Advertisment

Manoj Mitra Death: ଚାଲିଗଲେ ଜଣାଶୁଣା ଥିଏଟର କଳାକାର ମନୋଜ ମିତ୍ର

ମନୋଜ ମିତ୍ର ମଙ୍ଗଳବାର ସକାଳେ ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ସକାଳ ୮:୫୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜାଣନ୍ତୁ ଅଭିନୟରେ ତାଙ୍କର ଅବଦାନ…

author-image
Pramod Behera
ଅଦ୍ୟତନ ହୋଇଛି
Manoj mitra passes away at 85

Manoj mitra passes away at 85

ପଶ୍ଚିମବଙ୍ଗର ଜଣାଶୁଣା ଥିଏଟର ବ୍ୟକ୍ତିତ୍ୱ ମନୋଜ ମିତ୍ର ମଙ୍ଗଳବାର ସକାଳେ ୮୬ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ସକାଳ ୮:୫୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ଲେଖକ ଅମର ମିତ୍ର ତାଙ୍କ ମୃତ୍ୟୁ ଖବର ଘୋଷଣା କରିଛନ୍ତି।

Advertisment

ଏହି ଅଭିନେତା ଦୀର୍ଘ ଦିନ ଧରି ବୟସାଧିକ ରୋଗରେ ପୀଡିତ ଥିଲେ। ମଙ୍ଗଳବାର ଅପରାହ୍ନ ୩ରେ ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ରବୀନ୍ଦ୍ର ସଦନକୁ ଅଣାଯିବ। ମନୋଜ ମିତ୍ରଙ୍କ ଖ୍ୟାତି ମଧ୍ୟ ରୂପେଲି ପରଦାରେ ବିସ୍ତାର କରିଥିଲା। ‘ବଞ୍ଚାରମେର୍ ବାଗାନ୍’ (୧୯୮୦)ରେ ତାଙ୍କ ଅଭିନୟକୁ ଦର୍ଶନ କେବେ ବି ଭୁଲିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: Sharda Sinha Passes Away: ଆଉ ନାହାନ୍ତି ଛଠ୍ ଗାୟିକା ଶାରଦା ସିହ୍ନା; ପାଇଥିଲେ ‘ପଦ୍ମଶ୍ରୀ’ ଏବଂ ‘ପଦ୍ମ ଭୂଷଣ’

Advertisment

ମମତା ବାନାର୍ଜୀଙ୍କ ଦୁଃଖ:

ମନୋଜ ମିତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ X ରେ ଲେଖିଛନ୍ତି – “ଆଜି ସକାଳେ ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ‘ବଙ୍ଗା ବିଭୂଷଣ’ ମନୋଜ ମିତ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ। ସେ ଆମ ଥିଏଟର ଏବଂ ଚଳଚ୍ଚିତ୍ର ଜଗତରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କର ଅବଦାନ ଅତୁଳନୀୟ। ମୁଁ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି।”

ଶୁଭେନ୍ଦୁ ଅଧିକାରୀଙ୍କ ଦୁଃଖ:

ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ X ରେ ଲେଖିଛନ୍ତି – “ମନୋଜ ମିତ୍ରଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ଜଣେ ଉଲ୍ଲେଖନୀୟ ଚଳଚ୍ଚିତ୍ର ଏବଂ ଥିଏଟର କଳାକାର, ତପନ ସିହ୍ନାଙ୍କ ‘ବଞ୍ଚାରମେର୍ ବାଗାନ୍’ ଏବଂ ସତ୍ୟଜିତ୍ ରୟଙ୍କ କ୍ଲାସିକ୍ସ ‘ଘରେ ବାଇରେ’ ଏବଂ ‘ଗଣଶତ୍ରୁ’ରେ ତାଙ୍କର ଚିର ସବୁଜ ଅଭିନୟ ପାଇଁ ତାଙ୍କୁ ସ୍ମରଣ କରାଯିବ। ଜଣେ ପ୍ରତିଷ୍ଠିତ ନାଟ୍ୟକାର ହିସାବରେ ମିତ୍ର ୧୦୦ରୁ ଅଧିକ ନାଟକ ଲେଖିଛନ୍ତି ଏବଂ ଶ୍ରେଷ୍ଠ ନାଟ୍ୟକାର, ସମ୍ମାନଜନକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ମୁଁ ତାଙ୍କ ପରିବାର ସଦସ୍ୟ, ବନ୍ଧୁ, ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି। ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ। ଓମ୍ ଶାନ୍ତି…”

ମନୋଜ ମିତ୍ରଙ୍କ ଅଭିନୟ ଜୀବନ :

ମନୋଜ ମିତ୍ର ୨୨ ଡିସେମ୍ବର ୧୯୩୮ରେ ତତ୍କାଳୀନ ଅବିଭକ୍ତ ବଙ୍ଗଳାର ସତଖୀରା ଜିଲ୍ଲାର ଧୁଲିହାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୫୮ ମସିହାରେ ସ୍କଟିସ୍ ଚର୍ଚ୍ଚ କଲେଜରୁ ଦର୍ଶନ ଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ।

ଏହି କଲେଜରେ ପଢିବା ବେଳେ ସେ ତାଙ୍କ ସହକର୍ମୀ ବାଦଲ ସରକାର ଏବଂ ରୁଦ୍ରପ୍ରସାଦ ସେନଗୁପ୍ତଙ୍କ ଉତ୍ସାହରେ ନାଟକ ସହିତ ଜଡିତ ହୋଇଥିଲେ। ପରେ ମିତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ ହାସଲ କରି ଗବେଷଣା କାର୍ଯ୍ୟ ଆରମ୍ଭ କରିଥିଲେ।

ମିତ୍ର ୧୯୫୭ରେ କୋଲକାତାର ଥିଏଟର୍ ‘ଦୃଶ୍ୟ’ରେ ପ୍ରବେଶ କରିଥିଲେ ଏବଂ ୧୯୭୯ରେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ। ତାଙ୍କର ଫିଲ୍ମ କ୍ୟାରିୟର୍ ଖୁବ ଚମତ୍କାର ଥିଲା। ସେ ରବୀନ୍ଦ୍ର ଭାରତ ବିଶ୍ୱବିଦ୍ୟାଳୟରେ ନାଟକ ବିଭାଗର ମୁଖ୍ୟ ଭାବରେ ଯୋଗଦେବା ପୂର୍ବରୁ ବିଭିନ୍ନ କଲେଜରେ ଦର୍ଶନଶାତ୍ରର ଶିକ୍ଷା ଦେଉଥିଲେ।

Manoj mitra passes away at 85 କୋଲକାତାର ଥିଏଟର୍ ‘ଦୃଶ୍ୟ’ରେ ପ୍ରବେଶ କରିଥିଲେ

ଅବଦାନ:

ମନୋଜ ମିତ୍ର ତାଙ୍କର ପ୍ରଥମ ନାଟକ ୧୯୫୯ରେ 'ମୃତ୍ୟୁର୍ ଚୋଖେ ଜଲ୍‌' ଲେଖିଥିଲେ। କିନ୍ତୁ ୧୯୭୨ ମସିହାରେ, ବିଶ୍ୱାସ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ନାଟକ 'ଚକ ଭଙ୍ଗା ମଧୁ' ନାଟକ ସହିତ ତାଙ୍କର ଖ୍ୟାତି ଏବଂ ପରିଚୟ ବୃଦ୍ଧି ପାଇଥିଲା।

ମିତ୍ର 'ସୁନ୍ଦରମ୍' ନାମକ ଏକ ଥିଏଟର ଗ୍ରୁପ୍ ମଧ୍ୟ ପ୍ରତିଷ୍ଠା କରିଥିଲେ, ଯାହାକି ସେ କିଛି ବର୍ଷ ପରେ ଛାଡି 'ରୀତାୟନ୍' ନାମକ ଏକ ଗ୍ରୁପ୍ ଗଠନ କରିଥିଲେ। କିନ୍ତୁ କୌତୁହଳର କଥା ଯେ ସେ କିଛି ଦିନ ମଧ୍ୟରେ 'ସୁନ୍ଦରମ୍'କୁ ଫେରି ଆସିଥିଲେ। ତାଙ୍କ ନାଁ 'ଅଭୟ ପ୍ରଜାପତି', 'ନୀଲା', 'ସିଂହଦ୍ୱାର' ଏବଂ 'ଫେରା' ଭଳି ଅନେକ ହିଟ୍ ନାଟକ ସହିତ ଜଡିତ।

ତପନ ସିହ୍ନା, ତରୁଣ ମଜୁମଦାର, ବସୁ ଚାଟାର୍ଜୀ ଏବଂ ସତ୍ୟଜିତ୍ ରାୟଙ୍କ ନିର୍ଦ୍ଦେଶିତ ଅନେକ ଚଳଚ୍ଚିତ୍ରରେ ମନୋଜ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ମୁଖ୍ୟସ୍ରୋତର ଚଳଚ୍ଚିତ୍ରରେ ମଧ୍ୟ ଜଣେ ଜଣାଶୁଣା ଚେହେରା ଥିଲେ। ସେ ଅଳ୍ପ କିଛି ଚଳଚ୍ଚିତ୍ରରେ ନକାରାତ୍ମକ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଦର୍ଶକଙ୍କ ସମ୍ମାନ ଏବଂ ପ୍ରଶଂସା ଲାଭ କରିଥିଲେ।

ଅଧିକ ପଢ଼ନ୍ତୁ: ଶାହରୁଖ୍‌ଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତକୁ ବାନ୍ଧିଲା ମୁମ୍ବାଇ ପୋଲିସ୍‌

West Bengal Bengal
Advertisment
Advertisment