• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆତ୍ମହତ୍ୟାର ଦିନକ ପୂର୍ବରୁ ରାଇମୋହନ ନେଇଥିଲେ ୩୦ ହଜାର ଟଙ୍କା । ୨୭ ଓ ୨୮ ତାରିଖରେ ଡବିଂ ପାଇଁ ନେଇଥିଲେ ୩୦ ହଜାର ଟଙ୍କା । ଓଁ ସ୍ୱାହା ଫିଲ୍ମ ସୁଟିଂ ସରିଯାଇଥିବା ବେଳେ କେବଳ ଡବିଂ ବାକି ରହିଛି । ଏହି ଫିଲ୍ମ ପାଇଁ ରାଇମୋହନଙ୍କର ଆଉ ୩୦ ହଜାର ଟଙ୍କା ପାଇବାକୁ ବାକିଥିଲା । ପେମେଣ୍ଟ କ୍ଲିୟର ହେବା ପରେ ସେ ଡବିଂ ପାଇଁ ଆସିଥାନ୍ତେ । ତାଙ୍କ ମୃତ୍ୟୁ ପରେ ଏଭଳି କିଛି ସୂଚନା ଦେଇଛନ୍ତି ଓଲିଉଡ୍ ଜଗତର ଜଣାଶୁଣା ଯୁବ ପ୍ରଡ୍ୟୁସର ତଥା ଡାଇରେକ୍ଟର ଲୁବୁନ ।

ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ । ଏମିତିକି ତାଙ୍କ ସହ ବାଣ୍ଟିଥିବା ପ୍ରାୟ ଦୁଇ ଘଣ୍ଟାର ସମୟ ମଧ୍ୟରେ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ, ସେନେଇ ମଧ୍ୟ ସୂଚନା ଦେଇଥିଲେ ।

ଲୁବୁନ୍‌ ଗତକାଲି ରାଇମୋହନଙ୍କ ଘରକୁ ଆସିବା ବେଳେ କେହି ନଥିଲେ । ରାଇମୋହନ ଘରେ ଏକା ବସିଥିଲେ । ଲୁବୁନ୍‌ ଆସି ଘରେ ପହଞ୍ଚିବା ପରେ ତାଙ୍କୁ ଫ୍ରିଜ୍‌ରୁ ମିଠା କାଢ଼ି ଖାଇବାକୁ ଦେଇଥିଲେ ରାଇମୋହନ । ପରେ ଉଭୟ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲେ । ଲୁବୁନ୍‌ଙ୍କ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ଉଭୟ କଥା ହେବା ସହ ସେଥିରେ ରାଇମୋହନ ଅଭିନୟ କରିବେ କି ନାହିଁ ସେନେଇ ଆଲୋଚନା କରିଥିଲେ । ଏମିତିକି ଆସନ୍ତା ୨୭ -୨୮ ତାରିଖରେ ଯେଉଁ ଫିଲ୍ମର ସୁଟିଂ ସରିଯାଇଛି, ତାର ଡବିଂ କରିବାକୁ ସେ ସମୟ ଦେଇଥିଲେ ।

ଏହାସହ ଲୁବୁନଙ୍କୁ କହିଥିଲେ ଯେ, ‘ମୋ ଗାଡ଼ିର ଡ୍ରାଇଭର ନାହିଁ । ତେଣୁ ଡବିଂ ଦିନ ତୁ ଆସି ମୋତେ ଟିକେ ସକାଳୁ ନେଇଯିବୁ । ଆଉ ଜଲଦି ଆଣିକି ଛାଡ଼ିଦେବୁ । କାରଣ ମୁଁ ଏବେ ରେଗୁଲାର ଔଷଧ ଖାଉଛି । ଦେହ ଭଲ ରହୁନି ।’

ଏମିତି କିଛି କଥା ହେବା ପରେ ରାଇମୋହନଙ୍କ ପରିବାର ଆସି ଘରେ ପହଞ୍ଚିଥିଲେ । ସେଠାରେ ଲୁବୁନ୍‌ଙ୍କ ସହ ସେମାନଙ୍କର ପରିଚୟ କରାଇଥିଲେ । ଲୁବୁନଙ୍କୁ ଖାଇବା ପାଇଁ ମଧ୍ୟ ରାଇମୋହନ କହିଥିଲେ । କିନ୍ତୁ ଲୁବୁନ ମନା କରିଥିଲେ ।