Advertisment

'ମିଷ୍ଟର୍ ଇଣ୍ଡିଆ ୨' ଆସିବା ନେଇ ସୂଚନା; ଜାହ୍ନବୀ ନେବେ କି ଶ୍ରୀଦେବୀଙ୍କ ସ୍ଥାନ…

ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍‌ କରିଛନ୍ତି, କିନ୍ତୁ ଏହାର କ୍ୟାପ୍‌ସନ୍‌ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Mr india director boney kapoor says I can still do it again

Mr india director boney kapoor says I can still do it again

ହିନ୍ଦୀ ଫିଲ୍ମ 'ମିଷ୍ଟର ଇଣ୍ଡିଆ' ହେଉଛି ୧୯୮୭ ମସିହାର ସୁପରହିଟ୍ ଫିଲ୍ମ। ଏହି ଫିଲ୍ମଟିକୁ ଶେଖର କପୁର ନିର୍ଦ୍ଦେଶନା ଦେଇଥିଲେ ଏବଂ ନରସିଂହ ଏଣ୍ଟରପ୍ରାଇଜେସ୍ ବ୍ୟାନରରେ ବୋନି କପୁର ଏବଂ ସୁରିନ୍ଦର କପୁରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହାର କାହାଣୀ ଏବଂ ପଟପଥା ସଲିମ୍-ଜାଭେଦ୍‌ଙ୍କ ଯୋଡି ଲେଖିଥିଲେ। ଅନିଲ କପୁର, ଶ୍ରୀଦେବୀ ଏବଂ ଅମ୍ରିଶ ପୁରୀଙ୍କ ଅଭିନୀତ ଏହି ଫିଲ୍ମଟି ସୁପର ଡୁପର ହିଟ୍ ହୋଇଥିଲା। ଦର୍ଶକମାନେ ଆଜି ମଧ୍ୟ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।

Advertisment

ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍‌ କରିଛନ୍ତି, କିନ୍ତୁ ଏହାର କ୍ୟାପ୍‌ସନ୍‌ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି। ବର୍ତ୍ତମାନ ପ୍ରଶଂସକମାନେ କ୍ରମାଗତ ଭାବରେ ବୋନିଙ୍କ ସହିତ ସେମାନଙ୍କର ମତାମତ ବାଣ୍ଟୁଛନ୍ତି ଏବଂ ପ୍ରତିକ୍ରିୟାରେ ଜାହ୍ନବୀଙ୍କୁ 'ମିଷ୍ଟର୍ ଇଣ୍ଡିଆ ୨' ରେ ନେବାକୁ ଦାବି କରୁଛନ୍ତି।

Advertisment

ବୋନି କପୁରଙ୍କ ଇନଷ୍ଟା ପୋଷ୍ଟ୍‌:

ନିକଟରେ ବୋନି କପୁର 'ମିଷ୍ଟର୍ ଇଣ୍ଡିଆ'ର ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି, “ମୁଁ ଏହାକୁ ପୁନର୍ବାର ତିଆରି କରିପାରିବି।” ଏହା ପରେ ବୋନିଙ୍କ ଏହି ପୋଷ୍ଟ୍ ପରେ ଜାହ୍ନବୀଙ୍କ ସହିତ ଅନ୍ୟମାନେ ମଧ୍ୟ ସେମାନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ବାପା ତଥା ନିର୍ଦ୍ଦେଶକ ବୋନିଙ୍କ ପୋଷ୍ଟରେ ଉତ୍ତର ଦେଇ ଜାହ୍ନବୀ ଲେଖିଛନ୍ତି, “ଆପଣ ସର୍ବଦା ଏମିତି କରିଛନ୍ତି, ଆପଣ ବର୍ତ୍ତମାନ ସୁଦ୍ଧା ଏହା କରିପାରିବେ ଏବଂ ଆଗକୁ ମଧ୍ୟ କରିପାରିବେ।”


ଜାହ୍ନବୀଙ୍କ ପୋଷ୍ଟ:

ଜାହ୍ନବୀ ତାଙ୍କ ପୋଷ୍ଟରେ 'ମିଷ୍ଟର ଇଣ୍ଡିଆ'ର ସମାନ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଶଂସକମାନେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଅଧିକାଂଶ ପ୍ରଶଂସକ 'ମିଷ୍ଟର୍ ଇଣ୍ଡିଆ ୨' ର ଆସିବାକୁ ନେଇ କଳ୍ପନା କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ଦୟାକରି 'ମିଷ୍ଟର୍ ଇଣ୍ଡିଆ ୨' ବନାନ୍ତୁ”। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି “ଦୟାକରି 'ମିଷ୍ଟର୍ ଇଣ୍ଡିଆ ୨'କୁ ଜାହ୍ନବୀଙ୍କ ସହିତ ରିମେକ୍।” ଏଥି ସହିତ, ଆଉ କିଛି ପ୍ରଶଂସକ 'ମିଷ୍ଟର୍ ଇଣ୍ଡିଆ ୨' ସମ୍ବନ୍ଧରେ ସମାନ ଦାବି କରି ଜାହ୍ନବୀ କପୁର ଏବଂ ବରୁଣ ଧାୱନଙ୍କ ଯୋଡିକୁ ଏହି ଫିଲ୍ମର୍ ନେବାକୁ ପରାମର୍ଶ ଦେଉଛନ୍ତି।

ତେବେ 'ମିଷ୍ଟର୍ ଇଣ୍ଡିଆ ୨' ଆସିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

Bollywood Janhvi Kapoor Boney Kapoor
Advertisment
Advertisment