Advertisment

ସଲମାନଙ୍କ ପ୍ରଥମ ପ୍ରେମ ସଙ୍ଗୀତା, ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ; ଜାଣନ୍ତୁ କିଏ

ସଲମାନଙ୍କ ପ୍ରେମିକାଙ୍କ ତାଲିକା ଖୁବ୍ ଲମ୍ବା। ତାଙ୍କ ଜୀବନରେ ଅନେକ ଝିଅ ଆସିଛନ୍ତି ସତ କିନ୍ତୁ କେହି ରହିପାରି ନାହାନ୍ତି। ସଂଗୀତା ବିଜଲାନୀ ସଲମାନଙ୍କ ପ୍ରଥମ ପ୍ରେମିକା ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପୂର୍ବରୁ ଆଉ ଜଣେ ସୁନ୍ଦରୀ ତାଙ୍କ ଜୀବନରେ ଆସିଥିଲେ। ଜାଣନ୍ତୁ ସେ କିଏ?

author-image
Pramod Behera
Meet Salman khan first girlfriend shaheen banu

Meet Salman khan first girlfriend shaheen banu

ସଲମାନ ଖାନ ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଆଲୋଚିତ ହୁଅନ୍ତି। ବିଶେଷକରି ତାଙ୍କ ଗର୍ଲଫ୍ରେଣ୍ଡମାନଙ୍କୁ ନେଇ ସେ ବେଶି ଚର୍ଚ୍ଚାରେ ଥାଆନ୍ତି। କୁହାଯାଏ ଯେ ସଂଗୀତା ବିଜଲାନି ତାଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ ଥିଲେ, କିନ୍ତୁ କିଛି ଖବର ଅନୁଯାୟୀ ସଂଗୀତ ନୁହେଁ ବରଂ ଅଭିନେତ୍ରୀ ଶାହିନ୍ ବାନୁ ତାଙ୍କର ପ୍ରଥମ ଗର୍ଲଫ୍ରେଣ୍ଡ ଥିଲେ।

Advertisment

ସଲମାନ ଖାନ ଏବଂ ଶାହିନ୍ ଏତେ ଘନିଷ୍ଠ ଥିଲେ ଯେ ଦୁହେଁ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ପାଇଁ ଅଡିସନ୍ ଦେବାକୁ ଯାଇଥିଲେ। ଏଥିରେ ଶାହିନଙ୍କୁ ଚୟନ କରାଯାଇ ନଥିଲା। ଏହି ଫିଲ୍ମ ପାଇଁ ସଲମାନ ଖାନ ଏବଂ ଭାଗ୍ୟଶ୍ରୀଙ୍କୁ ଚୟନ କରାଯାଇଥିଲା। ଯଦି ଶାହିନ୍‌ଙ୍କୁ ମନୋନୀତ କରାଯାଇଥାନ୍ତା, ତେବେ ସେ ଭାଗ୍ୟଶ୍ରୀଙ୍କ ବଦଳରେ ସେହି ଫିଲ୍ମରେ ହିରୋଇନ୍ ହୋଇଥାନ୍ତେ।

ସଲମାନଙ୍କ ଗର୍ଲଫ୍ରେଣ୍ଡ୍‌ ତାଲିକାରେ କିନ୍ତୁ ଶାହିନଙ୍କ ନାମ ସ୍ଥାନ ପାଇ ନାହିଁ, ସାଧାରଣତଃ ଲୋକମାନେ ସଂଗୀତା ବୀଜଲାନୀ, ସୋମୀ ଅଲି, ଐଶ୍ୱର୍ଯ୍ୟା ରାୟ ଏବଂ କ୍ୟାଟ୍ରିନା କୈଫଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ଭାବରେ ଜାଣନ୍ତି।

Advertisment

ଖବର ଅନୁଯାୟୀ, ସଲମାନ ଖାନ ୧୯ ବର୍ଷ ବୟସରେ ମୁମ୍ବାଇର ସେଣ୍ଟ୍‌ ଜାଭିୟର କଲେଜରେ ଗ୍ରାଜୁଏସନ୍‌ର ଦ୍ୱିତୀୟ ବର୍ଷରେ ପଢୁଥିଲେ। କୁହାଯାଏ ଅଭିନେତ୍ରୀ କିୟାରା ଆଡଭାଣୀଙ୍କ ମା’ ଜେନେବୀବ ଆଡଭାଣୀ ଉଭୟଙ୍କୁ ପରିଚୟ କରେଇଥିଲେ। ଏହା ପରେ ସଲମାନ ଓ ଶାହିନ ପରସ୍ପରଙ୍କୁ ଭେଟିବାକୁ ଲାଗିଲେ ଆଉ କିଛି ଦିନ ପରେ ଅଲଗା ମଧ୍ୟ ହୋଇଗଲେ।

ପ୍ରକାଶଥାଉ ଯେ ଶାହିନ୍ ହେଉଛନ୍ତି ସୁପର୍‌ଷ୍ଟାର୍‌ ଦିଲୀପ କୁମାର ଏବଂ ସାୟରା ବାନୁଙ୍କ ଭାଣିଜୀ। କିଆରା ଆଡଭାଣୀଙ୍କ ମା’ ମଧ୍ୟ ତାଙ୍କ ସମ୍ପର୍କୀୟ ଭଉଣୀ। ସେ ମଧ୍ୟ ତାଙ୍କ ଯୁଗର ପ୍ରସିଦ୍ଧ ଅଭିନେତା ଅଶୋକ କୁମାରଙ୍କ ସମ୍ପର୍କୀୟ। ପରେ ଶାହିନ୍ ଅଭିନେତା ସୁମିତ ସହଗଲଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ତାଙ୍କ ଝିଅ ସାୟଶା ସାଉଥ୍‌ର ଜଣେ ଅଭିନେତ୍ରୀ ଏବଂ ସାଉଥ୍ ଅଭିନେତା ଆର୍ଯ୍ୟାଙ୍କ ପତ୍ନୀ।

ଯେତେବେଳେ ସଲମାନ ଓ ଶାହିନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ଉଭୟଙ୍କ ପରିବାର ମଧ୍ୟ ଏ ବିଷୟରେ ଜାଣିଥିଲେ। ‘ମୈନ୍ ପ୍ୟାର୍‌ କିୟା’ ଫିଲ୍ମ ପରେ ସଲମାନ ଖାନଙ୍କୁ ଆହୁରି ଅନେକ ଫିଲ୍ମ ମିଳିବା ଆରମ୍ଭ ହେଲା। ସେହି ସମୟରେ ସଲମାନଙ୍କ ଭେଟ ପ୍ରସିଦ୍ଧ ମଡେଲ ତଥା ୧୯୮୦ର ମିସ୍ ଇଣ୍ଡିଆ ସଙ୍ଗୀତା ବିଜଲାନୀଙ୍କ ସହ ହେଲା। ସଂଗୀତା ଏବଂ ସଲମାନଙ୍କ ଘନିଷ୍ଠତା ବଢିବାରେ ଲାଗିଲା। ଫଳରେ ଶାହିନଙ୍କ ସହ ତାଙ୍କ ବ୍ରେକ୍‌ଅପ୍ ହୋଇଗଲା।

ପରେ ସଂଗୀତା ଏବଂ ସଲମାନ ପରସ୍ପରଙ୍କୁ ଡେଟ୍‌ କରିଥିଲେ। କୁହାଯାଏ ଯେ ଉଭୟଙ୍କ ବିବାହ କାର୍ଡ ମଧ୍ୟ ଛପା ଯାଇଥିଲା, କିନ୍ତୁ ସେତେବେଳକୁ ସଲମାନଙ୍କ ଜୀବନରେ ଅନ୍ୟ କେହି ପ୍ରବେଶ କରିଥିଲେ। ଫଳରେ ଏହି ସମ୍ପର୍କରେ ମଧ୍ୟ ବାଡ ପଡିଲା।

Salman Khan Bollywood Salman Khan Films
Advertisment
Advertisment