Advertisment

‘କାଲି ସାଙ୍ଗଙ୍କୁ ପୁରୀ ପ୍ରସାଦ, ଚା’ ଦେଇଥିଲେ...ଆଜି ଚାଲିଗଲେ’

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍‌ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’

author-image
Rajalaxmi Sahoo
Ollywood actor Sritam Das expresses shock over Raimohan's death

Ollywood actor Sritam Das expresses shock over Raimohan's death

‘ଜିରୋରୁ ହିରୋ ହୋଇଥିବା ମଣିଷ ଥିଲେ ରାଇମୋହନ। ୨୫ ବର୍ଷ ହେଲାଣି ତାଙ୍କ ସହ ମୋର ସମ୍ପର୍କ। ତାଙ୍କର ଖରାପ ଓ ଭଲ ଉଭୟ ସମୟ ମୁଁ ଦେଖିଛି। ପ୍ରତ୍ୟେକ ସ୍ଥାନରେ ସେ ମୋତେ ଖୋଜନ୍ତି।’...ଏଭଳି କିଛି ଭାବପ୍ରବଣ ହୋଇ କହିଛନ୍ତି ଅଭିନେତା ଶ୍ରୀତମ ଦାସ। ବରିଷ୍ଠ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁରେ ଓଲିଉଡ୍‌ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ସେ ଆତ୍ମହତ୍ୟା କରିଥିବା କେହିବି ବିଶ୍ୱାସ କରିପାରୁ ନାହାନ୍ତି। 

Advertisment

ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍‌ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ। ଯଦି କୌଣସି କଥା ଥାଏ ତା’ହେଲେ ନିଶ୍ଚିତ ଭାବେ ଏହା ସାମ୍ନାକୁ ଆସିବ। ଏକ ସିନେମାରେ ମୁଁ ତାଙ୍କର ପୁଅ ହୋଇଥିଲି। ସେବେଠୁ ସେ ମୋତେ ଭଲ ପୁଅ ବୋଲି କହୁଥିଲେ। ଗତକାଲି ସାଙ୍ଗମାନଙ୍କୁ ସେ ପୁରୀ ପ୍ରସାଦ ବାଣ୍ଟିବା ସହ ସେମାନଙ୍କୁ ଚା’ ପିଆଇ ଥିଲେ। କାଲି ଭଲ ଥିବା ମଣିଷ ଆଜି ହଠାତ୍‌ ଏଭଳି ପଦକ୍ଷେପ ନେବା ଆଦୌ ବିଶ୍ୱାସ କରି ହେଉନାହିଁ।’

Advertisment

‘ରାଇମୋହନଙ୍କର କୌଣସି ଆର୍ଥିକ ସଙ୍କଟ ନଥିଲା। ରେଗୁଲାର କାମ ମଧ୍ୟ ତାଙ୍କୁ ମିଳୁଥିଲା। ଯଦି ଜଣେ ଲୋକ ପାଖରେ କାମ ଓ ପଇସା ଉଭୟ ଥିଲା, ତା’ହେଲେ କାହିଁକି ସେ ଆତ୍ମହତ୍ୟା କରିବ। ତେଣୁ ଏହା ଉପରେ ତଦନ୍ତ ହେବା ଉଚିତ୍‌। ଏବେ ବି ତାଙ୍କର କିଛି ଶିଖିବାର ଓ ନୂଆ କରିବାର ଇଚ୍ଛାଶକ୍ତି ଥିଲା।’

ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ। ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ସେ ବେଶ୍ ପରିଚିତ ଥିଲେ। ୧୦୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଥିଲେ। ଯାତ୍ରା ଜଗତରେ ବି ସେ ବେଶ୍ ପ୍ରସିଦ୍ଧ ଥିଲେ। ମଞ୍ଚ ଉପରେ ରାଇଙ୍କ ଖଳନାୟକୀ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା।

Sritam Das Odia Actor Odia Actor Raimohan Parida Suicide Raimohan Parida
Advertisment
Advertisment