• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁନିଆରେ ସବୁଠୁ ବଡ଼ ଯୋଦ୍ଧା ମାଆ । ତା ବିନା ଦୁନିଆକୁ ଦେଖିବା, ଜାଣିବା ମୁସକିଲ୍ । ରିଲ୍ ହେଉ କି ରିୟଲ୍ ଲାଇଫ୍‌, ସବୁଠି ମାଆଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । କେଜିଏଫ୍ ଭାରତୀୟ ସିନେମାର ସବୁଠୁ ବଡ଼ ଓ ସୁପର୍‌ ହିଟ୍ ସିନେମା । ଆଉ ଏହାର ସଫଳତା ପଛରେ ବି ରହିଛି ମାଆଙ୍କ ବଡ଼ ଅବଦାନ । ସିନେମାର କାହାଣୀ ମାଆଙ୍କଠୁ ଆରମ୍ଭ ଆଉ ମାଆଙ୍କ ପାଖରେ ଶେଷ ହୋଇଛି ।

ଫିଲ୍ମ କେଜିଏଫ୍‌ରେ ରକି ଭାଇଙ୍କ ଲକ୍ଷ୍ୟ ମାଆଙ୍କ ସ୍ୱପ୍ନ ପୁରଣ କରିବା । ସେଥିପାଇଁ ତ୍ ରକି କେଜିଏଫ୍‌କୁ ଆସିଲେ ଏବଂ ଦୁନିଆର ସବୁଠୁ ଅଧିକ ସୁନା ନିଜ ମାଆଙ୍କ ନାଁରେ ଅକ୍ତିଆର କଲେ । ରକି ଭାଇଙ୍କ ମାଆଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ୨୭ ବର୍ଷିୟ ଅର୍ଚ୍ଚନା ଜୋଏସ୍ ଯିଏ କି କନ୍ନଡ ସିନେମାର ଜଣେ ଚର୍ଚ୍ଚିତ ଚେହେରା । ଏବେ ସେ ଦେଶର ପ୍ରତିଟି ସିନେମା ପ୍ରେମୀ ପାଖରେ ପରିଚିତ ।

ଟେଲିଭିଜନ୍‌ରୁ କ୍ୟାରିୟର୍ ଆରମ୍ଭ କରିଥିଲେ ଆଉ କେଜିଏଫ୍‌ ଫିଲ୍ମ ଏବେ ସାରା ବିଶ୍ୱରେ ତାଙ୍କୁ ପରିଚିତ କରିଛି । ଫିଲ୍ମରେ ରକି ଭାଇଙ୍କ ମାଆଙ୍କ ଚରିତ୍ର ଏତେ ହୃଦୟସ୍ପର୍ଶୀ ହୋଇଛି ଯେ, ଲୋକେ ଏହାକୁ ଭୁଲି ପାରୁ ନାହାନ୍ତି । ପାୱରଫୁଲ୍ ଆକ୍ଟିଂ, ହାଇଭଲୁମ୍ ଡାଇଲଗ୍ ଅର୍ଚ୍ଚନାଙ୍କୁ ଅଧିକ ରିଏଲିଷ୍ଟିକ୍ କରିଛି । ପାର୍ଟ ୱାନ୍ ହେଉ କି ଟୁ, ସବୁଠି ସେ ମେଗା ହିଟ୍ । ମାଆ-ପୁଅର ସମ୍ପର୍କକୁ ପରଦାରେ ଏତେ ନିଖୁଣ ଭାବେ ଚିତ୍ରଣ ହୋଇଛି, ଯାହା ଦେଖିବା ମାତ୍ରେ ଦର୍ଶକଙ୍କ ଲୋମଟାଙ୍କୁରି ଉଠିଛି ।

ଭାରତୀୟ ସିନେମାରେ ମାଆଙ୍କ ପ୍ରାଧାନ୍ୟ କାହିଁ କେବେଠୁ ରହିଛି । ଅମିତାଭଙ୍କ ସିନେମାରେ ନିରୁପା ରାୟ, ସୁଲୋଚନା ଲାତକର, ନୂତନ, ଦିନା ପାଠକ, ୱାହିଦା ରେହମାନ୍, ଏହି ସବୁ ଅଭିନେତ୍ରୀ ମା ଚରିତ୍ରରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି । ତେଣୁ ମାଆ ବିନା ଜୀବନ ଓ ସିନେମା ଦୁଇଟି ଯାକ ସମ୍ଭବ ନୁହେଁ ।