Advertisment

ପରିଣୀତି ଏବଂ ରାଘବଙ୍କ ବିବାହ ପ୍ରସ୍ତୁତି; ଆଜି ମେହେନ୍ଦି

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍‌ଧାମ୍‌ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
parineeti chopra and raghav chadha mehendi ceremony today

parineeti chopra and raghav chadha mehendi ceremony today

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏନେଇ ସେମାନଙ୍କୁ ନେଇ ଅନେକ ଅପ୍‌ଡେଟ୍ ସାମ୍ନାକୁ ଆସୁଛି। ବର୍ତ୍ତମାନ ଖବର ଆସିଛି ଯେ ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ, ଯେଉଁଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Advertisment

ଏହି ଉତ୍ସବରେ ସେମାଙ୍କ ଖାସ୍ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିବ। ଏନେଇ ବର ଓ କନ୍ୟା ସେମାନଙ୍କ ପରିବାର ଏବଂ ଅନ୍ୟମାନେ ଦିଲ୍ଲୀ ବିମାନ ବନ୍ଦର ଛାଡି ଉଦୟପୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ସେମାନଙ୍କୁ ସ୍ୱାଗତ କରାଯାଇଛି।

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଖୁବ ଧୂମ୍‌ଧାମ୍‌ରେ ହେବ। ଏଠାରେ ପରିଣୀତିଙ୍କୁ ନାଲି ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିବାବେଳେ ରାଘବ ଚଢା କଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଛି।

Advertisment
parineeti chopra and raghav chadha mehendi ceremony todayପରିଣୀତି ଏବଂ ରାଘବଙ୍କ ବିବାହ ପ୍ରସ୍ତୁତି; ଆଜି ମେହେନ୍ଦି

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ପରିବାର ଏବଂ ସାଙ୍ଗମାନେ ଉଦୟପୁର ଅଭିମୁଖେ ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଉଦୟପୁର ବିମାନବନ୍ଦରରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ପହଞ୍ଚିବାର ଖୁସିରେ ସେଠାରେ ଅନେକ ଆୟୋଜନ ହୋଇଥିବାର ଦେଖିବାକୁ ମିଳିଥିଲା। ରାଘବ ଚଢାଙ୍କ ସୁରକ୍ଷା ଟିମ୍ ଏବଂ ପରିଣୀତିଙ୍କ ପିଆର୍ ଟିମ୍ ମଧ୍ୟ ଉଦୟପୁରରେ ପହଞ୍ଚି ସାରିଛନ୍ତି। ଉଭୟଙ୍କ ବିବାହ ସେପ୍ଟେମ୍ବର ୨୪ରେ ହେବାକୁ ଥିବାବେଳେ ୨୩ ସଂଗୀତ ଉତ୍ସବ ହେବ।

Bollywood Parineeti Chopra Actress Parineeti Chopra
Advertisment
Advertisment