Advertisment

ଜଳପରି ଅବତାର ନେଲେ ନୋରା ଫତେହୀ

ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ସେୟାର କରି ଲୋକଙ୍କୁ ପାଗଳ କରନ୍ତି ତ ପୁଣି କେତେବେଳେ ନିଜ ଭିଡିଓର ଯାଦୁରେ ମାୟା ରଚନ୍ତି। ଏବେ ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ପସନ୍ଦ ପାଲଟିଛି।

author-image
Pramod Behera
Nora Fatehi shares mermaid look

Nora Fatehi shares mermaid look

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ନିଜ ପ୍ରଶଂସକଙ୍କ ସହ କିପରି ଜଡିତ ରହିବେ ଓ ସେମାନଙ୍କ ହୃଦୟରେ ରାଜ କରିବେ ତାହା ନୋରା ଫତେହୀ ବେଶ ଭଲଭାବେ ଜାଣନ୍ତି। ଏନେଇ ସେ କେତେବେଳେ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି ତ ପୁଣି କେତେବେଳେ ଫ୍ୟାଶନେବଲ୍ ଭିଡିଓ କିମ୍ବା ପ୍ରଶଂସକଙ୍କ ସହିତ ଫଟୋ ସେୟାର କରନ୍ତି। କିନ୍ତୁ ଏଥର ସମ୍ପୂର୍ଣ୍ଣ ନୂଆ ଅବତାର ଦେଖିବାକୁ ମିଳିଛନ୍ତି ନୋରା।

Advertisment

ନୋରା ଫତେହି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଜଳପରି ଭାବରେ ଦେଖାଯାଉଛନ୍ତି ଏବଂ ପାଣିରେ ବୁଡି ଅଛନ୍ତି। ପ୍ରଶଂସକମାନେ ନୋରା ଫତେହିଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସେ ଏକ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ରେ ଏହି ଅବତାର ନେଇଛନ୍ତି। ଏହି ଗୀତକୁ ଗୁରୁ ରାନ୍ଧୱା ଗାଇଛନ୍ତି।

ନୋରା ଫତେହୀ ନିଜେ ତାଙ୍କର ଏହି ଜଳପରୀ ଅବତାରର ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, “ସେମାନେ କୁହନ୍ତି, ତୁମେ ଯେପର୍ଯ୍ୟନ୍ତ ମୋ ସାଗରରେ ରହିବ, ତେବେ ମୋ ନିୟମକୁ ପାଳନ କରିବାକୁ ପଡିବ, ତେଣୁ ମୁଁ ଛାଡିଦେଲି।” ଖବର ଲେଖା ହେବା ବେଳକୁ ନୋରା ଫତେହିଙ୍କ ଏହି ଫଟୋରେ ୯ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଥିଲା।

Advertisment

ପ୍ରକାଶଥାଉ ଯେ ନୋରା ଫତେହୀ ‘ବିଗ୍ ବସ୍‌’ରୁ ହିଁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। 'ଦିଲ୍‌ବର୍' ଏବଂ 'ଗର୍ମୀ' ପରି ସ୍ୱତନ୍ତ୍ର ଗୀତଗୁଡିକ ନୋରା ଫତେହିଙ୍କୁ ବଲିଉଡରେ ଅନେକ ପରିଚୟ ଦେଇଛି। ନିକଟରେ ନୋରା ଫତେହି ଅଜୟ ଦେବଗନ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ 'ଭୁଜ୍‌: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ରେ ନଜର ଆସିଥିଲେ। ଖାଲି ଏତିକି ନୁହେଁ 'ସତ୍ୟମେବ ଜୟତେ ୨'ରେ ତାଙ୍କର ଏକ ଦମଦାର ଗୀତ 'କୁସୁ କୁସୁ' ମଧ୍ୟ ରହିଥିଲା, ଯାହା ପ୍ରଶଂସକଙ୍କ ହୃଦୟକୁ ବେଶ ଛୁଇଁଥିଲା।

‘ସତ୍ୟମେବ ଜୟତେ ୨’ରେ ଜନ୍ ଆବ୍ରାହମ ଓ ଦିବ୍ୟା ଖୋସଲା କୁମାର ମୁଖ୍ୟ ଭୂମିକାରେ ଥିବା ବେଳେ ନୋରା ଫତେହୀଙ୍କ ‘କୁସୁ କୁସୁ’ ଗୀତ ଫିଲ୍ମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ଗୀତରେ ନୋରାଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ନୋରାଙ୍କ ନୃତ୍ୟ ଭଙ୍ଗୀ ଏତେ ଆକର୍ଷଣୀୟ ଥିଲା ଯେ ଯିଏ ଦେଖୁଲା ତା’ର ହୃଦୟର ସ୍ପନ୍ଦନ ବଢିବାରେ ଲାଗିଲା। ଏହି ଗୀତ ବର୍ତ୍ତମାନ ୟୁଟ୍ୟୁବ୍ ଟ୍ରେଣ୍ଡ୍ ପାଲଟି ଯାଇଥିଲା।

ସେତେବେଳେ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ନୋରା ତାଙ୍କ ପ୍ରଶଂସକମାନଙ୍କୁ ଗୀତର ଏକ ଛୋଟ କ୍ଲିପ୍ ସହିତ ଲେଖିଥିଲେ ଯେ “ଭୂମିକମ୍ପ… ଶେଷରେ ଆସିଗଲା।” ଏହା ଏହିତ ସେ ହାର୍ଟ୍ ଆଉ ଫାୟାର୍ ଇମୋଜୀ ମଧ୍ୟ ଶେୟାର କରିଥିଲେ।

Nora Fatehi Bollywood
Advertisment
Advertisment