Advertisment

Miss Teen Universe 2024: ବାଜିମାରିଲେ ଓଡ଼ିଆ ଝିଅ; ସବୁ ଦେଶକୁ ପଛରେ ପକେଇ ହେଲେ ମିସ୍ ୟୁନିଭର୍ସ

ମିସ୍ ଟିନ୍ ୟୁନିଭର୍ସରେ ଚମକିଲେ ଓଡ଼ିଆ ଝିଅ। ଭାରତକୁ ଆସିଲା ମୁକୁଟ। ଭାରତକୁ ଏହି ମୁକୁଟ ଦେଇଛନ୍ତି ତୃଷ୍ଣା ରୟ। ଆସନ୍ତୁ ଜାଣିବା ସେ କିଏ?

ଅଦ୍ୟତନ ହୋଇଛି
Odia girl trishna ray crowned miss teen universe 2024

Odia girl trishna ray crowned miss teen universe 2024

Advertisment

ମିସ୍ ୟୁନିଭର୍ସ ଏବଂ ମିସ୍ ୱାର୍ଲ୍ଡ ଭଳି ପ୍ରତିଯୋଗିତା ବିଷୟରେ ଆପଣ ନିଶ୍ଚୟ ଅନେକ ଥର ଶୁଣିଥିବେ। ଆପଣ ଜାଣନ୍ତି କି ମିସ୍ ଟିନ୍ ୟୁନିଭର୍ସ ପରି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବି ଅଛି? ଏଥର ଏହିପରି ଏକ ପ୍ରତିଯୋଗିତାରେ ମୁକୁଟ ପିନ୍ଧିଛି ଭାରତ। ସବୁଠାରୁ ଗୌରବର କଥା ହେଲା ଏଥିରେ ରହିଛି ଓଡ଼ିଶାର ଅବଦାନ।

Advertisment

ଭାରତକୁ ଏହି ମୁକୁଟ ଦେଇଥିବା ଝିଅର ନାଁ ହେଉଛି ତୃଷ୍ଣା ରୟ, ଯିଏ ଭୁବନେଶ୍ୱରର ଏକ ଅନୁଷ୍ଠାନର ଫେସନ ଟେକ୍‌ନୋଲୋଜି ଛାତ୍ରୀ। ତୃଷ୍ଣା ରୟଙ୍କୁ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ମୁକୁଟ ପ୍ରଦାନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

Advertisment

ଏହି କାର୍ଯ୍ୟକ୍ରମ ଦକ୍ଷିଣ ଆଫ୍ରିକାର କିମ୍ବର୍‌ଲେରେ ହୋଇଥିଲା। ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି। ଏହି କାର୍ଯ୍ୟକ୍ରମ ୧ ରୁ ୯ ନଭେମ୍ବର ମଧ୍ୟରେ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୦ ଜଣ ଫାଇନାଲିଷ୍ଟ୍‌ଙ୍କୁ କାଟି ତୃଷ୍ଣା ରୟ ଏହି ବାଜି ମାରିନେଇଛନ୍ତି।


୧୦ ଜଣ ଫାଇନାଲିଷ୍ଟଙ୍କୁ ପରାସ୍ତ:

ପ୍ରତିଯୋଗିତାର ଅନ୍ତିମ ରାଉଣ୍ଡରେ ଦଶଟି ଦେଶର ଝିଅ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡ ଅନ୍ତର୍ଭୁକ୍ତ ଥିଲା। ସମସ୍ତଙ୍କୁ ପରାସ୍ତ କରି ତୃଷ୍ଣା ରୟ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ଭାବରେ ନିର୍ବାଚିତ ହୋଇଛନ୍ତି।

ପେରୁର ଆନ୍ ଥୋର୍ସେନ୍ ଦ୍ୱିତୀୟ ସ୍ଥାନରେ ଏବଂ ନାମିବିଆର ପ୍ରିସିୟସ୍ ଆଣ୍ଡ୍ରେ ତୃତୀୟ ସ୍ଥାନରେ ରହିଛନ୍ତି। ତୃଷ୍ଣା ରୟଙ୍କ ଏହି ସଫଳତା ଉପରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାଙ୍କର ଯାତ୍ରା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଏହି ବିଜୟ ମଧ୍ୟ ବିଶେଷ ଅଟେ, କାରଣ ଭିସା ନ ପାଇବାରୁ କଲମ୍ବିଆ ଏବଂ ଡୋମିନିକାନ୍ ରିପବ୍ଲିକ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ତୃଷ୍ଣା ରୟ ଅଂଶଗ୍ରହଣ କରିପାରି ନ ଥିଲେ।”


ଫ୍ୟାଶନ ଟେକ୍ନୋଲୋଜୀର ଛାତ୍ରୀ:

ଏକ ଘରୋଇ ଟିଭି ଚ୍ୟାନେଲ୍ ଅନୁଯାୟୀ ତୃଷ୍ଣା ରୟ କର୍ଣ୍ଣେଲ ଦିଲୀପ କୁମାର ରୟ ଏବଂ ରାଜଶ୍ରୀ ରାୟଙ୍କ ଝିଅ। ସେ ଫ୍ୟାଶନ ଟେକ୍ନୋଲୋଜୀରେ ଅଧ୍ୟୟନ କରୁଛନ୍ତି। ଗତ ବର୍ଷ ଏପ୍ରିଲ ୧୩ରେ ତୃଷ୍ଣା ରୟ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ପେଜେଣ୍ଟ ଟାଇଟଲ୍ ଜିତିଥିଲେ।

ତାଙ୍କ ବିଜୟ ବିଷୟରେ ସୂଚନା ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫ୍ୟାଶନ ଡିଜାଇନର୍ ଶେନ୍ ସୋନି ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି ଯେ, ଇଣ୍ଡିଆ କେମ୍, ଇଣ୍ଡିଆ ସାଇଣ୍ଡ୍, ଇଣ୍ଡିଆ କନ୍‌କର୍ଡ। ଏହି ବିଜୟକୁ ଭାରତ ଆଣିଥିବାରୁ ଅଭିନନ୍ଦନ।


କଟକ ବାସିନ୍ଦା:

ସୂଚନା ଥାଉଯେ ତୃଷ୍ଣା କଟକର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ବର୍ତ୍ତମାନ ୧୯ ବର୍ଷ। ସେ ଖୁବ ପରିଶ୍ରମୀ ଏବଂ ପରିଶ୍ରମ ଉପରେ ବିଶ୍ୱାସ ମଧ୍ୟ କରନ୍ତି। ସେ ପୂର୍ବରୁ ଅନେକ ପ୍ରତିଯୋଗିତାରେ ଭାଗ ନେଇସାରିଛନ୍ତି।

ଅଧିକ ପଢ଼ନ୍ତୁ: ଜହୀର୍‌ ଇକ୍‌ବାଲ୍‌ଙ୍କ ନଖରାମୀ; ଟେନିସ୍ କୋର୍ଟରେ ଯାହା କଲେ, ଭିଡିଓ ଦେଖି ଆପଣ ଲାଜେଇ ଯିବେ

Social Media Miss Universe Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ