Advertisment

18 Years Waiting For a Film: ଆସୁଛି ଏହି ଫିଲ୍ମର ସିକ୍ୱେଲ୍ ୩; ଗୋଟିଏ ସିନ୍ ପାଇଁ କରିବାକୁ ପଡିଛି ୧୮ ବର୍ଷ ଅପେକ୍ଷା

ଆଜି ଆମେ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଫିଲ୍ମ, ଯାହାର ତୃତୀୟ ଭାଗର ରିଲିଜ୍‌କୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି କମେଡିରେ ଭରପୂର ଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ସିନ୍ ପାଇଁ ବିଶେଷ ଅପେକ୍ଷା ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
People have been waiting for 18 years to know the suspense of phir hera pheri climax scene

People have been waiting for 18 years to know the suspense of phir hera pheri climax scene

ଏମିତି କିଛି ଫିଲ୍ମ ଅଛି ଯାହା କେତେବେଳେ ହଲ୍‌ରେ ପଡି ଚାଲିଯାଏ ତାହା ଲୋକ ଜାଣି ପାରନ୍ତି ନାହିଁ। ଆଉ କିଛି ଫିଲ୍ମକୁ ଅନେକ ଲୋକ ଦେଖନ୍ତି ସତ କିନ୍ତୁ ପରେ ଭୁଲି ଯାଆନ୍ତି। ଏହା ବାଦ ଏମିତି କିଛି ଫିଲ୍ମ ମଧ୍ୟ ଅଛି ଯାହା ରିଲିଜ୍ ହୋଇ ଉଠିଗଲା ପରେ ମଧ୍ୟ ଲୋକମାନେ ଦିନକୁ ଦିନ ଆଲୋଚନା କରନ୍ତି। ତା’ପରେ ଏହାର ପରବର୍ତ୍ତୀ ଭାଗ ଆସିବା ପାଇଁ ମଧ୍ୟ ଅପେକ୍ଷା କରନ୍ତି।

Advertisment

ଆଜି ଆମେ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଫିଲ୍ମ, ଯାହାର ତୃତୀୟ ଭାଗର ରିଲିଜ୍‌କୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି କମେଡୀରେ ଭରପୂର ଥିବାବେଳେ ଫିଲ୍ମର କ୍ଲାଇମାକ୍ସ ସିନ୍ ପାଇଁ ବିଶେଷ ଅପେକ୍ଷା ରହିଛି।

ଏହି ଫିଲ୍ମ ଏତେ ରୋମାଞ୍ଚକର ମୋଡ୍‌ରେ ଶେଷ ହୋଇଛି ଯେ ଦର୍ଶକମାନେ ସେହି ଦୃଶ୍ୟକୁ କେବେବି ଭୁଲି ପାରିବେ ନାହିଁ। ଏନେଇ ଏହାର ଦ୍ୱିତୀୟ ଭାଗ ରିଲିଜ୍ ହେବାର ୧୮ ବର୍ଷ ବିତିଯାଇଥିଲେ ମଧ୍ୟ, ଲୋକେ ଏହା ପରେକ’ଣ ହେବ ଜାଣିବା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି।

Advertisment
phir hera pheri climax sceneଫିଲ୍ମର ରୋମାଞ୍ଚକର ମୋଡ୍‌

ଏହା କେଉଁ ଫିଲ୍ମ, କେଉଁ ଦୃଶ୍ୟ:

ଆମେ ଯେଉଁ ଫିଲ୍ମ ବିଷୟରେ କହୁଛୁ ତାହା ହେଉଛି “ଫିର୍‌ ହେରା ଫେରି”। ଏହି ଫିଲ୍ମଟି “ହେରା ଫେରି”ର ସିକ୍ୱେଲ୍‌ ଥିଲା। ଯେଉଁମାନେ ଏହି ଫିଲ୍ମର ପ୍ରଶଂସକ ଅଟନ୍ତି ସେମାନେ ନିଶ୍ଚିତ ଭାବରେ ମନେରଖିବେ ଯେ ଫିଲ୍ମର ଶେଷ ଦୃଶ୍ୟ କ’ଣ ଥିଲା। ଏହି ଦୃଶ୍ୟରେ ଅକ୍ଷୟ କୁମାର ଏକ ପୋଲର ଧାରରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏବଂ ସମାନ୍ତରାଳ ଭାବରେ ଯେଉଁ ସିନ୍ ଚାଲିଥିଲା ଏଥିରେ ପରେଶ ରାୱଲ୍‌ ଏବଂ ସୁନୀଲ ଶେଟ୍ଟୀ ନଜର ଆସିଛନ୍ତି। ସୁନୀଲ ଶେଟ୍ଟୀ କେବଳ ଅକ୍ଷୟ କୁମାରଙ୍କୁ ଫୋନ୍ କରୁଛନ୍ତି। ଏହି ସମୟରେ ଅକ୍ଷୟ କୁମାର ପୋଲ ଏବଂ ରାସ୍ତା ମଧ୍ୟରେ ଅଟକି ରହିଛନ୍ତି, ଏବଂ ତଳେ ପାଣିର ସୁଅ ବୋହିଯାଉଛି।

ସେ ତାଙ୍କ ହାତରେ ଧରିଥିବା କିଛି ଜିନିଷକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ତେବେ ସେ ଫୋନ ଉଠାଇ ପାରୁଛନ୍ତି କି ନାହିଁ? ତାଙ୍କ ଜିନିଷକୁ ରକ୍ଷାକରିପାରୁଛନ୍ତି କି ନାହିଁ? ଏହାର ଖୁଲାସ କେବଳ ଫିଲ୍ମର ତୃତୀୟ ପାର୍ଟରେ ହେବ। ଏହି ଚମତ୍କାର୍ କ୍ଲାଇମାକ୍ସକୁ ଦେଖିବାକୁ ପାଇଁ କିଏ ବା ଉତ୍ସାହ ନ ଦେଖେଇବ।

phir hera pheri climax sceneଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ୍‌ ଏବଂ ସୁନୀଲ ଶେଟ୍ଟୀ

କେବେ ଆସିବ ତୃତୀୟ:

ଖବର ମୁତାବକ, ଫିଲ୍ମର ତୃତୀୟ ଭାଗ ୨୦୨୫ ମସିହାରେ ରିଲିଜ୍‌ ହୋଇପାରେ। ଏହି ଫିଲ୍ମର ପ୍ରଥମ ଭାଗ ୨୦୦୦ ମସିହାରେ ଆସିଥିଲା। ଏଥିରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ଅକ୍ଷୟ କୁମାରଙ୍କ ସହ ତବୁଙ୍କୁ ଦେଖିବାକୁ ମିଳିଥିଲା।

ଏହା ବ୍ୟତୀତ ଓମ୍‌ ପୁରୀ, କୁଳଭୂଷଣ ଖରବନ୍ଦା, ଅସରାନୀ ଏବଂ ଗୁଲଶନ ଗ୍ରୋଭରଙ୍କ ପରି କଳାକାର ମଧ୍ୟ ଥିଲେ। ସେହିପରି ଲିଡ୍ କାଷ୍ଟ ବ୍ୟତୀତ ଜନି ଲିଭର, ବିପାଶା ବସୁ ଏବଂ ରିମି ସେନ୍ ମଧ୍ୟ ‘ହେରା ଫେରି ୨’ରେ ନଜର ଆସିଥିଲେ। ଏହି ଫିଲ୍ମ ୨୦୦୬ ମସିହାରେ ମୁକ୍ତିଲାଭ କରିଥିଲା।

Bollywood Akshay Kumar Hera Pheri Paresh Rawal Suniel Shetty
Advertisment
Advertisment