Advertisment

ଦୀପିକା ପାଦୁକୋନଙ୍କ ଏ କି ଅବସ୍ଥା! କଳା ପଡିଗଲାଣି ସେଲିବ୍ରେଟିଙ୍କ ଦେହ

ଦୀପିକା ପାଦୁକୋନଙ୍କ ସର୍ବଶେଷ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହାକୁ ରଣବୀର ସିଂହ କ୍ଲିକ୍ କରିଛନ୍ତି। ଦୀପିକା ଏହି ଫଟୋରେ ଯାହା ଦେଖେଇବାକୁ ଚାହିଁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଲୋକେ ନିଶ୍ଚିତ ଭାବୁଥିବେ ଏତେ ବଡ ସେଲିବ୍ରେଟିଙ୍କ ପୁଣି ଏଭଳି ଅବସ୍ଥା।

author-image
Pramod Behera
mom to be deepika padukone flaunts her babymoon tan

mom to be deepika padukone flaunts her babymoon tan

ଦୀପିକା ପାଦୁକୋନଙ୍କୁ ନିକଟରେ ଫିଲ୍ମ ‘ଫାଇଟର’ରେ ଦେଖିବାକୁ ମିଳିଥିଲା। ଏଥର ଫିଲ୍ମରେ ତାଙ୍କ ଯୋଡି ରିତିକ ରୋଶନଙ୍କ ସହ ଖୁବ୍ ଜମିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମ ରିଲିଜ୍‌ ହେବାର ପ୍ରାୟ ଏକ ମାସ ପରେ ସେ ପ୍ରଶଂସକମାନଙ୍କୁ ତାଙ୍କର ପ୍ରଥମ ଗର୍ଭଧାରଣର ଖୁସି ଖବର ଦେଇଥିଲେ।

Advertisment

ତାଙ୍କ ଘରକୁ କୁନି ଅତିଥି ସେପ୍ଟେମ୍ବରରେ ଆସିବାକୁ ଯାଉଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କ ଗର୍ଭଧାରଣ ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। ଗର୍ଭବତୀ ହେତୁ ଅଭିନେତ୍ରୀ ବର୍ତ୍ତମାନ ଅଭିନୟଠାରୁ କିଛି ଦୂରରେ ଅଛନ୍ତି, କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି।

ଦୀପିକା ପାଦୁକୋନଙ୍କ ସର୍ବଶେଷ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯାହାକୁ ରଣବୀର ସିଂହ କ୍ଲିକ୍ କରିଛନ୍ତି। ଦୀପିକା ଏହି ଫଟୋରେ ଯାହା ଦେଖେଇବାକୁ ଚାହିଁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ଲୋକେ ନିଶ୍ଚିତ ଭାବୁଥିବେ ଏତେ ବଡ ସେଲିବ୍ରେଟିଙ୍କ ପୁଣି ଏଭଳି ଅବସ୍ଥା। ଫଟୋରେ ସେ ତାଙ୍କ ଦେହ କଳା ପଡିଯାଇଥିବାର ଝଲକ ଦେଖାନ୍ତି।

Advertisment

ଏହି ଫଟୋରୁ ଜଣାପଡୁଛି ଯେ ଆଜିକାଲି ଦୀପିକା ନିଜ ଗର୍ଭାବସ୍ଥାକୁ ସମୁଦ୍ର କୂଳର କୌଣସି ଏକ ସ୍ଥାନରେ ଉପଭୋଗ କରୁଛନ୍ତି। ଏହି ଫଟୋରେ ଦୀପିକା ସମୁଦ୍ର ଇମୋଜି ସହିତ ଦୁଇଟି ସୂର୍ଯ୍ୟ ଇମୋଜି ସହିତ କ୍ୟାପସନ୍ ଦେଇଛନ୍ତି ଏବଂ ରଣବୀର ସିଂହଙ୍କୁ ଟ୍ୟାଗ୍ କରିଛନ୍ତି। ଦୀପିକା ଏକ ଗ୍ରେ ଟପ୍ ପିନ୍ଧିଛନ୍ତି ଏବଂ ତାଙ୍କ କାନ୍ଧରେ ଏକ ଧଳା ରଙ୍ଗର ବ୍ୟାଗ୍ ଝୁଲୁଛି। ସେ ନିଜ ଚୁଟିକୁ ଉପରକୁ ଟେକି ବାନ୍ଧିଦେଇଛନ୍ତି ଓ ନିଜ ପିଠିର କିଛି ଅଂଶ ଦେଖେଇଛନ୍ତି।

ଫଟୋରେ ଦୀପିକାଙ୍କ ପିଠି କଳାପଡିଯାଇଥିବା ଦେଖିବାକୁ ମିଳେ। ଏଥିରୁ ଅନୁମାନ କରାଯାଇପାରେ ଯେ ପ୍ରବଳ ଖରା ଯୋଗୁଁ ଦୀପିକାଙ୍କ ଚର୍ମର ଅବସ୍ଥା ଖରାପ ହୋଇଯାଇଛି। ତାଙ୍କର ଏହି ଫଟୋ ଦେଖି ପ୍ରଶଂସକମାନେ ନିଜକୁ ସମ୍ଭାଳି ପାରୁ ନାହାନ୍ତି ଏବଂ ତାଙ୍କୁ ବିଭିନ୍ନ ପରାମର୍ଶ ଦେବାରେ ଲାଗିଛନ୍ତି।

ଦୀପିକା ପାଦୁକୋନଙ୍କ ପରବର୍ତ୍ତୀ ଫିଲ୍ମର ନାମ ହେଉଛି ‘କଳ୍କୀ ୨୮୯୮’, ଯେଉଁଥିରେ ସେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ସ୍କ୍ରିନ୍ ଶେୟାର କରୁଥିବା ଦେଖିବାକୁ ମିଳିବ। ଏହା ହେଉଛି ପ୍ରଥମ ଥର ଯେତେବେଳେ ପ୍ରଭାସ ଏବଂ ଦୀପିକା ଏକାଠି କାମ କରିବେ।

Deepika Padukone Bollywood
Advertisment
Advertisment