Advertisment

ବିଳମ୍ବିତ ରାତିରେ ‘ଜଲସା’ ବାହାରକୁ କାହିଁକି ଆସିଲେ ଅମିତାଭ

ଅମିତାଭ ଏମିତି ଜଣେ ଅଭିନେତା ଯାହାଙ୍କୁ ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଦେବତା ପରି ମାନନ୍ତି। ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି କରିଛନ୍ତି। ଖାଲି ଦେଶ ନୁହେଁ, ବିଦେଶରେ ବି ବେଶ ପପୁଲାର ଅମିତାଭ। ଏତେ ସମ୍ମାନ, ଭଲ ପାଇବା ପାଇ ବି ଅମିତାଭ କେତେ ସରଳ ତାହା ତାଙ୍କ ଜନ୍ମଦିନରେ  ପ୍ରମାଣିତ ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
Amitabh Bachchan Birthday Today

Amitabh Bachchan steps outside Jalsa at midnight

୮୦ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ଼୍‌ର ବେତାଜ ବାଦଶାହ ଅମତାଭ ବଚ୍ଚନ। ଦିନେ ନିଜର ହାଇଟ୍ ଏବଂ ଭଏସ୍‌ ପାଇଁ ରିଜେକ୍ଟ ହୋଇଥିବା ଅମିତାଭ ଏବେ  ସୁପର ଷ୍ଟାର କିମ୍ବା ମେଗାଷ୍ଟାରଙ୍କଠାରୁ ଖୁବ୍‌ ଉର୍ଦ୍ଧ୍ୱରେ । ୮୦ ବର୍ଷ ବୟସରେ ବି ବଲିଉଡ ଜଗତରେ ସେ ଜଣେ ଆକ୍ଟିଭ କଳାକାର। ସେ ଏମିତି ଜଣେ ଅଭିନେତା ଯାହାଙ୍କୁ ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଦେବତା ପରି ମାନନ୍ତି। ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି କରିଛନ୍ତି। ଖାଲି ଦେଶ ନୁହେଁ, ବିଦେଶରେ ବି ବେଶ ପପୁଲାର ଅମିତାଭ। ଏତେ ସମ୍ମାନ, ଭଲ ପାଇବା ପାଇ ବି ଅମିତାଭ କେତେ ସରଳ ତାହା ତାଙ୍କ ଜନ୍ମଦିନରେ  ପ୍ରମାଣିତ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଆଜି ବିଗ୍‌ ବି’ ଅମିତାଭ୍‌ଙ୍କ ଜନ୍ମଦିନ...ଜାଣିବା କେମିତି ଥିଲା ତାଙ୍କ ସିନେ ଜୀବନର ରୋମାଞ୍ଚକର ଯାତ୍ରା

ଅକ୍ଟୋବର ୧୧ ତାରିଖ ତାଙ୍କ ଜନ୍ମଦିନକୁ ଖାଲି ଅମିତାଭଙ୍କ ପରିବାର ନୁହେଁ, ସାରା ଦେଶ ପାଳନ କରୁଛି। ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି ଉତ୍ସବ। ଗତକାଲି ବିଳମ୍ବିତ ରାତିରେ ହଜାର ହଜାର ଫ୍ୟାନ୍ସ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରୁଣ୍ଡ ହୋଇଥିଲେ ତାଙ୍କର ବାସଭବନ ଜଲ୍‌ସା ସମ୍ମୁଖରେ। ଫ୍ୟାନ୍ସଙ୍କ ପାଇଁ ଅମିତାଭ ବି ବିଳମ୍ବିତ ରାତିରେ ଜଲ୍‌ସା ବାହାରକୁ ଆସିଥିଲେ। ଫ୍ୟାନ୍ସମାନଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହ ତାଙ୍କୁ ଧନ୍ୟବାଦ ବି ଜଣାଇଥିଲେ  ।

Advertisment

ସବୁଠାରୁ ମଜାର କଥା ହେଲା, ଫ୍ୟାନ୍ସମାନେ ଅମିତାଭଙ୍କ ବଙ୍ଗଲୋ ସମ୍ମୁଖରେ ବିଳମ୍ବିତ ରାତିରେ ତାଙ୍କ ଜନ୍ମଦିନ ପାଳନ କରୁଥିବାବେଳେ ସମସ୍ତଙ୍କୁ ସରପ୍ରାଇଜ ଦେଇ ଘର ଭିତରୁ ବାହାରି ଆସିଥିଲେ ଅମିତାଭ। ସାଙ୍ଗରେ ଥିଲେ ତାଙ୍କର ଝିଅ ଶ୍ୱେତା ଏବଂ ନାତୁଣୀ ନଭ୍ୟା ନଭେଲି ନନ୍ଦା। ସୋଶିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଦେଖିବାକୁ ମିଳିଛି ଅମିତାଭ ଫ୍ୟାନ୍ସମାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଉଛନ୍ତି। ପରେ ସେ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଛି।

ସୂଚନାଥାଉ କି, ଅମିତାଭଙ୍କ ୮୦ ତମ ଜନ୍ମଦିନ ଅବସରରେ ମୁମ୍ବାଇରେ ତାଙ୍କର ଆଇକନିକ ଫିଲ୍ମର ପ୍ରଦର୍ଶନ କରାଯାଉଛି।

Amitabh Bachchan
Advertisment
Advertisment