Advertisment

ଫିଲ୍ମ ‘ଗଦର-୨’ରେ କାମ କରି ଚର୍ଚ୍ଚାରେ ଓଡ଼ିଆ ପୁଅ ବରୁଣ

ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି  ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି।

ଅଦ୍ୟତନ ହୋଇଛି
odia foley artist in gadar 2

Odia foley artist from Daringbadi leaves his mark in Blockbuster movie ‘Gadar 2’

Advertisment

ବଲିଉଡ୍‌ରେ ଓଡ଼ିଆ ପୁଅ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ଯୁବକ ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି  ଏବେ ଚର୍ଚ୍ଚାରେ। ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି। ଏବେ ବରୁଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବଲିଉଡ୍‌ରେ ଜଣେ ସଫଳ ଫଲି ଆର୍ଟିଷ୍ଟ୍ ଭାବେ ବରୁଣ ଅନେକ ସୁପରହିଟ୍ ଫିଲ୍ମରେ କାମ କରି ସାରିିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଥମୁନି 'ଗଦର ୨'ର ଜଲ୍‌ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ

ଦାରିଙ୍ଗବାଡ଼ିରୁ ସୁଦୂର ମାୟାନଗରୀ ମୁମ୍ବାଇକୁ ଯାଇ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ବରୁଣଙ୍କ ପାଇଁ ଏତେଟା ସହଜ ନଥିଲା। ତାଙ୍କର ପିଲାଦିନ ବହୁତ କଷ୍ଟରେ କଟିଥିଲା। ବିଧବା ମାଆ ଓ ସାନ ଭଉଣୀଙ୍କ ମୁହଁରେ ଦି ଓଳି ଖାଇବା ଦେବାକୁ ସେ ଟେଲରିଂ ଦୋକାନରେ ସିଲେଇ କାମ କରୁଥିଲେ। ପରେ ସେ ବଲିଉଡ୍‌ରେ କାମ କରିବା ଲକ୍ଷ୍ୟ ନେଇ ମୁମ୍ବାଇ ଚାଲିଯାଇଥିଲେ।

Advertisment

ଏବେ ବଲିଉଡରେ ବରୁଣ ବିଷୋୟୀ ଜଣେ ଜଣାଶୁଣା ଚେହେରା। ବଲିଉଡ୍‌ରେ ସେ ପାଖାପାଖି ୨୦ ବର୍ଷ ହେଲାଣି ଜଣେ ଫଲି ଆର୍ଟିଷ୍ଟ୍ ବା ଏଡିଟର ଭାବେ କାମ କରି ଆସୁଛନ୍ତି। ବରୁଣ ପୂର୍ବରୁ ‘ବାଜିରାଓ ମସ୍ତାନୀ’, ‘ପିକେ’,‘ଥ୍ରୀ ଇଡିଏଟ୍‌’, ‘ଭାଗ୍ ମିଲଖା ଭାଗ୍‌’, ‘ଡନ୍‌ ଟୁ’, ‘ଉରି’, ‘ଅନ୍ଧାଧୁନ୍‌’, ‘ଟଏଲେଟ ଏକ ପ୍ରେମ କଥା’, ‘ରୁସ୍ତମ୍’ ଓ ‘ପଦ୍ମାବତୀ’  ଭଳି ଅନେକ ହିଟ୍ ଫିଲ୍ମରେ କାମ କରି ପ୍ରଂଶସିତ ହେବା ସହ ପୁରସ୍କୃତ ହୋଇ ସାରିଛନ୍ତି।

ଅଧିକ ପଢ଼ନ୍ତୁ: ବଲିଉଡରେ ହିରୋ ଓଡ଼ିଆ ପୁଅ; ୱେବସିରିଜ୍ ‘କମାଣ୍ଡୋ’ ଲିଡ୍‌ ରୋଲରେ ଭୁବନେଶ୍ୱରର ପ୍ରେମ ପରିଜା

Advertisment

ବରୁଣ ଫିଲ୍ମ ଜଗତରେ ସଫଳତା ପାଇବା ପରେ ତାଙ୍କ ମା’ ବେଶ୍ ଖୁସି। ଅଭାବ ଅନାଟନ ରହିଥିଲେ ମଧ୍ୟ ଛୋଟ ବେଳୁ ବଲିଉଡ ଜଗତରେ ପାଦ ଦେଇ କିଛି କରିବାର ନିଶା ବରୁଣଙ୍କୁ ଘାରିଥିଲା । ଆଉ ନିଜର ସ୍ୱପ୍ନ ପୂରଣ ଲାଗି ନିଜ ମା’ଙ୍କ ଠାରୁ ଆର୍ଶୀବାଦ ନେଇ ଦାରିଙ୍ଗବାଡ଼ିରୁ ମୁମ୍ବାଇ ଅଭିମୁଖେ ବାହାରି ପଡ଼ିଥିଲେ।

Gadar-2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ