Advertisment

ମା’ ହେଲେ ନେହା ଧୂପିଆ

ଦ୍ୱିତୀୟ ଥର ପାଇଁ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ। ପୁଣି ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନେହା। ଏନେଇ ସ୍ୱାମୀ ଅଙ୍ଗଦ ବେଦୀ ସୂଚନା ଦେବା ସହ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି,‘ଭଗବାନ ଆମ କୋଳକୁ ଏକ ଶିଶୁପୁତ୍ର ଦେଇଛନ୍ତି। ନେହା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।’

author-image
Rajalaxmi Sahoo
Neha Dhupia And Angad Bedi

Neha Dhupia And Angad Bedi

ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମା’ ହେଲେ ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ। ପୁଣି ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନେହା। ଏନେଇ ସ୍ୱାମୀ ଅଙ୍ଗଦ ବେଦୀ ସୂଚନା ଦେବା ସହ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି,‘ଭଗବାନ ଆମ କୋଳକୁ ଏକ ଶିଶୁପୁତ୍ର ଦେଇଛନ୍ତି। ନେହା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।’ 

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ପୂର୍ବରୁ ନେହା ଧୂପିଆ ଏକ ପୂତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ଗର୍ଭାବସ୍ଥାରେ ମଧ୍ୟ ପାରମ୍ପରିକ ନୀତିକୁ ଭାଙ୍ଗି ନେହା କାମ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହା ମଧ୍ୟ ସତ ଯେ ନେହା ନିଜର ଗର୍ଭଧାରଣ ହେତୁ ଅନେକ କାମ ହରେଇଛନ୍ତି। 

Advertisment

‘Singh Is Kinng’, ‘Tumhari Sulu’, ‘Hindi Medium’ ଓ ‘Lust Stories’ ଭଳି ଅନେକ ବଲିଉଡ୍‌ ଫିଲ୍ମରେ ନେହା ଅଭିନୟ କରିଛନ୍ତି। ଶେଷଥର ପାଇଁ ନେହା ପ୍ରିୟଙ୍କା ବାନାର୍ଜୀଙ୍କ ଫିଲ୍ମ ‘ଦେବୀ’ରେ ନଜର ଆସିଥିଲେ। ଏହାସହ ସେ ରିଅଲିଟି ଶୋ’  ‘Roadies’ରେ ମଧ୍ୟ ଜଜ୍‌ ହୋଇଥିଲେ। ନେହା ଧୂପିଆ ଓ ଅଙ୍ଗଦ ଲୁପିଛପି ବାହା ହୋଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ

Bollywood Angad Bedi Neha Dhupia
Advertisment
Advertisment