Advertisment

ଦର୍ଶକଙ୍କୁ ତରଙ୍ଗ ଟିଭିର ପ୍ରୀତିଭରା ଭେଟି, ପ୍ରତିଟି ବୋହୂ କ୍ଷେତ୍ରରେ ଘଟୁଥିବା ଘଟଣାକୁ ନେଇ ଆସୁଛି ସୁନ୍ଦର ଧାରାବାହିକ ଆଶା

ଆଶାର କାହାଣୀ ସେହି ଘରଣୀଙ୍କ ପାଇଁ, ଯିଏ ପ୍ରତିଟି ମୂହୁର୍ତ୍ତରେ ଆଶା ଭଳି ସମସ୍ୟାରେ ପଡୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଛି ଆଶା କ’ଣ ହୋଇ ପାରୁଛି ସମସ୍ତଙ୍କ ପାଇଁ ଆଶାର କିରଣ ନା’ ସାରା ଜୀବନ ଏମିତି ଦୁଃଖ କଷ୍ଟ ସହି ରହିବ।

author-image
Prangyan Parimita
ଅଦ୍ୟତନ ହୋଇଛି
asha

asha

ବର୍ଷ ବର୍ଷ ଧରି ଓଡ଼ିଶାର ଦର୍ଶକମାନଙ୍କ ରୁଚିକୁ ପରଖି, ଦର୍ଶକଙ୍କ ପସନ୍ଦ ଅନୁସାରେ ତରଙ୍ଗ ଟିଭି ଭେଟି ଦେଇ ଆସିଛି ଅନେକ ସୁନ୍ଦର ସୁନ୍ଦର ଧାରାବାହିକ। ତରଙ୍ଗ ସବୁବେଳେ କହେ, ଆମ ରଙ୍ଗ ଓଡ଼ିଆ, ଆମ ଢଙ୍ଗ ଓଡ଼ିଆ। ସେଥିପାଇଁ ତ ନିଚ୍ଛକ ଓଡ଼ିଆ ଘରର କଥା କହି ପ୍ରତ୍ୟେକ ଓଡିଆଙ୍କ ମନକୁ ବାନ୍ଧି ରଖି ପାରିଛି। ସେଇ ବିଶ୍ୱାସକୁ ବଜାୟ ରଖିବା ପାଇଁ ତରଙ୍ଗ ଆପଣମାନଙ୍କ ପାଇଁ ନେଇ ଆସୁଛି ଏକ ସୁନ୍ଦର ଓ ପାରିବାରିକ ଧାରାବାହିକ ଆଶା।

Advertisment

ନିକଟରେ ତରଙ୍ଗ ଟିଭିରେ ପ୍ରସାରିତ ହୋଇଛି ଏକ ନୂଆ ପ୍ରୋମୋ ଆଶା। ଆପଣମାନେ ସମସ୍ତେ ଏହାକୁ ନିଶ୍ଚୟ ଦେଖିଥିବେ। ତାହା ତରଙ୍ଗ ଟିଭିର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ ହେଇ ସାରିଛି। ପ୍ରୋମୋକୁ ଦେଖିଲେ ଅନୁମାନ କରି ହେଉଛି କି ଏହା ଏକ ଘରଣୀର କାହାଣୀ। ଜଣେ ସାଧାରଣ ଗୃହିଣୀ ଚେଷ୍ଟା କରି ଚାଲିଛି ଭଲ ସ୍ତ୍ରୀ, ଭଲ ବୋହୂ, ଭଲ ମା’ଟିଏ ହୋଇ ପରିବାରର ମନ ଜିଣିବାକୁ। ହେଲେ ପରିବାର ସଦସ୍ୟମାନେ ପ୍ରତିଟି କଥାରେ ନଥା ବାହାର କରି ତାକୁ ଲାଞ୍ଛନା ଦେଇ ଚାଲିଛନ୍ତି। କିନ୍ତୁ, ଆଶା ହାରୁ ନାହିଁ। ଏତେ କଷ୍ଟ ଭିତରେ ବି ମୁହଁରେ ଟିକେ ହସ ରଖି ଚେଷ୍ଟା କରି ଚାଲିଛି ସମସ୍ତଙ୍କ ମନ ଜିଣିବାକୁ।

ଏହା କେବଳ ଆଶାର କାହାଣୀ ନୁହଁ। ଏମିତି ଘଟଣା ଘଟୁଛି ଅନେକଙ୍କ ଘରେ, ଘର କୋଣରେ ରହୁଥିବା ପ୍ରତ୍ୟେକଟି ବୋହୂ କ୍ଷେତ୍ରରେ। ତେବେ ଆଶାର କାହାଣୀ ସେହି ଘରଣୀଙ୍କ ପାଇଁ, ଯିଏ ପ୍ରତିଟି ମୂହୁର୍ତ୍ତରେ ଆଶା ଭଳି ସମସ୍ୟାରେ ପଡୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଛି ଆଶା କ’ଣ ହୋଇ ପାରୁଛି ସମସ୍ତଙ୍କ ପାଇଁ ଆଶାର କିରଣ ନା’ ସାରା ଜୀବନ ଏମିତି ଦୁଃଖ କଷ୍ଟ ସହି ରହିବ।

Advertisment

ଆସନ୍ତା ଫେବୃଆରୀ 14 ତାରିଖରୁ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ୍‌’ରେ ପ୍ରସାରଣ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ ଆଶା। ପ୍ରତି ସପ୍ତାହର ସୋମବାରରୁ ଶନିବାର ରାତି ୯ଟା ୩୦ରେ ଆଶାକୁ ଦେଖିବାକୁ ପାଇବେ ଆପଣମାନେ। ଆଶା ଭୂମିକାରେ ଜଣାଶୁଣା ଟେଲି ଅଭିନେତ୍ରୀ ସ୍ୱିଟି ପଟ୍ଟନାୟକ ଆସୁଥିବା ବେଳେ ତାଙ୍କ ସ୍ୱାମୀ ପ୍ରକାଶ ଭୂମିକାରେ ଗୌରବ। ତରଙ୍ଗର ଏହି ଧାରାବାହିକକୁ ଜଣାଶୁଣା ଡାଇରେକ୍ଟର ମିହିର ସ୍ୱାଇଁ ନିର୍ଦ୍ଦେଶନା ଦେଇଛନ୍ତି। ଏଇ ଭାଲେନଟାଇନ ଡେରେ ଆପଣମାନଙ୍କ ପାଇଁ ତରଙ୍ଗର ଏହି ପ୍ରିତୀଭରା ଭେଟି ଆଶା। ଏବେ କେବଳ ଅପେକ୍ଷା ଆପଣମାନେ ଆଶାକୁ କିଭଳି ଦେଉଛନ୍ତି ଭଲ ପାଇବା

New Mega Serial
Advertisment
Advertisment