Advertisment

ପରିଣୀତି କହିଲେ ସେ କାହିଁକି ବାଛିଲେ ରାଘବ ଚଢାଙ୍କୁ; ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ପରିଣୀତି ଓ ରାଘବଙ୍କୁ ବାରମ୍ଭାର ଏକାଠି ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଯାଇଥିଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଅଛି। ଶେଷରେ ଏହି ଅପେକ୍ଷାର ଶେଷ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ତେବେ ପରିଣୀତି ରାଘବଙ୍କୁ କାହିଁକି ଜୀବନସାଥୀ ଭାବେ ବାଛିଲେ…

author-image
Pramod Behera
ଅଦ୍ୟତନ ହୋଇଛି
Parineeti Chopra And Raghav Chadha

Parineeti chopra told why she chose aap mp raghav chadda

ଦୀର୍ଘ ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢାଙ୍କ ବିବାହ ଏବଂ ଡେଟିଂ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିଲା। ବାରମ୍ବାର ଏକାଠି ନଜର ଆସିବା ହେତୁ ସମସ୍ତେ ନିଶ୍ଚିତ ହୋଇଯାଇଥିଲେ ଯେ ଦୁହିଁଙ୍କ ମଧ୍ୟରେ କିଛି ଅଛି। ଶେଷରେ ଏହି ଅପେକ୍ଷାର ଶେଷ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଶେଷରେ, ମେ ୧୩ରେ ଉଭୟଙ୍କ ନିର୍ବନ୍ଧ ହୋଇଯାଇଛି।

Advertisment

ଉଭୟ ନିଜ ନିଜ ପରିବାର ଏବଂ କିଛି ବିଶେଷ ବନ୍ଧୁଙ୍କ ଉପସ୍ଥିତିରେ ଏହି ଉତ୍ସବ ମନେଇଛନ୍ତି। ଦିଲ୍ଲୀର କପୁରଥଲା ହାଉସ୍‌ରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ଏହି ବିଶେଷ ଦିନ ପରେ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଏହି ଖୁସିର ମୁହୂର୍ତ୍ତରେ ପରିଣୀତି ଏକ ମଜାଦାର ଖୁଲାସା କରିଛନ୍ତି। ସେ କାହିଁକି ରାଘବ ଚଢାଙ୍କୁ ତାଙ୍କ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଲେ ତାହା କହିଛନ୍ତି।

ଅଧିକ ପଢ଼ନ୍ତୁ: ପରିଣୀତି ଚୋପ୍ରାଙ୍କୁ ଚୁମ୍ବନ ଦେଲେ ରାଘବ ଚଢା; ଭାଇରାଲ୍‌ ହେଲା ଭିଡିଓ

Advertisment

ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପରିଣୀତି ଚୋପ୍ରା କହିଛନ୍ତି ଯେ ସେ ରାଘବଙ୍କୁ ବିବାହ କରିବାକୁ କାହିଁକି ହଁ କଲେ।

ମେ ୧୩ ଥିଲା ସେହି ସ୍ମରଣୀୟ ସନ୍ଧ୍ୟା, ଯେତେବେଳେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ଏହି ସମୟରେ ଉଭୟ ପରିବାର ଏକାଠି ବହୁତ ମଜା କରିଥିଲେ, ଯାହାର ଝଲକ ଆପଣ ଦେଖିପାରିବେ। ପରିଣୀତି ଏବଂ ରାଘବ ଏହି ମୁହୂର୍ତ୍ତକୁ ବହୁତ ଉପଭୋଗ କରିଥିଲେ। ଏହି ସମୟରେ ଅଭିନେତ୍ରୀ କହିଛନ୍ତି ଯେ କିପରି ଲୋକେ ତାଙ୍କୁ ବାରମ୍ବାର ବିବାହ କଥା ଏବଂ ପୁଅ ଖୋଜିବା କଥା କହୁଥିଲେ।

ଭିଡିଓରେ ପରିଣୀତି କହିଛନ୍ତି, “ଏହା ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ମୋତେ ଦୀର୍ଘ ବର୍ଷ ଧରି କହିଥିଲେ, ତୁ କେବେ ବାହା ହେବୁ... ଗୋଟେ ପୁଅ ଠିକ୍ କରି ନେ… ଏହା ସେମାନଙ୍କ ପାଇଁ - ବର୍ତ୍ତମାନ ଠିକ ଅଛି…।' ଏଥିରୁ ଜଣାଯାଉଛି ଲୋକଙ୍କ ଏମିତି ଟାହିଟାପରାକୁ ଦେଖି ପରିଣୀତି ବିବାହ କରିବାକୁ ମନ ବଳେଇଥିଲେ ଆଉ ପୁଅ ଖୋଜୁ ଖୋଜୁ ମିଳିଯାଇଥିଲେ ରାଘବ ଚଢା।

ଏହି ବିଶେଷ ଉତ୍ସବରେ ମିକା ସିଂହ ଏହି ସମାବେଶକୁ ଜମେଇବାକୁ ଆସିଥିଲେ। ଯେତେବେଳେ ମିକା ପରିଣୀତିଙ୍କ ଅନୁରୋଧରେ ଗୀତ ଗାଇବା ଆରମ୍ଭ କଲେ, ପରିଣୀତି ମଧ୍ୟ ମିକାଙ୍କ ସହ ତାଳ ଦେଇ ରାଘବଙ୍କୁ ଧରି ନାଚିବା ଆରମ୍ଭ କଲେ।

ଏନ୍‌ଗେଜ୍‌ମେଣ୍ଟ୍ ଦିନ ଅଭିନେତ୍ରୀ ଗୋଲାପୀ ସୁଟ୍ ପିନ୍ଧିଥିଲେ। ସେହିପରି ରାଘବ ମଧ୍ୟ ଏକ ଧଳା କୁର୍ତ୍ତା ପାଇଜାମାରେ ପରିଣୀତିଙ୍କ ଲୁକ୍‌କୁ ପୂରା କରୁଥିବା ଦେଖାଯାଇଥିଲା। ଅଭିନେତ୍ରୀଙ୍କ ଉଭୟ ଅଳଙ୍କାର ଏବଂ ପୋଷାକ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା। ଅନ୍ୟପକ୍ଷରେ ରାଘବ ଚଢା ଯେଉଁ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ ତାହାକୁ ପୱନ ସଚ୍ଚଦେବଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା।

Bollywood Parineeti Chopra
Advertisment
Advertisment