Advertisment

ନୀରଜ ଚୋପ୍ରା ଏହି ଅଭିନେତ୍ରୀଙ୍କୁ ଦେଲେ ପ୍ରେମ ପ୍ରସ୍ତାବ

ରିଅଲିଟି ସୋ 'ଡ୍ୟାନ୍ସ + ୬'ର ପରବର୍ତ୍ତୀ ଏପିସୋଡରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିବ। ରିଆଲିଟି ସୋ’ର ମଞ୍ଚରେ ସେ ‘ଇଶ୍କ ତେରା ତଡପାୱେ’ ଗୀତରେ ନାଚୁଥିବା ନଜର ଆସିବେ। ତେବେ କୌତୁହଳର କଥା ଏହା ଯେ ସେ କ୍ୟାପ୍‌ଟେନ୍‌ ଶକ୍ତି ମୋହନଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ହୋଷ୍ଟ ରାଘବ ଜୁୟାଲ ବହୁତ ହାସ୍ୟାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ସେ ସେଟ୍‌ରେ ହୃଦୟ ଭାଙ୍ଗିବାର ନାଟକ କରୁଥିବା ନଜର ଆସନ୍ତି।

author-image
Pramod Behera
Neeraj Chopra proposed to Shakti Mohan

Neeraj Chopra proposed to Shakti Mohan

ନୂଆଦିଲ୍ଲୀ: ରିଅଲିଟି ସୋ 'ଡ୍ୟାନ୍ସ + ୬'ର ପରବର୍ତ୍ତୀ ଏପିସୋଡରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ ବିଶେଷ ଅତିଥି ଭାବରେ ଦେଖିବାକୁ ମିଳିବ। ରିଆଲିଟି ସୋ’ର ମଞ୍ଚରେ ସେ ‘ଇଶ୍କ ତେରା ତଡପାୱେ’ ଗୀତରେ ନାଚୁଥିବା ନଜର ଆସିବେ। ତେବେ କୌତୁହଳର କଥା ଏହା ଯେ ସେ କ୍ୟାପ୍‌ଟେନ୍‌ ଶକ୍ତି ମୋହନଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ହୋଷ୍ଟ ରାଘବ ଜୁୟାଲ ବହୁତ ହାସ୍ୟାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ସେ ସେଟ୍‌ରେ ହୃଦୟ ଭାଙ୍ଗିବାର ନାଟକ କରୁଥିବା ନଜର ଆସନ୍ତି।

Advertisment

ସୂଚନା ମୁତାବକ ଦୀର୍ଘ ଦିନ ଧରି ଶକ୍ତି ପ୍ରତି ନିଜର ଭାବନା ପ୍ରକାଶ କରିବାକୁ ଚେଷ୍ଟା କରିଆସୁଛନ୍ତି ରାଘବ। ଏଭଳି ଡ୍ୟାନ୍ସ + ରେ ଦୀର୍ଘ ଦିନ ଧରି ଚାଲିଛି। ଭିଡିଓର ରାଘବ ଶକ୍ତିଙ୍କୁ କୁହନ୍ତି, “ମୁଁ ବି ତୁମକୁ ପ୍ରେମ କରିବାକୁ ଚାହୁଁଛି।” ତା’ପରେ ଦୁହେଁ ଏକାଠି ନାଚୁଥିବା ନଜର ଆସିଛନ୍ତି। ବିଚାରପତିମାନଙ୍କ ସହିତ ଶୋ’ର ପ୍ରତିଯୋଗୀମାନେ ତାଙ୍କୁ ଉତ୍ସାହିତ କରିଛନ୍ତି।

Advertisment

ରାଘବଙ୍କୁ କିପରି ପ୍ରସ୍ତାବ ଦେବେ ତାହା ଦେଖାଇବାକୁ ଶକ୍ତି ନୀରଜଙ୍କୁ ମଞ୍ଚକୁ ଆସିବାକୁ ଅନୁରୋଧ କରିଛନ୍ତି। ନୀରଜ ଶକ୍ତିଙ୍କୁ କୁହନ୍ତି, “ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ବର୍ଚ୍ଛା। ମୁଁ ଏତେ ଭଲ ରାନ୍ଧିବା ଜାଣି ନାହିଁ କି ସମୟ ଦେଇ ପାରିବି ନାହିଁ।”

Neeraj Chopra proposed to Shakti Mohanନୀରଜ ଚୋପ୍ରା ଏହି ଅଭିନେତ୍ରୀଙ୍କୁ ଦେଲେ ପ୍ରେମ ପ୍ରସ୍ତାବ

ଭିଡିଓର ଦ୍ୱିତୀୟ ଭାଗରେ ନୀରଜ ଡ୍ୟାନ୍ସ + ୬ ଏବଂ ରାଘବଙ୍କ ପ୍ରତିଯୋଗୀମାନଙ୍କ ସହ 'ଇଶ୍କ ତେରା ତଡପାୱେ' ଗୀତରେ ନାଚୁଥିବାର ନଜର ଆସିଛନ୍ତି। ନୀରଜଙ୍କୁ ଏକ ବିଶେଷ ପ୍ରଦର୍ଶନକୁ ଉତ୍ସର୍ଗ କରି ସୁପର-ଜଜ୍ ରେମୋ ଡି’ସୁଜା କୁହନ୍ତି, ଏକ ସୁନାରୁ ଅଳଙ୍କାର ତିଆରି ହୁଏ, କିନ୍ତୁ ଏହି ସୁନା ଭାରତର ଗୌରବ।

ଭିଡିଓରେ, ନୀରଜଙ୍କୁ ପ୍ରସ୍ତାବ ଦେବାର ଶୈଳୀ ଲୋକଙ୍କୁ ଭିନ୍ନ ଲାଗିଛି। ତାଙ୍କର ଏହି ଭିଡିଓ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଏବଂ ଶୋ’ରେ ନଜର ଆସୁଛନ୍ତି। ତାଙ୍କୁ ପୂର୍ବରୁ 'କୌନ ବନେଗା କରୋଡପତି'ରେ ଦେଖିବାକୁ ମିଳିଥିଲା। ସେ ବିଜ୍ଞାପନରେ ଅଭିନୟ କରିବା ଆରମ୍ଭ କରିଛନ୍ତି, ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି।

Entertainment
Advertisment
Advertisment