• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧୁମଧାମରେ ହୋଇଛି ଆମ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢାଙ୍କ ସହ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ । ସାତ ଜନ୍ମର ସାଥି ହେବା ପୂର୍ବରୁ  ନିର୍ବନ୍ଧ କାର୍ଯ୍ୟକ୍ରମକୁ ବେଶ ଆଡ଼ମ୍ବର ସହ ଆୟୋଜନ କରିଛନ୍ତି ଏ ସେଲିବ୍ରିଟି କପଲ ।

 

ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ରୀତି ଅନୁଷ୍ଠିତ ହୋଇଛି। ଘର ଓ ବାହାରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି। ତାସହ ରାଘବ ଚଢାଙ୍କ ସରକାରୀ ବାସଭବନକୁ ଆଲୋକ ଏବଂ ଫୁଲରେ ସଜ୍ଜା ଯାଇଛି । ନିର୍ବନ୍ଧରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନ କରିଛନ୍ତି ଖ୍ୟାତନାମା ଡିଜାଇନର ମନୀଷ ମାଲହୋତ୍ରା। ସେହିପରି ରାଘବ ଚଢା ଅଚକନ ପରିଧାନ କରିଛନ୍ତି ।

କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଅତିଥି ଭାବେ ଯୋଗଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନଙ୍କ ସହ ଅନେକ ସେଲିବ୍ରିଟି । ସେପଟେ ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ପ୍ରିୟଙ୍କା ଚୋପ୍ରା। ୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ।

ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି । କଲେଜ ବେଳଠୁ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।