/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704879224.jpg)
Nayanthara film annapoorani allegedly insulting lord ram and promoting love jihad
ଆଜିକାଲି ସାଉଥ୍ ସୁନ୍ଦରୀ ନୟନତାରାଙ୍କ ଫିଲ୍ମ 'ଅନ୍ନପୂରନୀ' ଚର୍ଚ୍ଚାରେ ରହିଛି। ଫିଲ୍ମକୁ ନେଇ ଏକ ବଡ ଆଲୋଚନା ସାମ୍ନାକୁ ଆସିଛି। OTT ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା 'ଅନ୍ନପୂରନୀ' ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପରେ ପୁଣି ଥରେ ଫିଲ୍ମ କାଷ୍ଟ୍ ଏବଂ ନିର୍ମାତା-ନିର୍ଦ୍ଦେଶକ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।
'ଅନ୍ନପୂରନୀ'ଏକ ତାମିଲ ଚଳଚ୍ଚିତ୍ର, ଯେଉଁଥିରେ ନୟନତାରାଙ୍କ ସହ ଅଭିନେତା ଜୟ ଏବଂ ସତ୍ୟ ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ 'ଅନ୍ନପୂରନୀ' ଚରିତ୍ର ଉପରେ ଆଧାରିତ, ଯିଏ ଜଣେ ରୋଷେୟା ହେବାର ସ୍ୱପ୍ନ ଦେଖନ୍ତି।
ନିଜ ସ୍ୱପ୍ନକୁ ପୂରଣ କରିବା ପୂର୍ବରୁ ତାଙ୍କୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡେ। ପୂର୍ବତନ ଶିବସେନା ନେତା ରମେଶ ସୋଲାଙ୍କି ଏହି ଚଳଚ୍ଚିତ୍ରର ଫିଲ୍ମ ନିର୍ମାତାଙ୍କ ବିରୋଧରେ ପ୍ରଥମେ ଏଫଆଇଆର ଦାଖଲ କରିଛନ୍ତି। ବର୍ତ୍ତମାନ ଜବଲପୁରରେ ମଧ୍ୟ ଏକ ହିନ୍ଦୁ ସଂଗଠନ ଦ୍ୱାରା ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି।
ହିନ୍ଦୁ ସେବା ପରିଷଦ ମଙ୍ଗଳବାର (ଜାନୁଆରୀ ୯) ଓମତି ପୋଲିସ ଷ୍ଟେସନରେ ଷ୍ଟାର୍ କାଷ୍ଟ୍ଙ୍କ ସହ ନିର୍ମାତା-ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିଛି ଏବଂ ଫିଲ୍ମ 'ଅନ୍ନପୂରନୀ'କୁ ହିନ୍ଦୁ ବିରୋଧୀ ବୋଲି କହିଛି। ହିନ୍ଦୁ ସେବା ପରିଷଦର ଅତୁଲ ଜେସ୍ୱାନି କହିଛନ୍ତି ଯେ 'ଅନ୍ନପୂରନୀ' ଚଳଚ୍ଚିତ୍ରରେ ଏପରି ଅନେକ ଦୃଶ୍ୟ ରହିଛି, ଯାହା ହିନ୍ଦୁ ଧର୍ମର ଆରାଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତୋମ ଭଗବାନ ଶ୍ରୀରାମଙ୍କୁ ଅପମାନିତ କରୁଛି।
ଏହି ଚଳଚ୍ଚିତ୍ରରେ ଭଗବାନ ଶ୍ରୀରାମଙ୍କ ବିରୋଧରେ ଅନୁପଯୁକ୍ତ ମନ୍ତବ୍ୟ ଦେଇ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ଜେସ୍ୱାନୀଙ୍କ ଅନୁଯାୟୀ ଏହି ଫିଲ୍ମରେ ଲଭ୍ ଜିହାଦ ଦେଖାଯାଇଛି। ଫିଲ୍ମର କଳାକାର ରାମଙ୍କ ବାବଦରେ କେତେକ ବିବାଦୀୟ ଦୃଶ୍ୟ ପ୍ରଦର୍ଶିତ କରିଛନ୍ତି । ଏହାକୁ ବିରୋଧ କରି ନିର୍ମାତା-ନିର୍ଦ୍ଦେଶକଙ୍କ ବିରୋଧରେ ଧାରା ୧୫୩ ଏବଂ ୩୪ ଆଇପିସି ଅଧୀନରେ ଷ୍ଟାର୍ କାଷ୍ଟ୍ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)