• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୧୯୯୦ ମସିହାରେ ଜାମ୍ମୁ ଓ କାଶ୍ମୀରରେ ହିନ୍ଦୁଙ୍କ ଉପରେ ହୋଇଥିବା ଅମାନବୀୟ ଯାତନାର କଥା-ବ୍ୟଥା ଓ ଗାଥାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’କୁ ବେଶ୍ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦ ଭବନ ପରିସରରେ ଆୟୋଜିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦି ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି । ଏହାକୁ ବିରୋଧ କରୁଥିବା ବ୍ୟକ୍ତି, ସଂଗଠନକୁ ସେ କଡ଼ା ଭାଷାରେ ନିନ୍ଦା ମଧ୍ୟ କରିଛନ୍ତି ମୋଦି ।

କେବଳ ପ୍ରଧାନମନ୍ତ୍ରୀ ମୋଦି କାହିଁକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଫିଲ୍ମ କାଶ୍ମୀର ଫାଇଲ୍ସକୁ ପସନ୍ଦ କରିଛନ୍ତି । ସଂସଦରେ ବିତର୍କ ବେଳେ ସୀତାରମଣ ଏହି ଫିଲ୍ମର ପ୍ରଶଂସା କରିବା ସହ କାଳଖଣ୍ଡର କଳା ଅଧ୍ୟାୟକୁ ମନେ ପକାଇ ଏହା କେତେ ବର୍ବରୋଚିତ ଥିଲା କହିଛନ୍ତି । ଏହା ସହ କଂଗ୍ରେସକୁ ନିରବ ରହିବା ଏବଂ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାକୁ ଅଣଦେଖା କରିବା ଅଭିଯୋଗ କରି ସମାଲୋଚନା କରିଛନ୍ତି ।

ଗୋଟିଏ ପଟେ ପ୍ରଶଂସା ଓ ଦର୍ଶକୀୟ ଆଦୃତି, ଅନ୍ୟପଟେ ବିରୋଧ । କେଉଁଠି ହାଉସଫୁଲ ତ ଆଉ କେଉଁଠି ଫିଲ୍ମ ରିଲିଜ ନହେବାରୁ ଉତ୍ତେଜନା । ଏଭଳି ବାଦବିବାଦ ଭିତରେ ଛନ୍ଦି ହୋଇଛି ବହୁଚର୍ଚ୍ଚିତ ଫିଲ୍ମ ଦି କାଶ୍ମୀର ଫାଇଲ୍ସ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ଏକ ସ୍ୱଳ୍ପ ଆଲୋଚିତ ଯନ୍ତ୍ରଣାର ଫର୍ଦ୍ଦକୁ ଏହି ଫିଲ୍ମ ଜରିଆରେ ରୂପେଲି ପରଦାରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ମାତା । ତେବେ କିଛି ରାଜ୍ୟରେ ଏହାକୁ ଟିକସ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଏହାକୁ ରିଲିଜ ହେବାକୁ ଦିଆଯାଇନାହିଁ ।

ରୂପେଲି ପରଦାରେ ୯୦ ଦଶକର ଜନ୍ନତ ସାକ୍ଷୀ ଥିବା ଯନ୍ତ୍ରଣାର କଥା । ଭାରତର ଭୂସ୍ୱର୍ଗରେ ଯାହା ଘଟିଥିଲା ଅବକିଳ ଗୋଟିଏ ଗୋଟିଏ ଘଟଣା, ଅଘଟଣର ଦୃଶ୍ୟାୟନ ନିର୍ମାତା, କଳାକାରା ସମସ୍ତଙ୍କ ଶ୍ରମ, ଶ୍ରେୟ ଦର୍ଶକଙ୍କ ତାଳିରୁ ଅନୁମାନ କରାଯାଇଛି । ୧୯୯୦ ମସିହାରେ ଜାମ୍ମୁ ଓ କାଶ୍ମୀରରେ ହିନ୍ଦୁଙ୍କ ଉପରେ ହୋଇଥିବା ମାନବୀୟ ଯାତନାର କଥା-ବ୍ୟଥା ଓ ଗାଥାକୁ ନେଇ ପ୍ରସ୍ତୁତ ହୋଇ ସିନେମା ଘରେ ହାଉସଫୁଲ୍ ଚାଲିଥିବା ଫିଲ୍ମ ଦି କାଶ୍ମୀର ଫାଇଲ୍ସ ସିନେମା ଏବେ ଚର୍ଚ୍ଚାରେ । ସିନେମାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଦର୍ଶକୀୟ ଆଦୃତି । ସମସ୍ତଙ୍କ ମୁହଁରେ ଫିଲ୍ମକୁ ନେଇ ପ୍ରଶଂସା ଏହାକୁ ନେଇ ବିରୋଧ ଭାଷ ବି କମ୍ ନୁହେଁ ।

୩୨ ବର୍ଷ ତଳର କଳା ଅଧ୍ୟାୟକୁ ବଡ଼ ପରଦାରେ ଦେଖି ଆସିବା ପରେ ଦି କାଶ୍ମୀର ଫାଇଲ୍ସ ଫିଲ୍ମ, ନିର୍ମାତା ଓ ଅଭିନେତାଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ପୀଡ଼ିତଙ୍କ ସମର୍ଥନରେ ବାହାରିଛନ୍ତି ଶତାଧିକ ଦର୍ଶକ । ହରିୟାଣା ଫରିଦାବାଦରେ ତ ଫିଲ୍ମକୁ ଏତେ ସମର୍ଥନ ମିଳିଛି ଯେ କହିଲେ ନସରେ । ବନ୍ଦେ ମାତରମ୍ ସ୍ଲୋଗାନରେ ଫାଟି ପଡ଼ିଛି ମଲ୍ଟିପ୍ଲେକ୍ସ ପରିସର ।