• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଭିଡ୍‌ ପର ଠାରୁ ବଦଳି ଯାଇଥିଲା ଓଲିଉଡ୍‌ ଷ୍ଟାର ବାବୁସାନ୍‌ଙ୍କ ବ୍ୟବହାର ! ପୂର୍ବ ଖୁବ୍‌ ମେଳାପୀ ଥିବା ଅଭିନେତାଙ୍କ ବ୍ୟବହାରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଟିଭି ପରଦା ଏପରି ଖୁଲାସା କରିଛନ୍ତି ଓଡ଼ିଆ ସିନେ ନିର୍ଦ୍ଦେଶକ ଜ୍ୟୋତି ଦାସ । ସେ କହିଛନ୍ତି, ତାଙ୍କ ବ୍ୟକ୍ତିଗତ ବ୍ୟାପାରରେ ଅଧିକ କହିବା ଠିକ୍‌ ନୁହେଁ । ହେଲେ ସେ ଠିକ୍‌ ବାଟକୁ ଫେରି ଆସିବା ଭଲ କଥା । ବିଦ୍ୟାରାଣ ସିନେମା କରୁଥିବା ବେଳେ ପ୍ରକୃତି ମିଶ୍ର ଥରେ ଦୁଇ ଥର ସେଟକୁ ଆସିଥିବା ସେ ଦେଖିଛନ୍ତି । ହେଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ସେ ଜାଣି ନାହାନ୍ତି ।

ଜ୍ୟୋତି ଦାସ କହିଛନ୍ତି, ଦୁଇ ବର୍ଷ ମଧ୍ୟରେ ବାବୁସାନ୍‌ଙ୍କ ଠାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୁଇ ବର୍ଷ ପୂର୍ବରୁ ବାବୁର ବ୍ୟବହାର ଭିନ୍ନ ଥିଲା । ସେ ଭାରି ଖୋଲାଖୋଲି ପିଲା । କିନ୍ତୁ ମହାମାରୀ ସମୟରେ ଲାଗୁଥିଲା ସେ କେଉଁଠି ଯେପରି ଗୋଟାଏ ଅଟକି ଯାଇଛି । କୋଭିଡ୍ ଫାଷ୍ଟ ୱେଭ୍‌ ପରେ ପୁଣି ଆରମ୍ଭ ହୋଇଥିଲା ସୁଟିଂ । ହେଲେ ସେତିକିବେଳେ ପୂର୍ବ ପରି ନଥିଲା ବାବୁ । ସେ କାମ ଉପରେ ଫୋକସ୍‌ ଉପରେ କରିପାରୁ ନଥିଲା । ସୁଟିଂରେ ଭାରି ଅସହଜ ମନେ କରୁଥିଲେ । ଟିକି ଅପା ଅନୁଭବ କରି ଯାହା କହିଛନ୍ତି, ପୂରା ଠିକ୍‌ ।

ବିଦ୍ୟାରାଣ ସିନେମା ସୁଟିଂ ସମୟରେ ଠିକ୍‌ ସମୟରେ ବାବୁ ପହଞ୍ଚୁ ନଥିଲେ । ସେଥିପାଇଁ ଠିକ୍‌ ସମୟରେ ଶେଷ ହୋଇ ପାରୁନଥିଲା ସିନେମା । କୋଭିଡ୍ ପୂର୍ବରୁ ବାବୁର ବ୍ୟବହାର ବହୁତ ସୁନ୍ଦର । କିନ୍ତୁ କୋଭିଡ୍ ପରେ ଅଚାନକ୍‌ ରାଗି ଯାଉଥିଲା ବାବସାନ୍‌ । ଟିକିଏ ଟିକିଏ କଥାରେ ଚିଡ଼ି ଯାଉଥିଲା । ଅଚାନକ୍‌ ଏପରି ପରିବର୍ତ୍ତନ ବୁଝି ହେଉନଥିଲା । ସିନେମା ସୁଟିଂ ସମୟରେ ମଧ୍ୟ ସେପରି ଅନୁଭବ ହେଉଥିଲା ।

ବାବୁସାନ୍‌ ଜଣେ ଭାରି ଭଲ ଅଭିନେତା । ତାଙ୍କ ପାଇଁ ରିହରସାଲର ଆବଶ୍ୟକତା ପଡ଼ିନି । ହେଲେ ତାଙ୍କର ଏପରି ଅଚାନକ୍‌ ପରିବର୍ତ୍ତନରେ ସମସ୍ତେ ବି ଚକିତ ହୋଇଯାଉଛନ୍ତି । ଉତ୍ତମ ଭାଇଙ୍କ ସହ ମଧ୍ୟ ଏସମ୍ପର୍କରେ ମଧ୍ୟରେ ଦୁଇ ତିନି ଥର ଆଲୋଚନା କରିଛନ୍ତି । ହେଲେ ତା’ପରେ ଏସମ୍ପର୍କରେ ଅଧିକ କିଛି ଜଣାନଥିଲା ।