Advertisment

ପ୍ରକୃତି ମିଶ୍ରଙ୍କୁ ୮ଟି ପ୍ରଶ୍ନ ପଚାରିଲା ପୋଲିସ

ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Prakruti Mishra

Prakruti Mishra

ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ମାମଲାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ପୋଲିସର ଘଣ୍ଟାଏ ଜେରା। ପ୍ରକୃତିଙ୍କ ଘରକୁ ଯାଇ ଜେରା କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ। ଘଟଣା ସଂପର୍କରେ ପ୍ରକୃତିଙ୍କୁ ପଚରାଉଚରା କରାଯାଇଥିବା ଖାରବେଳନଗର ଥାନା ଆଇଆଇସି କହିଛନ୍ତି- ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଇଛି। ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି। ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରିଥିବା ଥାନାଧିକାରୀ କହିଛନ୍ତି।

Advertisment

ପ୍ରକୃତିଙ୍କୁ କଣ ପଚାରିଲା ପୋଲିସ?

  1. କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ୍-ପ୍ରକୃତି-ତୃପ୍ତି?
  2. ପ୍ରକୃତିଙ୍କୁ କାହିଁକି ମାଡ଼ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ?
  3. ରାସ୍ତା ଉପରେ ହାଇଡ୍ରାମା ବେଳେ କେଉଁମାନେ ଉପସ୍ଥିତ ଥିଲେ?
  4. ଘଟଣା ସମୟର ଭିଡିଓ କିଏ ସୁଟିଂ କରି ଭାଇରାଲ କଲା?
  5. ପ୍ରକୃତି ବାବୁସାନଙ୍କ ମଧ୍ୟରେ ସଂପର୍କ କେତେ ନିବିଡ଼?
  6. ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି?
  7. ବାବୁସାନଙ୍କୁ ବ୍ଲାକମେଲ୍ କରୁଥିଲେ କି ପ୍ରକୃତି?
  8. ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।  

Advertisment
Question To Prakruti Mishra
Advertisment
Advertisment