Advertisment

ଜୀନତ୍ ଅମାନ୍‌ଙ୍କ ଲିଭ୍-ଇନ୍ ରିଲେସନ୍‌ସିପ୍ ମନ୍ତବ୍ୟକୁ ନେଇ ମୁକେଶଙ୍କ କଡା ଜବାବ; କହିଲେ...

ଜୀନତ ଅମାନ୍‌ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

author-image
Pramod Behera
ଅଦ୍ୟତନ ହୋଇଛି
Mukesh khanna slams zeenat Statement

Mukesh khanna slams zeenat aman on her statement of live in relationship

'ସତ୍ୟମ୍ ଶିବମ୍ ସୁନ୍ଦରମ୍' ଖ୍ୟାତି ଅଭିନେତ୍ରୀ ଜୀନତ୍ ଅମାନ୍ ହେଉଛନ୍ତି ସେହି ଅଭିନେତ୍ରୀ, ଯାହାଙ୍କ ପ୍ରଶଂସକମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ ପାଗଳ ହୋଇଯାଉଥିଲେ। ଜୀନତ ମଧ୍ୟ ତାଙ୍କର ଖୋଲାଖୋଲି କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲିଭ-ଇନ୍ ରିଲେସନ୍‌ସିପ୍‌କୁ ନେଇ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କ ସହ-ଅଭିନେତାମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ସିରିଜ୍‌ରେ ମୁକେଶ ଖାନ୍ନାଙ୍କ ନାମ ମଧ୍ୟ ରହିଛି।

Advertisment

ସାୟରା ବାନୁ ଏବଂ ମୁମତାଜଙ୍କ ପରେ, ବର୍ତ୍ତମାନ ଏହି ଅଭିନେତା, ଯିଏ ଟିଭି ଏବଂ ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇଛନ୍ତି ଏବଂ ଶକ୍ତିମାନ୍ ଭାବରେ ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୁକେଶ ଖାନ୍ନା ନିଜର ମୁହଁ ଖୋଲିଛନ୍ତି ଆଉ ୭୦ ଦଶକର ସୁନ୍ଦରୀ ଜୀନତ୍ ଅମାନ୍‌ଙ୍କୁ ମୁହେଁ ମୁହେଁ ଶୁଣେଛନ୍ତି।

ଅଧିକ ପଢ଼ନ୍ତୁ: ଶାହରୁଖଙ୍କ ଠାରୁ ଶିଖିବାର ଅଛି ବରିଷ୍ଠଙ୍କୁ ସମ୍ମାନ ଦେବାର ଗୁଣ; ହେମାଙ୍କ ସ୍ୟାଣ୍ଡେଲ୍ ଖସିଯିବାରୁ କଲେ ଏମିତି

Advertisment

ଗତ ବର୍ଷ ଇନଷ୍ଟାଗ୍ରାମରେ ଜୀନତ ଅମାନ ନିଜର ଏକ ଆକାଉଣ୍ଟ ଖୋଲିଥିଲେ, ଯାହା ପରେ ସେ ତାଙ୍କ ପ୍ରଶଂସକମାନଙ୍କ ସହିତ ଅନେକ ପୁରୁଣା ସ୍ମୃତି ସହିତ ଅନେକ କିଛି ବାଣ୍ଟିବାରେ ଲାଗିଛନ୍ତି। ବିବାହ ପୂର୍ବରୁ ସେ ଦମ୍ପତ୍ତିମାନଙ୍କୁ ଲିଭ୍-ଇନ୍ ପରାମର୍ଶ ଦେଇଥିଲେ, ଯାହା ପରେ ଲୋକମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ 'ଶକ୍ତିମାନ' ଖ୍ୟାତି ମୁକେଶ ଖାନ୍ନା ତାଙ୍କୁ କଡା ଜବାବ ଦେଇ ଭାରତୀୟ ସଭ୍ୟତା ଏବଂ ସଂସ୍କୃତି ଅନୁଯାୟୀ ଏହାକୁ ଭୁଲ ବୋଲି କହିଛନ୍ତି।

ମୁକେଶ ଖାନ୍ନା ଲିଭ୍-ଇନ୍ ରିଲେସନସିପ୍ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହି ଧାରଣାକୁ ଭାରତୀୟ ସଂସ୍କୃତି ଏବଂ ଇତିହାସରେ କୌଣସି ସ୍ଥାନ ଦିଆଯାଇ ନାହିଁ। ସେ ଏହାକୁ ପାଶ୍ଚାତ୍ୟ ସଂସ୍କୃତି ବୋଲି କହିଛନ୍ତି ଏବଂ ଏହାର ଧାରା ସେଠାରୁ ଆରମ୍ଭ ହୋଇଥିବା କହିଛନ୍ତି।

ମୁକେଶ ପୁଣି କହିଛନ୍ତି ଯେ “ସେ ପ୍ରଥମ ଦିନରୁ ହିଁ ପାଶ୍ଚାତ୍ୟ ସଭ୍ୟତା ଅନୁଯାୟୀ ଜୀବନ ଅତିବାହିତ କରୁଛନ୍ତି। ଜୀନତ ଅମାନଙ୍କ ଲିଭ୍-ଇନ୍ ଇଲେସନ୍‌ସିପ୍‌କୁ ନେଇ କହିବା କଥା ଯେ ଏହା ମାଧ୍ୟମରେ ପୁଅ ଏବଂ ଝିଅ ପରସ୍ପରକୁ ଜାଣିପାରିବେ। ତେବେ ଭାରତୀୟ ସଂସ୍କୃତିରେ ଏହି ସଭ୍ୟତା ଗ୍ରହଣୀୟ ନୁହେଁ।“”

ସେ କହିଛନ୍ତି ଯେ “ଯଦି ବିବାହ ପୂର୍ବରୁ ପୁଅ ଏବଂ ଝିଅ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରୁହନ୍ତି, ଲୋକମାନେ ସେମାନଙ୍କୁ ନେଇ ଖରାପ ଭାବିବା ଆରମ୍ଭ କରିବେ। ଯେଉଁମାନେ ଏହା କୁହନ୍ତି ସେମାନେ କହିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ।”

ଜୀନତଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମୁକେଶ କହିଛନ୍ତି, ସମ୍ପର୍କକୁ ନେଇ ମତାମତ ଦେଉଥିବା ଜୀନତ ଅମାନ ପ୍ରଥମେ ମଣିଷ ହେବା ଉଚିତ, କାରଣ ମଜହର ଖାନଙ୍କ ସହ ତାଙ୍କର ବିବାହ ନର୍କଠାରୁ କମ୍ ନୁହେଁ।

Bollywood Mukesh Khanna Zeenat Aman
Advertisment
Advertisment