ଶ୍ରେୟା, ସୁନିଧି କିମ୍ବା ମିକ୍କା ନୁହନ୍ତି... ଆଉ ଜଣେ ଗାୟକ ଯିଏ ନିଅନ୍ତି ୩ କୋଟି...

ଏଇ ଭାରତରେ ଏମିତି ଜଣେ ସିଙ୍ଗର ଅଛନ୍ତି, ଯିଏ କି ଗୋଟିଏ ଗୀତ ପାଇଁ ତିନି କୋଟି ଟଙ୍କା ଚାର୍ଜ କରିଥାନ୍ତି ।

Expensive Singer

ଭାରତରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବା ଗାୟକ କିଏ ଆପଣ ଜାଣିଛନ୍ତି କି ? ଏମିତି ଜଣେ ଗାୟକ ଅଛନ୍ତି ଯିଏ କି ଗୋଟିଏ ଗୀତ ପାଇଁ ନେଇଥାନ୍ତି ୩ କୋଟି ଟଙ୍କା । ଆପଣଙ୍କୁ ଏହା ସହଜରେ ବିଶ୍ୱାସ ହେଉନଥିବ, ହେଲେ ଏହା ସତ । ବଲିଉଡ୍‌ ସିଙ୍ଗର ଭାବେ ଲୋକପ୍ରିୟତା ହାସଲ କରିଥିବା ଗାୟକ ଗାୟିକାମାନେ ସାଧାରଣତଃ ୨୫ ଲକ୍ଷ, ୩୦ ଲକ୍ଷ କିମ୍ବା ଅତି ବେଶିରେ ୫୦ ଲକ୍ଷ ଟଙ୍କା ଗୀତ ପିଛା ଚାର୍ଜ କରିଥାନ୍ତି । କିନ୍ତୁ ଏଇ ଭାରତରେ ଏମିତି ଜଣେ ସିଙ୍ଗର ଅଛନ୍ତି, ଯିଏ କି ଗୋଟିଏ ଗୀତ ପାଇଁ ତିନି କୋଟି ଟଙ୍କା ଚାର୍ଜ କରିଥାନ୍ତି ।

୧୯୬୦ ମସିହାରେ ଲତା ମଙ୍ଗେସକର ଗାୟକ ହିସାବରେ, ଲିରିସିଷ୍ଟ ଏବଂ କମ୍ପୋଜରଙ୍କମାନଙ୍କଠାରୁ ଏକ ଟଙ୍କା ଅଧିକ ଦାବି କରୁଥିଲେ । ଏହା ଥିଲା ତାଙ୍କର ନୀରବ ପ୍ରତିବାଦ । ଗାୟକମାନଙ୍କୁ କମ୍ ପାରିଶ୍ରମିକ ମିଳୁଥିବାରୁ ସେ ଏଭଳି ଏକ ନୀରବ ପ୍ରତିବାଦ ଆରମ୍ଭ କରିଥିଲେ। ଏହାପରଠାରୁ ଗାୟକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଗଲା ଏବଂ ବଲିଉଡ୍‌ ଜଗତରେ ସେମାନଙ୍କ ପାରିଶ୍ରମିକ ବଢ଼ାଗଲା । ସେମାନେ ଅଧିକ ଟଙ୍କା ପାଇଲେ । ଏବେ ବଲିଉଡ୍‌ରେ ଲୋକପ୍ରିୟ ଗାୟକ ଗାୟିକାମାନେ ଗୋଟିଏ ଗୀତ ପ୍ରତି ଲକ୍ଷାଧିକ ଟଙ୍କା ନେଉଛନ୍ତି । 

ଅଧିକ ପଢ଼ନ୍ତୁ: ଫିଲ୍ମ କଥା ଛାଡନ୍ତୁ, ପାର୍ଟି ଫଙ୍କସନ୍‌ଙ୍କୁ ଗଲେ ବି ଏତେ କୋଟି ନିଅନ୍ତି ପ୍ରଭାସ

ତେବେ ସେମାନଙ୍କ ମଧ୍ୟରେ ସବୁଠାରୁ ଦାମୀ ଗାୟକ ହେଲେ ଏଆର୍‌ ରେହମାନ । ଯିଏ କି ଜଣେ ମ୍ୟୁଜିକ୍ କମ୍ପୋଜର ଏବଂ ପାର୍ଟ ଟାଇମ୍‌ ସିଙ୍ଗର । ସେ ଗୋଟିଏ ଗୀତ ପାଇଁ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଅନ୍ୟ ଲୋକପ୍ରିୟ ଗାୟକଙ୍କଠାରୁ ତାଙ୍କର ଏହି ପାରିଶ୍ରମିକ ଢ଼େର ଗୁଣରେ ଅଧିକ । ଏହା ପଛର ସବୁଠାରୁ ବଡ଼ କାରଣ ହେଲା, ସେ ନିଜ କଣ୍ଠ ସ୍ୱରକୁ ୟୁନିକ୍‌ ଏବଂ ପ୍ରିମିୟମ୍ କରିବାକୁ ଚେଷ୍ଟା କରନ୍ତି । ଯାହାଫଳରେ ସେ ଖୁବ୍‌ କମ୍‌ ଗୀତ ଗାଇଥାନ୍ତି । ସେ ପ୍ରାୟତଃ ନିଜ ଗୀତକୁ ନିଜେ ବୋଲିଥାନ୍ତି । ଅନ୍ୟ ଦ୍ୱାରା ପ୍ରସ୍ତୁତ ଗୀତ ସେ ଖୁବ୍‌ କମ୍‌ ଗାଇଥାନ୍ତି । 

ତେବେ ରେହମାନଙ୍କ ବ୍ୟତୀତ ଅନ୍ୟ ବଲିଉଡ୍ ସିଙ୍ଗର ମାନଙ୍କ ମଧ୍ୟରେ ଶ୍ରେୟା ଘୋସାଲ ସବୁଠା ଅଧିକ ଟଙ୍କା ଚାର୍ଜ କରିଥାନ୍ତି । ସେ ପ୍ରତି ଗୀତ ପାଇଁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି । ସୁନିଧି ଚୌହାନ ମଧ୍ୟ ସେଇ ସମାନ ପରିମାଣର ପାରିଶ୍ରମିକ ଦାବି କରିଥାନ୍ତି । ସେହିଭଳି ଅରିଜିତ ସିଂହ ୧୮ରୁ ୨୦ ଲକ୍ଷ ଟଙ୍କା ପ୍ରତି ଗୀତ ପାଇଁ ଦାବି କରିଥାନ୍ତି । ଏହା ପଛକୁ ସାନ୍‌ ଏବଂ ସୋନୁ ନିଗମ୍‌ ରହିଛନ୍ତି । ସେମାନେ ପ୍ରତି ଗୀତ ପାଇଁ ୧୫ ରୁ ୧୮ ଲକ୍ଷ ଟଙ୍କା ନେଇଥାନ୍ତି । ସେହିଭଳି ଅନ୍ୟ ସିଙ୍ଗରମାନଙ୍କ ମଧ୍ୟରେ ଦଲଜିତ ସିଂହ, ବାଦ୍‌ଶାହ, ମିକା ସିଂହ, ନେହା କକ୍କର ୧୦ ଲକ୍ଷ ଟଙ୍କା ପ୍ରତି ଗୀତ ପାଇଁ ଚାର୍ଜ କରିଥାନ୍ତି।