ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ । ଯାତ୍ରା ପାର୍ଟି ମାଲିକ କହିଛନ୍ତି, ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି । ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫ ଲକ୍ଷ ଟଙ୍କା ଫେରାଇଥିବା ବେଳେ ପାରିବାରିକ ସମସ୍ୟାରୁ ବର୍ଷେ ବିଶ୍ରାମ ନେବେ ପୀୟୂଷ । ତେବେ ପୀୟୂଷଙ୍କୁ ବ୍ୟାନ୍ କରାଯାଇନି ବୋଲି ସ୍ପଷ୍ଟ କରିଛନ୍ତି ଯାତ୍ରା ମାଲିକ ।
ଏହାସହ ଗୋଟିଏ ବର୍ଷ ପାଇଁ ଜଲିଉଡ ହାଇପେଡ୍ ଆକ୍ଟର ପିୟୂଷ ତ୍ରିପାଠୀ ଯାତ୍ରାରୁ ଦୂରେଇ ରହିବା ନେଇ ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା ।
Also Read
ଏମିତିକି କିଛି ଦିନ ତଳେ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆଜି ଯବନିକା ପଡ଼ିଛି ।
ଅଧିକ ପଢ଼ନ୍ତୁ: ଆଜି ରିଲିଜ୍ ହେବ ଫିଲ୍ମ 'ପାଦେ ଆକାଶ'
ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ସାମିଲ ଦେଖିବାକୁ ମିଳିଥିଲା ।
ମାଲିକଙ୍କ ସହ ଆଲୋଚନା କରି ପୀୟୂଷ ଟଙ୍କା ଫେରାଇବେ ନା କୌଣସି ଗୋଟିଏ ଯାତ୍ରା ପାର୍ଟିରେ ଯୋଗଦେଇ ଚଳିତ ସିଜିନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ତାକୁ ନେଇ ସସ୍ପେନ୍ସ ଜାରି ରହିଥିଲା । କିନ୍ତୁ, ବୈଠକ ପରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଥିଲା ।
ସୂଚନାଯୋଗ୍ୟ ନରି ପଣ୍ଡାଙ୍କ ବିବାଦ ପରେ ସୋସିଆଲ୍ ମିଡିଆରେ ପୀୟୂଷଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ପୀୟୂଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ନେଇ ପୀୟୁଷଙ୍କ ବାପା ଚିଠି ଲେଖିଥିଲେ ।
ପୀୟୂଷଙ୍କ ବାପା ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ୨ଟି ପାର୍ଟି ମାଲିକ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକଙ୍କ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ।