Advertisment

Elvish Yadav: ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା

ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ୟୁଟ୍ୟୁବର୍ ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା କରି ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ଗୁଳିକାଣ୍ଡ ବେଳେ ଘରେ ଉପସ୍ଥିତ ନଥିଲେ ଏଲଭିଶ।

author-image
Chinmayee Sahoo
Elvish Yadav

Elvish Yadav

ରବିବାର ସକାଳେ ଗୁରୁଗ୍ରାମରେ ବିବାଦୀୟ ୟୁଟ୍ୟୁବର ଏବଂ ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ବାସଭବନ ଉପରକୁ ଗୁଳି ଚଳାଇଛନ୍ତି ଅଜ୍ଞାତ ଆକ୍ରମଣକାରୀ। ପୋଲିସର ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୩୦ ରୁ ୬ ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ତିନି ଜଣ ବାଇକ୍ ଆରୋହୀ ସେକ୍ଟର ୫୭ ସ୍ଥିତ ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳି ଚଳାଇ ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିବା ସୂଚନା ମିଳିଛି।

Advertisment

ଏଲଭିସ୍ ଙ୍କ ଘରର ପ୍ରଥମ ମହଲାରେ ଗୁଳି ବାଜିଥିଲା। ଆକ୍ରମଣ ସମୟରେ ତାଙ୍କ କେୟାରଟେକର ଏବଂ କିଛି ପରିବାର ସଦସ୍ୟ ଭିତରେ ଥିଲେ, କିନ୍ତୁ କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ।

ଘଟଣା ପରେ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ୍ ପ୍ରମାଣ ସଂଗ୍ରହ କରିଛନ୍ତି। ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏଲଭିଶ ତାଙ୍କ ପରିବାର ସହିତ ଗୁରୁଗ୍ରାମର ସେକ୍ଟର ୫୭ରେ ରୁହନ୍ତି। ଯେତେବେଳେ ଏହି ଗୁଳିକାଣ୍ଡ ଘଟିଥିଲା ସେତେବେଳେ ଏଲଭିଶ ଘରେ ଉପସ୍ଥିତ ନଥିଲେ ବୋଲି ଜଣାପଡିଛି। ଏଲଭିଶ ବର୍ତ୍ତମାନ ବିଦେଶରେ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ।

Advertisment

ତେବେ ଏହି ଘଟଣା ପଛରେ ଭାଉ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଇଛି ଯେ ବିଦେଶରେ ରହୁଥିବା ଦୁଇ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉ ଏବଂ ନୀରଜ ଫରିଦପୁରିଆ ଏଲଭିଶଙ୍କ ବାସଭବନରେ ଗୁଳି ଚଳାଇଛନ୍ତି। ୟୁଟ୍ୟୁବର ବେଆଇନ ବେଟିଂ ଆପ୍ ପ୍ରଚାର କରୁଥିଲେ, ଯେଉଁଥିପାଇଁ ତାଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ଦାବି କରିଯାଇଛି।

୨୭ ବର୍ଷୀୟ ଏଲଭିଶ ଯାଦବ ୨୦୨୩ ମସିହାରେ ବିଗ୍ ବସ୍ OTT 2 ଜିତିଥିଲେ। ଏହା ପୂର୍ବରୁ ସେ ଜଣେ YouTuber ଭାବରେ ପ୍ରସିଦ୍ଧି ହାସଲ କରିଥିଲେ। ସେ କିଛି ମ୍ୟୁଜିକ୍ ଭିଡିଓ ମଧ୍ୟ କରିଛନ୍ତି।

ତେବେ ଏଲଭିଶ ଯାଦବ ପୂର୍ବରୁ ମଧ୍ୟ ଅନେକ ଥର ବିବାଦରେ ଫସିଛନ୍ତି। ଗତ ବର୍ଷ, ତାଙ୍କୁ ନୋଏଡା ପୋଲିସ ଦ୍ୱାରା ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର ଅଭିଯୋଗରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା। ଏହା ସହ ସେ ସୋସିଆଲ୍ ମିଡିଆରେ ଧମକ ଦେଉଥିବା ତାଙ୍କ ବିରୋଧରେ ମାମଲା ରହିଛି। ସର୍ବ ସମ୍ମୁଖରେ ଫ୍ୟାନଙ୍କୁ ଚାପୁଡ଼ା ମାରିବା ମାମଲା ବି ରହିଛି।

Indian YouTuber
Advertisment
Advertisment