/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632913285.jpg)
Parineeti Chopra swiming with fishes
ମୁମ୍ବାଇ : ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ମାଲଦ୍ୱୀପରେ ଛୁଟି କାଟୁଛନ୍ତି ସବୁଠାରୁ ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେ ସେଠାରୁ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ଚାଲିଛନ୍ତି। କେଉଁଠି ସେ ବୋଲ୍ଡ ଲାଗୁଛନ୍ତି ତ ପୁଣି କେଉଁଠି ସେକ୍ସୀ। ଏବେ ଏହି ଅଭିନେତ୍ରୀ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସମୁଦ୍ର ଭିତରେ ମାଛମାନଙ୍କ ସହିତ ପହଁରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ପରିଣୀତିଙ୍କର ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଏ।
ଜଳପରୀ ସାଜିଲେ ପରିଣୀତି; ମାଛଙ୍କ ସହ ପହଁରିଲେଏହି ଭିଡିଓରେ ପରିଣୀତି ସମୁଦ୍ର ଭିତରେ ଖୁବ୍ ମସ୍ତି କରୁଥିବା ଦେଖାଯାଆନ୍ତି। ସେ ଏହି ଭିଡିଓକୁ ଭାରତ ମହାସାଗରେ ସୁଟିଂ କରିଛନ୍ତି। ଅଭିନେତ୍ରୀ ନିର୍ଭୟ ଭାବରେ ମାଛମାନଙ୍କ ସହିତ ସମୁଦ୍ରରେ ପହଁରୁଥିବା ଦେଖାଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି। ଏହାର ଫାଇଦା ଉଠଉଛନ୍ତି ପରିଣିତି। ସେ ଏହି ଭିଡିଓ ଶେୟାର୍ କରି କ୍ୟାପ୍ସନ୍ରେ ‘ମେଡିଟେସନ୍’ ବୋଲି ଲେଖିଛନ୍ତି।
Also Read
ଯେମିତି ହିଁ ପରିଣିତି ନିଜର ଏହି ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ସେମିତି ତାଙ୍କ ପ୍ରଶଂସକଙ୍କ ଲାଇକ୍ସ ଆଉ କମେଣ୍ଟର ସୁଅ ଛୁଟିଛି। କିଏ ତାଙ୍କୁ ‘ସୁନ୍ଦରୀ ଜଳପରୀ’ କହିଛି ତ ଆଉ କିଏ ‘ମାଛମାନଙ୍କ ରାଣୀ’ ବୋଲି କହିଛି। ଦେଖନ୍ତୁ କେମିତି ଗଭୀର ପାଣିରେ ମତ୍ସ୍ୟକନ୍ୟା ପରି ପହଁରୁଛନ୍ତି ପରିଣୀତି।
ବୋଲ୍ଡ ଅବତାରରେ ପରିଣୀତି ଚୋପ୍ରାପରିଣୀତି ନିଜ ପରିବାର ସହିତ ଛୁଟି କାଟୁଥିବା ବେଳେ ପୂର୍ବରୁ ମଧ୍ୟ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ସେ ଏକ କଟ୍ ଆଉଟ୍ ହଳଦିଆ ରଙ୍ଗର ମନୋକନୀ ପିନ୍ଧିଥିଲେ ଓ ନିଜର ଟୋଣ୍ଡ୍ ବଡି ଦେଖେଇଥିଲେ। ଏହି ଭିଡିଓରେ ସେ ପାଣି ଭିତରେ ଆଖି ବନ୍ଦକରି ରିଲାକ୍ସ ମୁଡ୍ରେ ଥିବା ଦେଖାଯାଉଥିଲେ। ଏହି ଭିଡିଓର କ୍ୟାପ୍ସନ୍ରେ ପରିଣୀତି ‘ଶାନ୍ତି’ ବୋଲି ଲେଖିଥିଲେ। ଏହି ଭିଡିଓକୁ ମଧ୍ୟ ତାଙ୍କ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ।
ରିଲାକ୍ସ ମୁଡ୍ରେ ପରିଣୀତି ଚୋପ୍ରାକିଛି ଦିନ ପରେ ପରିଣୀତି ତାଙ୍କ ଅଭିନୀତ ଫିଲ୍ମ ‘ଶୁଦ୍ଧ ଦେସୀ ରୋମାନ୍ସ’କୁ ଆଠ ବର୍ଷ ପୂରିବାକୁ ଯାଉଛି। ଏହି ଅବସରରେ ସେ ସୁଶାନ୍ତ ସିଂହ ରାଜପୁତ ଓ ଋଷି କପୁରଙ୍କୁ ମନେ ପକେଇ ପୂର୍ବରୁ ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। ଏହି ଭିଡିଓ ସୁଟିଂ ସମୟର ଥିଲା। ଏଥିରେ ସୁଶାନ୍ତ, ଋଷି କପୁର, ବାଣୀ କପୁରଙ୍କ ସହିତ ପରିଣୀତି ଥିବା ନଜର ଆସିଥିଲେ।
ଶୁଦ୍ଧ ଦେସୀ ରୋମାନ୍ସରେ ପରିଣୀତି-ସୁଶାନ୍ତନିକଟରେ ତାଙ୍କୁ ‘ସାଇନା’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା କରିଥିଲେ। ତେବେ ଆଗକୁ ତାଙ୍କର ଫିଲ୍ମ ‘ଆନିମଲ୍’ ଆସୁଛି। ଏଥିରେ ତାଙ୍କୁ ଅନିଲ୍ କପୁର ଓ ରଣବୀର କପୁରଙ୍କ ସହିତ ଦେଖିବାକୁ ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)