Advertisment

Oscar Award: ଇତିହାସ ରଚିଲା RRR; ଓସ୍କାର ପାଇଁ ମନୋନୀତ

ଓସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Oscars 2023 RRR's Naatu Naatu Nominated For Best Original Song

Oscars 2023 rrrs naatu naatu nominated for best original song

୯୫ତମ ଏକାଡେମୀ ପୁରସ୍କାର(ଓସ୍କାର) ପାଇଁ ନାମାଙ୍କନ ଘୋଷଣା କରାଯାଇଛି। ଆଶା ଅନୁଯାୟୀ, RRR ଫିଲ୍ମର "ନାଟୁ ନାଟୁ" ଗୀତକୁ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ କରାଯାଇଛି। ନିକଟରେ ଏହି ଗୀତ ଗୋଲଡେନ୍ ଗ୍ଲୋବ୍ ମଧ୍ୟ ଜିତିଛି। ଏବେ RRR ଓସ୍କାର ଯିବାକୁ ସମର୍ଥ ହୋଇଛି।

Advertisment

ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ମଦର ଇଣ୍ଡିଆ, ସଲାମ ବମ୍ବେ ଏବଂ ଲଗାନକୁ ମନୋନୀତ କରାଯାଇଥିଲା। ଅଭିନେତା ରିଜ୍‌ ଅହମ୍ମଦ ଏବଂ ଏଲିସନ୍ ୱିଲିୟମ୍ସ ଓସ୍କାର ପାଇଁ ନାମାଙ୍କନ ଘୋଷଣା କରିଛନ୍ତି। ମାର୍ଚ୍ଚ ୧୨ରେ ଲସ୍‌ ଏଞ୍ଜେଲସ୍‌ରେ ୯୫ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହେବ।

ଅଧିକ ପଢ଼ନ୍ତୁ: ଭାରତୀୟ ମନୋରଞ୍ଜନ ଜଗତରେ ଓସ୍କାର ଚର୍ଚ୍ଚା

ପ୍ରକାଶଥାଉ ଯେ ଦକ୍ଷିଣ ଭାରତୀୟ ସିନେମାର RRR ଚଳଚ୍ଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଛି। ନିକଟରେ ଏହି ଫିଲ୍ମରର ଗୀତ 'ନାଟୁ-ନାଟୁ' ଗୋଲଡେନ୍ ଗ୍ଲୋବ ପୁରସ୍କାର ଜିତି ଭାରତୀୟ ସିନେମାରେ ଇତିହାସ ସୃଷ୍ଟି କରିଥିଲା। ଏହି ଗୀତ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଏମ୍‌.ଏମ୍‌ କିରାଭାନୀଙ୍କୁ ଏହି ଐତିହାସିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଗୀତ ନାଟୁ-ନାଟୁ ତେଲୁଗୁ ଭାଷାରେ ଲେଖାଯାଇଥିଲା, କିନ୍ତୁ ପରେ 'ନାଚୋ ନାଚୋ' ନା’ରେ ହିନ୍ଦୀ ପାଇଁ ରଚନା କରାଯାଇଥିଲା।

Advertisment

ଗତ ବର୍ଷ ସାରା ବିଶ୍ୱରେ RRR ରିଲିଜ୍ ହୋଇଥିଲା। ଏହା ଶ୍ରେଷ୍ଠ ମୂଳ ଗୀତ ଏବଂ ଶ୍ରେଷ୍ଠ ଅଣ-ଇଂରାଜୀ ଚଳଚ୍ଚିତ୍ର ପାଇଁ 'ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ୨୦୨୩' ର ଦୁଇଟି ବର୍ଗ ପାଇଁ ମନୋନୀତ ହୋଇଥିଲା। ପରେ ଏହା ପୁରସ୍କାର ଜିତିବାରେ ସଫଳ ହୋଇଥିଲା।

RRR Movie RRR Oscar Awards
Advertisment
Advertisment