Advertisment

ଶିକ୍ଷକ, କିନ୍ତୁ ବଣରେ ରୁହନ୍ତି, ପଶୁ ଶିକାର କରି ଖାଆନ୍ତି

ସେ ହେଉଛନ୍ତି ଆଧୁନିକ ଯୁଗର ଆଦିମମଣିଷ। ଶିକ୍ଷକତା କରନ୍ତି ସତ କିନ୍ତୁ ବଣରେ ରୁହନ୍ତି ଆଉ ପଶୁପକ୍ଷୀ ଶିକାର କରିଖାଆନ୍ତି। ଖାଲି ଏତିକି ନୁହେଁ ଚମଡାରେ ତିଆରି କରନ୍ତି ପୋଷାକ ଆଉ ହାଡରେ ହାତ ହତିଆର।

author-image
Pramod Behera
ଅଦ୍ୟତନ ହୋଇଛି
Modern day cavewoman hunt roadside animals

Modern day cavewoman hunt roadside animals

ଏକ ସମୟ ଥିଲା ଯେତେବେଳେ ପୃଥିବୀ ଆଦିମାନବଙ୍କ ଦ୍ୱାରା ଶାସିତ ହେଉଥିଲା। ସେତେବେଳେ ମନୁଷ୍ୟ ନିଜର କ୍ଷୁଧା ମେଣ୍ଟିବା ପାଇଁ ପଶୁମାନଙ୍କୁ ଶିକାର କରି କଞ୍ଚା ଖାଉଥିଲା। ଧିରେ ଧିରେ ସେ ନିଆଁ ବ୍ୟବହାର ଶିଖିଲା, ଖାଦ୍ୟ ରାନ୍ଧି ଖାଇବା ଆରମ୍ଭ କଲା। କିନ୍ତୁ ସେତେବେଳେ ମଧ୍ୟ ସେ ଶିକାର ଉପରେ ନିର୍ଭର କରୁଥିଲା। କେବଳ ଏତିକି ନୁହେଁ, ପଶୁର ମାଂସ ଖାଇବା ପରେ ତା’ର ହାଡରୁ ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରୁଥିଲା।

Advertisment

ବର୍ତ୍ତମାନ ସେହି ସମୟ ଆଉ ନାହିଁ। ମନୁଷ୍ୟ ସଭ୍ୟ ହୋଇଛି। ବଣ, ଜଙ୍ଗଲରେ ନ ରହି ଘର ତିଆରି କରି ରହୁଛି। ଖାଦ୍ୟର ମାଧ୍ୟମ ବି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେ ବି ଇଂଲଣ୍ଡରେ ଜଣେ ମହିଳା ଅଛନ୍ତି ଯିଏ ସେହି ପ୍ରାଚୀନ ଯୁଗରେ ବଞ୍ଚିବାକୁ ଚାହାନ୍ତି। ଏନେଇ ସେ ଏବେ ବି ପଶୁମାନଙ୍କୁ ଶିକାର କରନ୍ତି ଏବଂ ସେମାନଙ୍କୁ କଞ୍ଚା ଖାଇ ସେମାନଙ୍କ ହାଡ଼ରୁ ହତିଆର ଆଦି ତିଆରି କରନ୍ତି।

ଇଂଲଣ୍ଡର ଏସେକ୍ସରେ ରହୁଥିବା ୩୪ ବର୍ଷୀୟ ସାରା ଡେ ଜଣେ ସାଧାରଣ ମହିଳା ପରି ଦେଖାଯାଉଛନ୍ତି ଏବଂ ସ୍କୁଲ୍‌ରେ ପିଲାମାନଙ୍କୁ ଇତିହାସ ଏବଂ ବଞ୍ଚିବାର କୌଶଳ ଶିକ୍ଷା ଦିଅନ୍ତି। କିନ୍ତୁ ସେ ପିଲାମାନଙ୍କୁ କେବଳ ବହିର ଶିକ୍ଷା ଦିଅନ୍ତି ନାହିଁ। ସାରା ନିଜେ ଶିକାର କରନ୍ତି ଏବଂ ଜଙ୍ଗଲରେ ସମୟ ଅତିବାହିତ କରନ୍ତି। କେବଳ ଏତିକି ନୁହେଁ, ସେ ରାସ୍ତାରେ ମଧ୍ୟ ପଶୁମାନଙ୍କୁ ଦେଖିଲେ ଶିକାର କରନ୍ତି ଏବଂ ସେମାନଙ୍କୁ ତାଙ୍କର ଆହାର ଭାବେ ଗ୍ରହଣ କରନ୍ତି।

Advertisment

ସାରା କୁହନ୍ତି ଯେ ସେ ସପ୍ତାହରେ ଥରେ ରାସ୍ତା କଡରୁ ନିଜ ଶିକାରକୁ ଧରନ୍ତି। କିନ୍ତୁ ସବୁବେଳେ ଶିକାର ମିଳିବା ସହଜ ନ ଥାଏ। ତେଣୁ ସେ ମୂଷା, ଗୁଣ୍ଡୁଚିମୂଷା, ପାରା ଆଦି ଶିକାର କରି ଖାଆନ୍ତି।

କେବଳ ଏତିକି ନୁହେଁ, ସେ ସେମାନଙ୍କର ଚର୍ମ ଏବଂ ହାଡ଼କୁ ମଧ୍ୟ ବ୍ୟବହାର କରନ୍ତି। ସେ କୁହନ୍ତି ଯେ ଶୀତଦିନେ ତାଙ୍କ ଫ୍ରିଜ୍‌ରେ ହରିଣ, ଉଣ୍ଡୁଚିମୂଷା ଆଦି ରଖିଥାନ୍ତି ଆଉ ସେସବୁକୁ ସେ ଆନନ୍ଦରେ ଖାଆନ୍ତି। ସେ କହିଛନ୍ତି ଯେ ମୂଷାର ମାଂସ ଗୁଣ୍ଡୁଚିମୂଷା ଭଳି ସ୍ୱାଦିଷ୍ଟ ଲାଗେ। ଏହା ଟିକେ ଚିକେନ୍ ପରି ଦେଖାଯାଏ କିନ୍ତୁ ଏହା ଅପେକ୍ଷା ଖୁବ ଭଲ ବୋଲି ସେ କୁହନ୍ତି।

ସାରାଙ୍କ ଏହି ଅଦ୍ଭୁତ ଜୀବନଶୈଳୀ ହେତୁ ଲୋକମାନେ ତାଙ୍କୁ ଏକ ଆଧୁନିକ ଆଦିମମଣିଷ ବୋଲି କୁହନ୍ତି। ସାରାଙ୍କ କହିବା କଥା ସେ ପଶୁମାନଙ୍କର ହାଡ ଓ ଚମଡା ବ୍ୟବହାର କରି ଉପକରଣ ଏବଂ ଅସ୍ତ୍ର ଆଦି ତିଆରି କରନ୍ତି। ସେ ସାଧାରଣ ଲୋକଙ୍କ ପରି ଦୋକାନ ବଜାରରୁ ସପିଂ କରିବାକୁ ଯାଆନ୍ତି। ସହରର ମଧ୍ୟଭାଗରେ ତାଙ୍କର ଏକ ଘର ଥିଲେ ବି ସେ ଜଙ୍ଗଲରେ କ୍ୟାମ୍ପ୍‌ କରି ରହିବାକୁ ଭଲ ପାଆନ୍ତି।

ସାରା ନିଜେ ମଧ୍ୟ ହରିଣ ଚମଡା ବ୍ୟବହାର କରି ନିଜର ବ୍ୟାଗ ତିଆରି କରିଥିଲେ। କେବଳ ଏତିକି ନୁହେଁ, ସେ ପଶୁ ଚମଡାରେ ପୋଷାକ ମଧ୍ୟ ତିଆରି କରନ୍ତି। ସାରା ପିଲାଦିନରୁ ଆଦିମମଣିଷର ଜୀବନ ବଞ୍ଚିବାକୁ ଭଲ ପାଆନ୍ତି।

Ajab Gajab
Advertisment
Advertisment