• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆରମ୍ଭ ସବୁବେଳେ କଷ୍ଟ ଥାଏ । ବଲିଉଡ୍ ଇଣ୍ତଷ୍ଟ୍ରିରେ ଆପଣଙ୍କୁ ଏପରି ଅନେକ ଉଦାହରଣ ମିଳିଯିବ । ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ .. ଅନେକ ତାରକା ଅଛନ୍ତି ଯେଉଁମାନେ ପୂରା ଜିରୋରୁ ହିରୋ ହୋଇଛନ୍ତି । ବର୍ତ୍ତମାନର ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ବିଗତ ଦିନରେ ସେମାନେ ଅନେକ ପରିଶ୍ରମ କରିଛନ୍ତି ।

ଆଜି ଆମେ ଏପରି ଏକ ତାରକାଙ୍କ କଥା କହିବୁ, ଯିଏ ଗୋଟେ ସମୟରେ ଟେଲିଫୋନ୍ ବୁଥରେ କାମ କରୁଥିଲେ । ନିଜ ଭାଗ୍ୟ ଓ ଅଧ୍ୟବସାୟ ବଳରେ ସେ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି । ଆମେ ଯେଉଁ ଷ୍ଟାର୍‌ଙ୍କ ବିଷୟରେ କହୁଛୁ ସେ ପ୍ରଥମେ ମାତ୍ର ୫୦୦ ଟଙ୍କା ବେତନରେ କାମ ଆରମ୍ଭ କରିଥିଲେ ।

ତାଙ୍କ ଭଉଣୀ ବିଭାଘର ପାଇଁ ଟଙ୍କା ନଥିଲା । ତେବେ ବର୍ତ୍ତମାନ ତାଙ୍କର ଏକ ବିଳାସପୂର୍ଣ୍ଣ ଘର ସହ ସେ ଏକ ପ୍ରାଇଭେଟ୍ ଜେଟ୍ ମଧ୍ୟ କିଣି ପାରିଛନ୍ତି । ସେ ହେଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । କପିଳ ଯେତେବେଳେ ନିଜ ପିତାଙ୍କୁ ହରାଇଥିଲେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । ନିଜର ଏକ ସାକ୍ଷାତକାରରେ ସେ କହିଥିଲେ, ବିଏସ୍ଏଫ୍ ଏବଂ ସେନାରେ ଚାକିରି ପାଇଁ ସେ ଚେଷ୍ଟା କରିଥିଲେ ।

ପରେ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅମୃତସରର ଏକ ଟେଲିଫୋନ୍ ବୁଥରେ କାମ ଆରମ୍ଭ କରିଥିଲେ । ସେତେବେଳେ ପ୍ରଥମ ଦରମା ଭାବରେ ସେ ମାତ୍ର ୫୦୦ ଟଙ୍କା ପାଇଥିଲେ । ପାଠପଢ଼ା ସାରିବା ପରେ ସେ ନିଜ ଥିଏଟରରେ କାମ ଆରମ୍ଭ କରିଥିଲେ । ପରେ ୨୦୦୭ ରେ ଗ୍ରେଟ୍ ଇଣ୍ଡିଆନ୍ ଲାଫର୍ ଚ୍ୟାଲେଞ୍ଜରେ ଭାଗ ନେବାକୁ ସେ ମୁମ୍ବାଇ ଆସିଥିଲେ । ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି ।

ସିଜନ ୩ରେ ସେ ବିଜୟୀ ହେବା ପରେ ତାଙ୍କ ଅର୍ଥନୈତିକ ଜୀବନରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଥିଲା । ପରେ ସେ ଭାରତରେ ହାସ୍ୟ ଅଭିନେତା ଭାବରେ ସୁନାମ ଅର୍ଜନ କରିବା ସହ ୨୦୧୩ ରେ ନିଜର ଟିଭି ଶୋ କମେଡି ନାଇଟ୍ସ ୱିଥ୍ କପିଲ ଆୟୋଜନ କଲେ । ପରେ ୨୦୧୬ରେ ଏହାର ନାମ କପିଲ ଶର୍ମା ସୋ ଭାବରେ ନାମିତ ହୋଇଥିଲା ।

ଏହା ସହ ସେ ଟେଲିଭିଜନ ଜଗତରେ ସବୁଠାରୁ ସଫଳ ଏବଂ ଧନୀ ତାରକା ହୋଇପାରିଲେ । ପରେ ପରେ ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିଥିଲେ । କିନ୍ତୁ ତାଙ୍କର ଏକ ମାତ୍ର ଫିଲ୍ମ କିସ୍ କିସ୍ କୋ ପ୍ୟାର୍ କରୁଁ କେବଳ ବକ୍ସ ଅଫିସରେ ସଫଳ ହୋଇ ପାରିଥିଲା ।

ଚଳିତ ବର୍ଷ କପିଲ ଶର୍ମା ନିଜର ସୋ କୁ ନେଟଫ୍ଲିକ୍ସରେ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ । ଏପରି ଭାବେ ଏହା ବିଶ୍ୱର ୧୯୨ଟି ଦେଶରେ ପହଞ୍ଚି ପାରିଥିଲା । ବର୍ତ୍ତମାନ ଏହି ସୋ ପାଇଁ କପିଲ ପ୍ରତି ଏପିସୋଡ ପିଛା ୫ କୋଟି ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି । ବର୍ତ୍ତମାନ କପିଳଙ୍କ ସମ୍ପତ୍ତି ୩୦୦ କୋଟି ଟଙ୍କାରେ ପହଞ୍ଚି ସାରିଛି ।

ତେବେ ଏବେ କପିଳ ଏକ ଫଟୋ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫଟୋଟି ସେ ନିଜ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କ ସହ ବୁଲୁଥିବାର ଦେଖାଯାଉଛି । ପଛରେ ଏକ ପ୍ରାଇଭେଟ୍ ଜେଟ୍ ମଧ୍ୟ ଥିବା ଦେଖିବାକୁ ମିଳୁଛି । ପ୍ରଶଂସକମାନେ ଏନେଇ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ଲେଖିଛନ୍ତି, "ପ୍ରାଇଭେଟ ଜେଟ୍ ଦିଖାନେ କା ତାରିକା ଥୋଡା କାଜୁଆଲ ହୈ ।"

OTV is now on Whatsapp

Join and get latest news update delivered to you via whatsapp

Join Now