Advertisment

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ

ଓଡ଼ିଶା ଫିଲ୍ମର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ। ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି କିଛି ଫିଲ୍ମ ପ୍ରଯୋଜକ ।

author-image
Manoranjan Behera
ଅଦ୍ୟତନ ହୋଇଛି
Manoj Mishra

Manoj Mishra

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିଛନ୍ତି କିଛି ଫିଲ୍ମ ପ୍ରଯୋଜକ। ମନୋଜଙ୍କୁ ସେମାନଙ୍କ ଫିଲ୍ମରେ ନ ନେବାକୁ ସେହି ପ୍ରଯୋଜକମାନେ ନିଷ୍ପତ୍ତି ନେଇଛନ୍ତି। ୨ ବର୍ଷ ପାଇଁ ତାଙ୍କୁ ବାସନ୍ଦ କରାଯାଇଛି। ସମ୍ବଲପୁରରେ ଓଡ଼ିଆ ଫିଲ୍ମ ରାମ୍‌କୁ ବିରୋଧ ପଛରେ ମନୋଜଙ୍କ ହାତ ଥିବା ଅଭିଯୋଗ କରି ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଜିତୁ-ମନୋଜ ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅରିନ୍ଦମଙ୍କ ଫିଲ୍ମ ରାମରେ ଅଭିନୟ କରିଛନ୍ତି ଜିତୁ ମଙ୍ଗରାଜ। ଜିତୁଙ୍କ ସହିତ ମନୋଜଙ୍କ ବିବାଦ ରହିଛି।  ସେଥିପାଇଁ ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ଫିଲ୍ମକୁ ବ୍ୟାନ କରିବାକୁ ଦାବି ମଧ୍ୟ କରିଛନ୍ତି। ଏହା ପରେ ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକ ବ୍ୟାନ କରିଥିବା ଖବର ହସ୍ତଗତ ହୋଇଛି। ସେପଟେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଭିନେତା ମନୋଜ ମିଶ୍ର।

ଦୁର୍ଗା ପୂଜାରେ ରିଲିଜ୍‌ ହୋଇଛି ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଅଭିନିତ ଫିଲ୍ମ ‘ରାମ’। ସେହି ବାବୁଶାନ୍‌ ମହାନ୍ତି ଓ ଅମ୍ଲାନ ଦାସଙ୍କ ଅଭିନିତ ଫିଲ୍ମ ‘ମାଲ୍ୟଗିରୀ’ ଏବଂ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନିତ ‘କଟକ... ଶେଷରୁ ଆରମ୍ଭ’ ଫିଲ୍ମ ରିଲିଜ୍‌ ହୋଇଛି। ଦୀର୍ଘ ଦିନ ବ୍ୟବଧାନରେ ଓଡ଼ିଶାର ସବୁ ଷ୍ଟାରଙ୍କ ଫିଲ୍ମ ଏକାଥରକେ ରିଲିଜ୍‌ ହେଉଥିବାରୁ ଦର୍ଶକଙ୍କ ଭିତରେ ଦେଖିବାକୁ ମିଳିଥିଲା ସ୍ୱତନ୍ତ୍ର କ୍ରେଜ୍। ହେଲେ ସମ୍ୱଲପୁରରେ ଅରିନ୍ଦମଙ୍କ ଫିଲ୍ମ ‘ରାମ୍‌’କୁ ହଲ୍‌ରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ।

Advertisment
Ollywood Boycott Manoj Mishra
Advertisment
Advertisment