Advertisment

ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ।

author-image
Pramod Behera
ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

Bhusan Kumar

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ। ଡିଏନ୍ ନଗର ପୋଲିସ ଆଇପିସିର ଧାରା ୩୭୬, ୪୨୦, ୫୦୬ ଅନୁଯାୟୀ ଭୂଷଣ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

ଭୂଷଣ କୁମାରଙ୍କ ବିରୋଧରେ ଏହି ଅଭିଯୋଗ ଏବଂ ମାମଲା ରୁଜୁ ପରେ ଟି-ସିରିଜ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି, 'ଶ୍ରୀ ଭୂଷଣ କୁମାରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଭିତରେ ଲେଖାଯାଇଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଛି କମ୍ପାନୀ। ଅଭିଯୋଗ କରି ମହିଳା ଜଣଙ୍କ କହିଥିଲେ ଯେ କାମର ବାହାନା କରି ତାଙ୍କୁ ୨୦୧୭ ରୁ ୨୦୨୦ ମଧ୍ୟରେ ଯୌନ ଶୋଷଣ କରାଯାଉଥିଲା। ତେବେ ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି କମ୍ପାନୀ କହିଛି।

Advertisment

କମ୍ପାନୀର ବିବୃତ୍ତିରେ ଆହୁରି ଲେଖାଯାଇଛି ଯେ, 'ଆମର ରେକର୍ଡ ଅନୁଯାୟୀ ମହିଳା ଜଣକ ଆମ ସହ ଫିଲ୍ମ ଏବଂ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି। ମାର୍ଚ୍ଚ ୨୦୨୧ରେ, ଉକ୍ତ ମହିଳା ଶ୍ରୀ ଭୂଷଣ କୁମାରଙ୍କ ନିକଟକୁ ତାଙ୍କର ଏକ ୱେବ୍ ସିରିଜ ନେଇ ସାହାଯ୍ୟ ପାଇଁ ଆସିଥିଲେ। ଏହା ତାଙ୍କୁ ପ୍ରଡ୍ୟୁସ କରିବାର ଥିଲା। କିନ୍ତୁ ତାଙ୍କୁ ଏ କ୍ଷେତ୍ରରେ ଟଙ୍କା ଦେବାକୁ ମନା କରାଯାଇଥିଲା। ଜୁନ୍ ୨୦୨୧ରେ ମହାରାଷ୍ଟ୍ରରେ ତାଲାବନ୍ଦ ହଟାଯିବା ପରେ ଉକ୍ତ ମହିଳା ଜଣକ ତାଙ୍କ ସାଥୀମାନଙ୍କ ସହ ମିଶି ଟି-ସିରିଜ୍ ବ୍ୟାନର ନିକଟରେ ଦବରସସ୍ତ ଭାବେ ବହୁ ପରିମାଣର ଅର୍ଥ ଦାବି କରିବାକୁ ଲାଗିଲେ।

ଟି-ସିରିଜ୍ ନିଜ ବୟାନରେ ଆହୁରି ମଧ୍ୟ କହିଛି ଯେ କମ୍ପାନୀ ମଧ୍ୟ ଏହି ମହିଳାଙ୍କ ବିରୋଧରେ ଜୁଲାଇ ୧, ୨୦୨୧ରେ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ଆଣିଥିଲା, ଯେଉଁଥିରେ ଏହି ସବୁ କଥା ଉଲ୍ଲେଖ କରାଯାଇଥିଲା। ପ୍ରମାଣ ସ୍ୱରୂପ କିଛି ଅଡିଓ ରେକର୍ଡିଂ ଏବଂ କିଛି ମେସେଜ୍ ପୋଲିସକୁ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ମହିଳାଙ୍କ ଦ୍ୱାରା କରାଯାଇଥିବା ଦୁଷ୍କର୍ମ ଅଭିଯୋଗ ଏହି ପୁରୁଣା ମାମଲାର କ୍ରୋଧ ଛଡା ଆଉ କିଛି ନୁହେଁ। କମ୍ପାନୀ କହିଛି ଯେ ସେମାନେ ତାଙ୍କ ଆଇନଜୀବୀଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଭବିଷ୍ୟତରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବେ।

Rape Case Entertainment
Advertisment
Advertisment