Mamta kulkarni reaction to baba bageshwar and ram dev baba
୯୦ ଦଶକର ଜଣେ ଶ୍ରେଷ୍ଠ ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଆଜିକାଲି ଏକ ସୋସିଆଲ ମିଡିଆ ସେନ୍ସେସନ ହୋଇଯାଇଛନ୍ତି। ମହାକୁମ୍ଭ ୨୦୨୫ରେ କିନ୍ନର ଆଖଡା ଅଭିନେତ୍ରୀଙ୍କୁ ମହାମଣ୍ଡଳେଶ୍ୱର ଆଖ୍ୟା ଦିଆଯାଇଥିଲା, ଯାହାକୁ ଅନେକ ବାବା ବିରୋଧ କରିଥିଲେ।
ସେହି ପ୍ରମୁଖ ନାମମାନଙ୍କ ମଧ୍ୟରେ ବାବା ରାମଦେବ ଏବଂ ବାଗେଶ୍ୱର ଧାମର ବାବା ମଧ୍ୟ ଅଛନ୍ତି। ଏମାନେ ମମତା କୁଲକର୍ଣ୍ଣିଙ୍କୁ ମହାମଣ୍ଡଳେଶ୍ୱର ଆଖ୍ୟା ଦେବାକୁ ଖୋଲାଖୋଲି ଭାବରେ ବିରୋଧ କରିଥିଲେ। ଦୁହେଁ ଅଭିନେତ୍ରୀଙ୍କୁ କଠୋର ଶବ୍ଦରେ ଟାର୍ଗେଟ୍ ମଧ୍ୟ କରିଥିଲେ। ବଢୁଥିବା ବିବାଦକୁ ଦେଖି ୭ ଦିନ ମଧ୍ୟରେ ମମତା କୁଲକର୍ଣ୍ଣିଙ୍କ ପଦବୀକୁ ଛଡ଼ାଇ ନିଆଯାଇଛି।
ମହାମଣ୍ଡଳେଶ୍ୱର ପଦରୁ ହଟାଯିବା ପରେ ମମତା ରଜତ ଶର୍ମାଙ୍କ ଶୋ’ ଆପ୍କୀ ଅଦାଲତରେ ଭାଗ ନେଇଥିଲେ। ଏହି ସମୟରେ ସେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସ୍ପଷ୍ଟ କରି ପ୍ରତିପକ୍ଷଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ। ରଜତ ଶର୍ମା ଅଭିନେତ୍ରୀ ତଥା ସାଧ୍ୱୀ ମମତାଙ୍କୁ ପଚାରିଥିଲେ ଯେ ରାମଦେବ ବାବା କହିଛନ୍ତି, 'ଗୋଟିଏ ଦିନରେ କେହି ସନ୍ଥତ୍ୱ ହାସଲ କରିପାରିବେ ନାହିଁ। ଆଜିକାଲି ମୁଁ ଦେଖୁଛି ଯେ କାହାକୁ ବି ଧରିନେଇ ମହାମଣ୍ଡଳେଶ୍ୱର କରିଦେଉଛି।’
ଅଧିକ ପଢ଼ନ୍ତୁ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେଲେ ମମତା କୁଲ୍କର୍ଣ୍ଣି
ଏହାର ଜବାବ ଦେଇ ସେ କହିଛନ୍ତି ଯେ ସେ କେବଳ ରାମଦେବଙ୍କୁ କହିବାକୁ ଚାହାଁନ୍ତି ଯେ, ସେ ମହାକାଳ ଏବଂ ମହାକାଳୀଙ୍କୁ ଭୟ କରିବା ଉଚିତ।
ବାଗେଶ୍ୱରଙ୍କ ଟାର୍ଗେଟ୍:
ଏହା ସହିତ ୨୫ ବର୍ଷ ବୟସରେ ଜଣେ ସାଧୁ ବୋଲି ଦାବି କରୁଥିବା ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ମମତା କୁଲକର୍ଣ୍ଣିଙ୍କ ମହାମଣ୍ଡଳେଶ୍ୱର ପଦବୀକୁ ନେଇ ବିରୋଧ କରୁଥିବାବେଳେ ଅଭିନେତ୍ରୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସେ କହିଥିଲେ, “କୌଣସି ପ୍ରକାରର ବାହ୍ୟ ପ୍ରଭାବରେ ଆସି କିପରି କାହାକୁ ବି କିପରି ମହାମଣ୍ଡଳେଶ୍ୱର କରିଦିଆଯିବ? ଏହି ପଦବୀ କେବଳ ସେହିମାନଙ୍କୁ ଦିଆଯିବା ଉଚିତ ଯେଉଁମାନଙ୍କ ଭିତରେ ସନ୍ଥ ବା ସାଧ୍ୱୀର ଭାବନା ​ଅଛି।”
ମମତା ମଧ୍ୟ ରଜତ ଶର୍ମାଙ୍କ ଅଦାଲତରେ ଏହାର ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି।
ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଉତ୍ତର:
ମମତା କହିଛନ୍ତି, “ମୁଁ ଧିରେନ୍ଦ୍ର ଶାସ୍ତ୍ରୀ ଓରଫ ବାଗେଶ୍ୱରଧାମ ବାବାଙ୍କ ଯେତିକି ବୟସ (୨୫ ବର୍ଷ), ସେତିକି ମୁଁ ତପସ୍ୟା କରିଛି। ମୁଁ କେବଳ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ଗୁରୁଙ୍କୁ ପଚାର ଯେ ମୁଁ କିଏ ଏବଂ ଚୁପଚାପ୍ ବସି ରୁହ।”
ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ୧୦ କୋଟି ଟଙ୍କା ଦେଇ ମହାମଣ୍ଡଳେଶ୍ୱର ଆଖ୍ୟା ପାଇଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି ଯେ ତାଙ୍କ ପାଖରେ ୧୦ କୋଟି ଟଙ୍କା କ’ଣ ୧ କୋଟି ଟଙ୍କା ବି ନାହିଁ। ତାଙ୍କର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ୍ ଜବତ ହୋଇଥିବାରୁ ସେ ଗୁରୁଙ୍କୁ କେବଳ ୨ ଲକ୍ଷ ଟଙ୍କା ଉପହାର ଦେଇଥିଲେ।
ମମତା ମହାମଣ୍ଡଳେଶ୍ୱର କାହିଁକି ହେଲେ:
ସାଧ୍ୱୀ ହେବାର ଯାତ୍ରାକୁ ନେଇ ମମତା କୁଲକର୍ଣ୍ଣି କହିଛନ୍ତି ଯେ, ସେ ଗତ ୨୩ ବର୍ଷ ଧରି ସେ କୌଣସି ଆଡଲ୍ଟ ଫିଲ୍ମ ଦେଖି ନାହାଁନ୍ତି। ଏହା ସହିତ ସେ କହିଛନ୍ତି ଯେ ସେ କେବେ ବି ମହାମଣ୍ଡଳେଶ୍ୱର ହେବାକୁ ଚାହୁଁ ନଥିଲେ, କିନ୍ତୁ କିନ୍ନର ଆଖଡାର ଆଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଚାପରେ ସେ ମହାମଣ୍ଡଳେଶ୍ୱର ହେବାକୁ ରାଜି ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738482753.jpg)