Advertisment

Jatra Disputes: ଲୁହ ଛଳ ଛଳ ଆଖିରେ କ୍ଷମା ମାଗିଲେ ହାସ୍ୟ ଅଭିନେତା ଦୟାନିଧି, କହିଲେ...

ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଛନ୍ତି 'ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍ । ଯେହେତୁ ମତେ ସାର୍ ମାନେ ଗୁରୁ ମାନେ କିଛି ଜଣାଇ ନଥିଲେ ଏବଂ ସେ ମିଡ଼ିଆରେ କହିଥିଲେ, ତେଣୁ ମୁଁ ମିଡ଼ିଆ ମାଧ୍ୟମରେ ଗୁରୁମାନଙ୍କୁ ଭୁଲ୍ ମାଗୁଛି, ମତେ କ୍ଷମା କରନ୍ତୁ ।'

ଅଦ୍ୟତନ ହୋଇଛି
Odia Jatra Actor

Odia Jatra Actor

Advertisment

ଯାତ୍ରା ଜଗତରେ କଳି ବଢ଼ିବା ପରେ ବଳି ପଡ଼ୁଥିଲେ ଜଣଙ୍କ ପରେ ଜଣେ କଳାକାର । ଯାତ୍ରା ମାଲିକଙ୍କ ଆକ୍ରୋଶର ଶିକାର ହୋଇ ନରି ପଣ୍ଡା ବ୍ୟାନ ହୋଇଥିବା ବେଳେ ଶେଷରେ ଟଙ୍କା ଫେରାଇ ଯାତ୍ରାରୁ ଏକ ବର୍ଷ ପାଇଁ ସନ୍ନ୍ୟାସ ନେଇଛନ୍ତି ପୀୟୂଷ ତ୍ରିପାଠୀ । ଯାତ୍ରା ଜଗତର ଆଭ୍ୟନ୍ତରୀଣ ବିବାଦ କାହାର ଦାନା ଛଡାଉଛି ତ ପୁଣି କେଉଁ କଳାକାରଙ୍କୁ ଯାତ୍ରା ଛାଡ଼ିବାକୁ ବାଧ୍ୟ କରୁଛି ।

Advertisment

ନିଜ ନିଜର ଜିଦ୍‌ରେ ଅଟଳ ମାଲିକ ଏବଂ ଯାତ୍ରା କାଳକାର । ପୀୟୂଷ ଏବଂ ନରିଙ୍କ ପରେ ନମିତା ଭୂୟାଁଙ୍କୁ ମଧ୍ୟ ଯାତ୍ରା ମାଲିକ ସଂଘ ପକ୍ଷରୁ ସୋ କଜ୍ ନୋଟିସ୍ କରାଯାଇଥିଲା । ଏହାପରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । ଯାତ୍ରା କଳାକାର ସଂଘର ବୈଠକ ମଧ୍ୟ ଶେଷ ହୋଇଛି । ଏହି ବୈଠକ ପରେ କଳାକାର ସଂଘ ନରି ପଣ୍ଡାଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି । ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ଯବନିକା ପକାଇବା ଲକ୍ଷ୍ୟରେ ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିଥିଲା । ଏଥିରେ ସମସ୍ତ କଳାକାର ଯୋଗ ଦେଇଥିଲେ । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।

Advertisment


ଅଧିକ ପଢ଼ନ୍ତୁ: ଜଲିଉଡରେ ଥମୁନି ପାର୍ଟି ଡିଆଁ ବିବାଦ, ନ୍ୟାୟ ଅପେକ୍ଷାରେ ନରି ପଣ୍ଡା

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ । ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ତେବେ ଏହି କ୍ରମରେ କିଛି ଦିନ ତଳେ ଯାତ୍ରା କମେଡିଆନ ଦୟାନିଧି ଉପାଧ୍ୟାୟ ଖୋଲାଖୋଲି ଯାତ୍ରା ମାଷ୍ଟର, ନିର୍ଦ୍ଦେଶକ ଓ ମାଲିକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ସେ କହିଥିଲେ 'ଯାତ୍ରାରେ କମେଡି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଗ ରୁଷା, ସିରିୟସ୍ ଡାଇଲଗ ଭିତରେ ମଣିଷକୁ ଟିକିଏ ହସାଇବା କମେଡିଆନଙ୍କ ପାଇଁ କଷ୍ଟକର ହୋଇପଡିଥାଏ । କିନ୍ତୁ, ଯାତ୍ରା ଲେଖକମାନେ କମେଡିଆନଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ କି ମାଲିକମାନେ ଗୋଟିଏ କି ଦୁଇଟି ସିନ୍ ଦେଇ ଦେଲେ ସବୁ ହୋଇଗଲା ବୋଲି ଭାବନ୍ତି ।'

ଏହି ମନ୍ତବ୍ୟ ଯେମିତି କୁହୁଳୁଥିବା ଯାତ୍ରା ନିଆଁରେ ଘିଅ ଢାଳିବା ଭଳି କାମ କରିଥିଲା । ଫଳସ୍ୱରୂପ ଏହା ଦୟାନିଧିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏଭଳି ମତକୁ ନେଇ ଯାତ୍ରା ଲେଖକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା । କମେଡିଆନ ଦୟାନିଧିଙ୍କ ପାଇଁ ମାଷ୍ଟରମାନେ ଆଉ ଲେଖିବେନି ବୋଲି କହିଥିଲେ । ଆଜି ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଛନ୍ତି 'ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍ । ଯେହେତୁ ମତେ ସାର୍ ମାନେ ଗୁରୁ ମାନେ କିଛି ଜଣାଇ ନଥିଲେ ଏବଂ ସେ ମିଡ଼ିଆରେ କହିଥିଲେ, ତେଣୁ ମୁଁ ମିଡ଼ିଆ ମାଧ୍ୟମରେ ଗୁରୁମାନଙ୍କୁ ଭୁଲ୍ ମାଗୁଛି, ମତେ କ୍ଷମା କରନ୍ତୁ । ମୋର କହିବାର ଆଭିମୁଖ୍ୟକୁ ସାର୍ ବୋଧହୁଏ ଠିକ୍‌ରେ ବୁଝିଲେନି କିମ୍ବା ତାଙ୍କ ହୃଦୟକୁ ଟିକେ କଷ୍ଟ ଦେଇଛି । ମୁଁ ଯାତ୍ରାର ସବୁ କମେଡିଆନଙ୍କ କଥା କହିଥିଲି।' ତେବେ ଦୟାନିଧିଙ୍କ ବିବାଦ ଆଗକୁ କେଉଁ ଦିଗକୁ ଗତି କରୁଛି, ତାହା ଦେଖିବାକୁ ବାକି ରହିଲା ।

Advertisment

ଅଧିକ ପଢ଼ନ୍ତୁ:ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Jatra Artist Jollywood Jollywood Actors Jollywood Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ