Advertisment

ନଟ୍ଟୁ କାକାଙ୍କ ମୃତ୍ୟୁରେ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ଟିମ୍ ଶୋକରେ

ଟିଭିର ଲୋକପ୍ରିୟ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ନଟ୍ଟୁ କାକା ତଥା ଘନଶ୍ୟାମ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶୋ’ର ପ୍ରଯୋଜକ ଅସିମ୍ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ‘ତାରକ ମେହତା କା ଉଲ୍ଟା ଚଶ୍ମା’ ସହିତ ଆରମ୍ଭରୁ ଜଡିତ ଥିଲେ।

author-image
Pramod Behera
Nattu Kaka-Ghanshyam Nayak died

Nattu Kaka-Ghanshyam Nayak died

ନୂଆଦିଲ୍ଲୀ : ଟିଭିର ଲୋକପ୍ରିୟ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ନଟ୍ଟୁ କାକା ତଥା ଘନଶ୍ୟାମ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶୋ’ର ପ୍ରଯୋଜକ ଅସିମ୍ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ‘ତାରକ ମେହତା କା ଉଲ୍ଟା ଚଶ୍ମା’ ସହିତ ଆରମ୍ଭରୁ ଜଡିତ ଥିଲେ।

Advertisment

ନଟ୍ଟୁ କାକା ତାଙ୍କ କମେଡୀରେ ଲୋକଙ୍କୁ ଖୁବ୍ ହସେଇଛନ୍ତି। ଶୋ’ରେ ସେ ଜେଠାଲାଲଙ୍କ ଆସିଷ୍ଟାଣ୍ଟ୍ ଭୂମିକାରେ ଥିଲେ। ସେ ତାଙ୍କ ହାସ୍ୟାତ୍ମକ ଅଭିନୟରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଥିଲେ। ବାଘା ସହିତ ତାଙ୍କ ଯୋଡି ମଧ୍ୟ ଖୁବ ଚମତ୍କାର ଥିଲା। ଶୋ’ରେ ତାଙ୍କର ହସ ଓ ଇଂରାଜୀ କହିବାର ଶୈଳୀକୁ ସମସ୍ତେ ପସନ୍ଦ କରୁଥିଲେ।

Nattu Kaka-Ghanshyam Nayak diedନଟ୍ଟୁ କାକାଙ୍କ ମୃତ୍ୟୁରେ ମନୋରଞ୍ଜନ ଦୁନିଆ ଶୋକରେ

ଘନଶ୍ୟାମ ନାୟକଙ୍କ ଜନ୍ମ ୧୯୪୪ ମସିହା ମେ ୧୨ରେ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ବିଗତ କିଛି ବର୍ଷ ଧରି ସେ କର୍କଟରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଥିଲେ। ଏହି ଅଭିନେତାଙ୍କ ମୃତ୍ୟୁରେ ‘ତାରକ ମେହତା’‌ ଟିମ ଶୋକ ପ୍ରକାଶ କରିଛନ୍ତି। ଶୋ’ର ପ୍ରଯୋଜକ ଅସିତ କୁମାର ମୋଦୀ ଘନଶ୍ୟାମ ନାୟକଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ “ଆମ ସ୍ନେହର ନଟ୍ଟୁ କାକା @TMKOC_NTF ଆଉ ଆମ ଗହଣରେ ନାହାନ୍ତି। ପରମ କୃପାଳୁ ପରମେଶ୍ୱର ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ ଓ ପରମ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାରକୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ। ନଟ୍ଟୁ କାକା ଆମେ ତୁମକୁ ଭୁଲି ପାରିବୁନି।” ସେହିପରି ଶୋ’ରେ ବବିତା ଜୀ ଭୂମିକା ନିଭାଉଥିବା ମୁନମୁନ ଦତ୍ତା ମଧ୍ୟ ନଟ୍ଟୁ କାକାଙ୍କ ସହିତ ଏକ ଫଟୋ ଶେୟାର କରି ଶୋକ ବ୍ୟକ୍ତ କରିଛନ୍ତି। ଶୋ’ର ଦୟା ଭାବି ତଥା ଦିଶା ବକାନୀ ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisment

ପ୍ରକାଶଥାଉ ଯେ ନଟ୍ଟୁ କାକା କେବଳ ଟିଭି ନୁହେଁ ବରଂ ଫିଲ୍ମରେ ବି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣିଛନ୍ତି। ସେ ୧୯୬୦ରେ ଅଶୋକ କୁମାରଙ୍କ ଫିଲ୍ମ ‘ମାସୁମ୍’ ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହା ପରେ ସେ ବେଟା, ତ୍ରିରଙ୍ଗା, ଆଙ୍ଖେ, ଲାଡଲା, କ୍ରାନ୍ତିବୀର୍, ଆନ୍ଦୋଳନ, ବରସାତ, ମାଫିଆ, ଚାହତ, ଇଶ୍କ, ଚାଇନା ଗେଟ୍, ତେରେ ନାମ ଓ ଖାକି ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ହାସ୍ୟାତ୍ମକ ଅଭିନୟକୁ ମନୋରଞ୍ଜନ ଦୁନିଆ କେବେ ବି ଭୁଲିପାରିବ ନାହିଁ।

Entertainment Tarak Mehta Ka Ooltah Chashmah Nattu Kaka
Advertisment
Advertisment