Advertisment

Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍‌ଠୋକ୍‌ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ ।

ଅଦ୍ୟତନ ହୋଇଛି
Odia Yatra Controversy

Odia Yatra Controversy

Advertisment

ଯାତ୍ରା କଳିରେ ପଡୁନି ଯବନିକା । ଆଜି ପୀୟୁଷ ତ, କାଲି ନରି ପଣ୍ଡା । ଏହି ଧାରାରେ ଯୋଡ଼ି ହୋଇଛି ହାସ୍ୟ ଅଭିନେତା ଦୟାନିଧିଙ୍କ ନାଁ । ବାର୍ଷିକ ଚୁକ୍ତି କି ଦରମା ନୁହେଁ, ସଂଳାପକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଗଣମାଧ୍ୟମରେ ଦୟାନିଧି ଅଭିଯୋଗ କରିଥିଲେ, ହାସ୍ୟ ଅଭିନେତାଙ୍କ ପାଇଁ ଆଗଭଳି ଆଉ ସଂଳାପ ଲେଖାଯାଉନି । ଫଳରେ ଦୃଶ୍ୟପଟ୍ଟ ରସାତ୍ମକ ହୋଇପାରୁନି । ଏଭଳି ମନ୍ତବ୍ୟ ପରେ ଖପ୍ପା ହୋଇ ଦୟାନିଧିଙ୍କ ବିରୋଧରେ କଟକଣା ଜାରି କରିଛି ମାଷ୍ଟର ଆସୋସିଏସନ୍ । ଦୟାନିଧି ଯେଉଁ ପାର୍ଟିରେ କାମ କରିବେ, ସେହି ପାର୍ଟି ପାଇଁ ସଂଳାପ କିମ୍ବା ନିର୍ଦ୍ଦେଶନା ଦେବୁନାହିଁ ବୋଲି ସଂଘ ରୋକଠୋକ୍ ଶୁଣାଇ ଦେଇଛି ।

Advertisment

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା। ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ। କାହାଣୀ, ସଂଗୀତ, ନୃତ୍ୟ ଆଦି ବିଭାଗର ନିର୍ଦ୍ଦେଶକ ଏବଂ ଲେଖକଙ୍କୁ ନେଇ ଗଠିତ ମାଷ୍ଟର ଆସୋସିଏନର ନିଷ୍ପତ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ । ଏଭଳି ଚରମ ନିଷ୍ପତ୍ତି ଶୁଣାଇ ଦୟାନିଧି ଏବଂ ତାଙ୍କ ଫ୍ୟାନଙ୍କୁ ଜବରଦସ୍ତ ଝଟକା ଦେଇଛି ଆସୋସିଏସନ୍ । 

ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଗତକାଲି ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ବସିଥିଲା ମାଷ୍ଟର ଆସୋସିଏସନର ବୈଠକ । ଯେଉଁଠି ଯୋଗ ଦେଇଥିଲେ ପ୍ରାୟ ୭୦ଜଣ ନିର୍ଦ୍ଦେଶକ ଓ କାହାଣୀ ଲେଖକ । ଏପରିକି ଯାତ୍ରା ପାର୍ଟି ମାଲିକ ସଂଘର ସମ୍ପାଦକ ସତ୍ୟ ଜେନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏହି ବୈଠକରେ । ଆଉ ସେଇଠି ହିଁ ହାସ୍ୟ ଅଭିନେତାଙ୍କ ପାଇଁ ପୂର୍ବଭଳି ଆଉ ସଂଳାପ ଲେଖାଯାଉନି ବୋଲି ଅଭିଯୋଗ ଆଣିଥିବା ଦୟାନିଧିଙ୍କ ବିରୋଧରେ ନିଆଯାଇଛି ଚରମ ନିଷ୍ପତ୍ତି ।

Advertisment

ହାସ୍ୟ ଅଭିନେତା ଦୟାନିଧି, କିଛିଦିନ ତଳେ ଗଣମାଧ୍ୟମରେ କାହାଣୀ ଲେଖକ, ସଂଳାପକାର, ମାଲିକ ଏବଂ ନିର୍ଦ୍ଦେଶକଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ଆଜିକାଲି ହାସ୍ୟରସର ଦୃଶ୍ୟପଟ୍ଟକୁ ଗୌଣ କରିଦିଆଯାଉଛି । କାହାଣୀ ଭିତରେ କମେଡ଼ି ରହୁନି କି ଦୃଶ୍ୟପଟ୍ଟରେ ହାସ୍ୟରସ ବି ରହୁନି । ଲେଖକ ଏବଂ ମାଲିକମାନେ ଏହି ଦିଗକୁ ବୁଝିନାହାନ୍ତି । ଫଳରେ ହାସ୍ୟରସର ଗୁରୁତ୍ବ କମିଯାଉଛି । ତେଣୁ ଦର୍ଶକ ଏବଂ ହାସ୍ୟ ଅଭିନେତାଙ୍କୁ ଏଥିରୁ ବଞ୍ଚିତ କରାନଯାଉ । 

ରାଜ୍ୟରେ ଛୋଟ ବଡ଼ ମିଶାଇ ପ୍ରାୟ ୪୦ଟି ଯାତ୍ରାପାର୍ଟି ଅଛି । ଯେଉଁଥିରେ ପ୍ରାୟ ୬୦ ଜଣ ପୁରୁଷ ହାସ୍ୟ ଅଭିନେତା କାମ କରୁଥିବାବେଳେ ନରି ପଣ୍ଡା, ଭିକାରୀ, ବାତ୍ୟା, ଦୟାନିଧିଙ୍କ ଭଳି ଆଗଧାଡ଼ିରୁ କିଛି କମେଡ଼ିଆନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଚୁକ୍ତି ମୁତାବକ ବିଶ୍ବ ଦରବାର ଯାତ୍ରା ପାର୍ଟିରେ ବର୍ତ୍ତମାନ କାମ କରୁଛନ୍ତି ହାସ୍ୟ ଅଭିନେତା ଦୟାନିଧି । କିନ୍ତୁ ଦୟାଙ୍କ ବିରୋଧରେ ଯଦି କଟକଣା ଜାରି ହୁଏ, ତେବେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି କି ତାଙ୍କୁ ? 

Advertisment

ତେଣେ ବିଶ୍ୱ ଦରବାରର ମାଲିକ କିଶୋର ମିଶ୍ର କହିଛନ୍ତି, ଏଥିରେ ନିଜେ ହସ୍ତକ୍ଷେପ କରିବା ସହ ସମାଧାନ କରାଯିବ । ଏନେଇ ଦୟାନିଧିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବ୍ୟାନ୍, ଆଉ ଏବେ ଦୟାନିଧିଙ୍କ ବିରୋଧରେ କଟକଣା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ବଢ଼ିଛି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ୬୩ ବର୍ଷରେ ବି ସୁନୀଲ ଶେଟ୍ଟୀ ଏତେ ଫିଟ୍ କାହିଁକି; ଜାଣନ୍ତୁ ତାଙ୍କ ଫିଟ୍‌ନେସ୍ ରାଜ୍

Jatra Artist Jollywood Actors Odia Jatra Odia Jatra Comedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ