Advertisment

ଶସ୍ତା ହୋଇପାରେ ସିନେମା ଟିକେଟ, ମିଳିପାରେ ସପ୍ତାହାନ୍ତ ଅଫର

ଚଳିତବର୍ଷ ଲଗାତାର ବଲିଉଡ ଫିଲ୍ମ ଫ୍ଲପ୍‌ ହେବା ପରେ ଚିନ୍ତାରେ ପଡିଛନ୍ତି ହଲ ମାଲିକ। ଖାଲି ହଲ ମାଲିକ ନୁହେଁ, ଫିଲ୍ମ ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର୍ସଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ଫିଲ୍ମ ଫ୍ଲପ୍‌ ହେବା କାରଣରୁ ଅଧିକ ସଂଖ୍ୟକ ଦର୍ଶକ ହଲ୍‌କୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସିନେମା ହଲ ମାଲିକମାନେ ଟିକେଟ ମୂଲ୍ୟ ଶସ୍ତା କରିବା ପାଇଁ ଚିନ୍ତା କରୁଛନ୍ତି।

author-image
Minati Mishra
cinema hall Ticket price may decrese

ଗତ ମାସରେ ଜାତୀୟ ସିନେମା ଦିବସର ଅବସରରେ ଟିକେଟର ମୂଲ୍ୟ ୭୫ ଟଙ୍କା ରଖାଯାଇଥିଲା। ଫଳରେ ହଲ୍‌ରେ ଦର୍ଶକଙ୍କ ସଂଖ୍ୟା ବଢି ଯାଇଥିଲା। ପ୍ରାୟ ୬୦ ଲକ୍ଷ ଲୋକ ଫିଲ୍ମ ଦେଖିବାକୁ ଆସିଥିଲେ। ଏହାକୁ ଦୃଷ୍ଟିରେ ରଖି ସିନେମାହଲ ମାଲିକମାନେ ଟିକେଟ ମୂଲ୍ୟ କମାଇବା ପାଇଁ ଚିନ୍ତା କରୁଛନ୍ତି।
ଏଠି କହି ରଖିବୁ, ସିନେମା ଟକେଟ୍‌ର ଦାମ୍‌ ଏବେ ମଲ୍‌ଟିପ୍ଲେକ୍ସରେ ୩୫୦ରୁ ୪୫୦ ବା ତା’ଠାରୁ ଅଧିକ ରହିଛି। ଏହା ସୋ’ର ଟାଇମିଂ ଏବଂ ଅନ୍ୟ ଫ୍ୟାକ୍ଟର ଉପରେ ନିର୍ଭର କରେ । ଫିଲ୍ମ ବିଶ୍ଳେଷକଙ୍କ କହିବା ଅନୁଯାୟୀ ଏତେ ଦାମ ଦେଇ ଟିକେଟ କିଣିବା ସାଧାରଣ ଲୋକଙ୍କ ପାଇଁ ସମ୍ଭବ ନୁହେଁ।

ଯାହା ବି ହେଉ, ସିନେମା ହଲ ସଞ୍ଚାଳକ ଏବଂ ଡିଷ୍ଟ୍ରିବ୍ୟୁଟର୍ସ ଆଗକୁ କମ୍‌ ଏବଂ ମଧ୍ୟମ ବଜେଟର ଫିଲ୍ମର ଟିକେଟ ଶସ୍ତା କରିପାରନ୍ତି। ଶସ୍ତା ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖାଯାଇପାରେ।  ସେହିପରି ଇଭିନିଂ ଏବଂ ନାଇଟ୍‌ ସୋ’ର ଟିକେଟ ସୁଲଭ ମୂଲ୍ୟରେ ଯୋଗାଇବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି । ଏପରି କରିବା ଦ୍ୱାରା ଅଧିକ ଯୁବପୀଢିଙ୍କୁ ଆକର୍ଷିତ ହେବେ। ଏଥିସହିତ ସପ୍ତାହାନ୍ତ ଅଫରର ଯୋଜନା ବି ରହିଛି।

Advertisment
Cinema Halls Multiplex Movie Ticket
Advertisment
Advertisment