Advertisment

ଲକ୍ଷ୍ନୌରେ ରଜନୀକାନ୍ତ; ଯୋଗୀ ଆଦିତ୍ୟନାଥଙ୍କ ସହ ଦେଖିବେ ‘ଜେଲର’

ଯେତେବେଳେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଫିଲ୍ମର ସଫଳତାକୁ ନେଇ ଉତ୍ସବ ମନଉଛନ୍ତି ସେ ଫିଲ୍ମ ରିଲିଜ୍ ହେବାର ଦିନକ ପୂର୍ବରୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାରେ ହିମାଳୟ ବାହାରିଯାଇଛନ୍ତି। ସେ ଶୁକ୍ରବାର ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ଫିଲ୍ମ 'ଜେଲର' ଦେଖିବାର ଯୋଜନା ଅଛି।

author-image
Pramod Behera
ଅଦ୍ୟତନ ହୋଇଛି
Megastar rajinikanth reached lucknow to meet yogi adityanath to-watch jailer

Megastar rajinikanth reached lucknow to meet yogi adityanath to-watch jailer

ରଜନୀକାନ୍ତ ତାଙ୍କ ଚଳଚ୍ଚିତ୍ର ‘ଜେଲର’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ‘ଜେଲର’ ସାରା ବିଶ୍ୱରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଥିଏଟର ବାହାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଲୋକମାନେ ଅଭିନେତାଙ୍କର ଏକ ବଡ କଟଆଉଟ୍ ଲଗେଇ ତାଙ୍କୁ କ୍ଷୀରରେ ଅଭିଷେକ କରେଇଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୦ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪୨୬ କୋଟିରୁ ଅଧିକ ଆୟ କରିଛି। ଏଥିରୁ ଅନୁମାନ କରାଯାଇପାରେ ଯେ ଲୋକଙ୍କ ମଧ୍ୟରେ ରଜନୀକାନ୍ତଙ୍କର କେତେ କ୍ରେଜ୍ ଅଛି। ବର୍ତ୍ତମାନ ଖବର ଆସୁଛି ଯେ ଆଜି ଅର୍ଥାତ୍ ଶନିବାର ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଥିଏଟରରେ ‘ଜେଲର’ ଫିଲ୍ମ ଦେଖିବେ।

ତେବେ ଯେତେବେଳେ ଅଭିନେତାଙ୍କ ପ୍ରଶଂସକମାନେ ଫିଲ୍ମର ସଫଳତାକୁ ନେଇ ଉତ୍ସବ ମନଉଛନ୍ତି ରଜନୀକାନ୍ତ ଫିଲ୍ମ ରିଲିଜ୍ ହେବାର ଦିନକ ପୂର୍ବରୁ ତାଙ୍କ ଆଧ୍ୟାତ୍ମିକ ଯାତ୍ରାରେ ହିମାଳୟ ବାହାରି ଯାଇଛନ୍ତି।

Advertisment

ସେ ଶୁକ୍ରବାର ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ସୁପରଷ୍ଟାର ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ଫିଲ୍ମ 'ଜେଲର' ଦେଖିବାର ଯୋଜନା କରିଥିବା କହିଥିଲେ। ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ସେ ଖୁସି ବ୍ୟକ୍ତ କରିଥିଲେ। ସେ ଉତ୍ତରପ୍ରଦେଶରେ ତିନି ଦିନ ରହିବାର ଯୋଜନା କରିଛନ୍ତି। ସେ ଏହି ସମୟରେ ଅଯୋଧ୍ୟା, କାଶୀ ଏବଂ ମଥୁରାର ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବେ।

ସେହିପରି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଲକ୍ଷ୍ନୌରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗଦେବେ। ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅପରାହ୍ଣ ୧:୩୦ରେ ରଖାଯାଇଛି। ତେବେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କୁ ସନ୍ଧ୍ୟା ୭ ଟାରେ ଭେଟିବାର ଯୋଜନା ଅଛି।

ରଜନୀକାନ୍ତ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଉତ୍ତରପ୍ରଦେଶ ପୂର୍ବରୁ ସେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ପହଞ୍ଚିଥିଲେ। ସେଠାରେ ସେ ଛିନ୍ନମସ୍ତା ମନ୍ଦିର ପରିଦର୍ଶନ କରିଥିଲେ। ରଜନୀକାନ୍ତଙ୍କ ଝାଡଖଣ୍ଡ ଗସ୍ତର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ସ୍ଥାନ ପାଇଛି।

‘ଜେଲର’ର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର କେବଳ ଭାରତରେ ଅଷ୍ଟମ ଦିନରେ ୯କୋଟି ରୋଜଗାର କରିଛି। ବିଶ୍ୱବ୍ୟାପୀ ବକ୍ସ ଅଫିସ୍ ବିଷୟରେ କହିଲେ 'ଜେଲର' ସାରା ବିଶ୍ୱରେ ୪୨୬ କୋଟିରୁ ଅଧିକ ରୋଜଗାର କରିଛି। ତେବେ ‘ଗଦର ୨’ ଏପର୍ଯ୍ୟନ୍ତ ୩୬୯ କୋଟି ରୋଜଗାର କରିଛି।

Yogi Adityanath Rajnikanth
Advertisment
Advertisment