ ରହିଆସିଛନ୍ତି । ଏହି ବଲିଉଡ୍ ଅଭିନେତା ସେ ବେଳେବେଳେ ପତ୍ନୀ ଦୀପିକାଙ୍କ ଡ୍ରେସ୍ ପିନ୍ଧିଦେଇ ପାର୍ଟି-ଫଙ୍କସନକୁ ପଳାଇ ଆସନ୍ତି ବୋଲି ମଜାରେ କହନ୍ତି ତାଙ୍କ ପ୍ରଶଂସକ । ଆଉ ସୋସିଆଲ୍ ମିଡିଆରେ ଏଥିପାଇଁ ସେ ଟ୍ରୋଲ୍‌ ବି ହୁଅନ୍ତୁ । ହେଲେ ଏବେ ନିଜ ବସ୍ତ୍ର ପାଇଁ ନୁହେଁ ବରଂ ନିର୍ବସ୍ତ୍ର ହୋଇ ବିବାଦ ଓ ସମାଲୋଚନା ଘେରକୁ ଆସିଛନ୍ତି ରଣବୀର । ଏକ ପତ୍ରିକା ପାଇଁ ନଗ୍ନ ଫଟୋସୁଟ୍ କରିବା ପରେ ସେଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଆଇନର ଜାଲରେ ବି ଛନ୍ଦି ହେବାକୁ ପଡ଼ିଛି ।

ମୁଣ୍ଡରୁ ପାଦ ଯାଏଁ... ପୂରା ନଗ୍ନ, ନିର୍ବସ୍ତ୍ର । କେଉଁଠି ଶୋଇ, କେଉଁଠି ବସି, ଆଉ କେଉଁଠି ବିଭିନ୍ନ ଭଙ୍ଗୀରେ ଛିଡ଼ା ହୋଇ ଏକ ପତ୍ରିକା ପାଇଁ ଫଟୋସୁଟ୍ କରିଛନ୍ତି ରଣବୀର ସିଂ । ହେଲେ ଶରୀର ପୂରା ଉଲଗ୍ନ, କେଉଁଥିରେ ଅନ୍ତବସ୍ତ୍ର ଖଣ୍ଡେ ପିନ୍ଧିଛନ୍ତି, ତ ଆଉ କେଉଁଠି ପୂରା ଫୁଙ୍ଗୁଳା ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ବିବାଦ ଘେରକୁ ଟାଣି ଆଣିଛି ।

ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲ୍ କରାଯାଉଛି । ଆଉ ଭାଇରାଲ୍ ହେଉଛି କେତେ କଣ ମିମ୍ । ତେବେ ଖାଲି ସୋସିଆଲ୍ ମିଡିଆରେ ସମାଲୋଚନା ନୁହେଁ ଏଭଳି ଫଟୋ ସୁଟ୍ ମହିଳାଙ୍କ ଭାବନାକୁ ଆହତ କରୁଛି ବୋଲି ଅଭିଯୋଗ ହେବା ପରେଅ ରଣବୀର ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ଚେମ୍ବୁର ଥାନା ପୋଲିସ । ଏକ ଏନଜିଓ ପ୍ରତିଷ୍ଠାତା ଲଳିତ ଶ୍ୟାମ ଚେମ୍ବୁର ଥାନାରେ ଏନେଇ ଏତଲା କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ଏଥିସହ ସୋସିଆଲ ମିଡିଆରୁ ତାଙ୍କର ନଗ୍ନ ଫଟୋ ହଟାଇବାକୁ ବି ଦାବି ହୋଇଛି । ରଣବୀରଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୫୦୯, ୨୯୨, ୨୯୪ ଏବଂ ଆଇଟି ଆକ୍ଟ ୬୭-ଏ ଏହି ସବୁ ମାମଲାରେ ତାଙ୍କୁ ସର୍ବାଧିକ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରିବ ।

ମୁମ୍ବାଇ ପୋଲିସ ମଧ୍ୟ ଏକ ବିବୃତି ଜାରି କରିଛି ଯେ, ବିପୁଳ ଅର୍ଥ ଆୟ କରିବା ଉଦ୍ଦେଶ୍ୟରେ ଏଭଳି ନ୍ୟୁଡ୍ ଫଟୋ ପୋଷ୍ଟ କରି ରଣବୀର ଛୋଟ ପିଲାଙ୍କ ଉପରେ ଏବଂ ସର୍ବୋପରି ସମାଜ ଉପରେ ଖରାପ ପ୍ରଭାବ ପକାଇଛନ୍ତି । ଏହା ମହିଳାଙ୍କର ମଧ୍ୟ ମର୍ଯ୍ୟାଦା ହାନି କରିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR ବି ରଣବୀର ସିଂଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଏଭଳି ବିଷୟବସ୍ତୁ ଛୋଟ ପିଲାଙ୍କ ହାତକୁ ଆସିବା ଉଚିତ ନୁହେଁ , ଏହା ତାଙ୍କୁ ମାନସିକ ଆଘାତ ଦେବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।