Advertisment

ଆସୁଛି ସଲମାନଙ୍କ ଏହି ଫିଲ୍ମର ସିକ୍ୱେଲ୍; ଭାଇଜାନଙ୍କ ସ୍ଥାନରେ ନୂଆ ଅଭିନେତା

୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ସଲମାନ ଖାନ୍‌ଙ୍କ 'ନୋ ଏଣ୍ଟ୍ରି' ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘‌ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି। ଏଥିରେ କିନ୍ତୁ ଭାଇଜାନଙ୍କୁ ଦେଖିବାକୁ ମିଳିବନି।

author-image
Pramod Behera
ଅଦ୍ୟତନ ହୋଇଛି
no entry 2 to lead by varun dhawan arjun kapoor and diljit dosanjh

no entry 2 to lead by varun dhawan arjun kapoor and diljit dosanjh

୨୦୦୫ ମସିହାର ହିଟ୍ ଫିଲ୍ମ 'ନୋ ଏଣ୍ଟ୍ରି'ର ସିକ୍ୱେଲକୁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସଲମାନ ଖାନ, ଅନିଲ କପୁର, ଫରଦିନ୍‌, ବିପାଶା ବସୁ, ଲାରା ଦତ୍ତା ଏବଂ ସେଲିନା ଜେଟ୍‌ଲୀଙ୍କ ପରି ଅଭିନେତା ଅଭିନୟ କରିଥିଲେ। ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ।

Advertisment

ସେତେବେଳେ ୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘‌ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି, ଯେଉଁଥିପାଇଁ ଅଭିନେତା ମଧ୍ୟ ଚୟନ କରାଯାଇଛି। ତେବେ ଏଥିରେ ଲିଡ୍ ଆର୍ଟିଷ୍ଟ୍‌ଙ୍କ ନାମ ଶୁଣିବା ପରେ ପ୍ରଶଂସକମାନେ ଏହାକୁ ଫ୍ଲପ୍ ଭାବରେ ଟ୍ୟାଗ୍ କରିବା ଆରମ୍ଭ କରିଛନ୍ତି।

ଅନିସ୍ ବାଜ୍‌ମିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସିକ୍ୱେଲ୍‌କୁ ନେଇ କିଛି ଦିନ ହେଲା କାମ ଚାଲିଛି ​​ଏବଂ ମୂଳ ଅଭିନେତାମାନଙ୍କୁ ନେଇ ଏହା ତିଆରି ହେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ କାଷ୍ଟିଂରେ ପରିବର୍ତ୍ତନ କରାଯାଇଥିବା ଖବର ଆସିଛି।

Advertisment

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ 'ନୋ ଏଣ୍ଟ୍ରି ୨' ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, କିନ୍ତୁ ବର୍ତ୍ତମାନ ଏହା ନୂଆ କଳାକାରଙ୍କୁ ନେଇ ତିଆରି ହେବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ଅନିସ୍ ବାଜ୍‌ମି ଲେଖିଛନ୍ତି ଏବଂ ସେ ମଧ୍ୟ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସିକ୍ୱେଲ୍‌ ପାଇଁ ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲ୍‌ଜିତ ଦୋସାଞ୍ଜଙ୍କୁ ଚୟନ କରାଯାଇଛି। କୁହାଯାଉଛି ଯେ ଏହି ତିନିଜଣ ସ୍କ୍ରିପ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମ ପାଇଁ ରାଜି ହୋଇଛନ୍ତି। ଏହି ରିପୋର୍ଟରେ, 'ନୋ ଏଣ୍ଟ୍ରି ୨'ର ସ୍କ୍ରିପ୍ଟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ଏହି ତିନି କଳାକାର ବହୁତ ଉତ୍ସାହିତ ଥିବା ଏକ ସୂତ୍ରରୁ ପ୍ରକାଶ। ତେବେ ବୋନି କପୁର ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ଜଣାଯାଇଛି।

ତେବେ କୁହାଯାଉଛି ଯେ ଫିଲ୍ମ ଫ୍ଲୋର୍‌କୁ ଯିବାକୁ ଆଉ କିଛି ସମୟ ଲାଗିବ। 'ନୋ ଏଣ୍ଟ୍ରି ୨' ବର୍ଷ ଶେଷ ସୁଦ୍ଧା କିମ୍ବା ଡିସେମ୍ବର ୨୦୨୪ ସୁଦ୍ଧା ଆରମ୍ଭ ହୋଇପାରେ। ୨୦୨୫ରେ ଫିଲ୍ମ ରିଲିଜ୍ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁଯାୟୀ, ମୁଖ୍ୟ ଅଭିନେତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ ଏବଂ ଏହା ପରେ ହିଁ ଫିଲ୍ମ ବିଷୟରେ କୌଣସି ସରକାରୀ ଘୋଷଣା କରାଯିବ।

Salman Khan Varun Dhawan Bollywood Anil Kapoor Arjun Kapoor Fardeen Khan
Advertisment
Advertisment