/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685614891.jpg)
Malaika arora hiding her real age
ମଲାଇକା ଅରୋରା ନିଜ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଫିଟ୍ନେସ୍କୁ ନେଇ ମଧ୍ୟ ଅନେକ ଆଲୋଚନା ହୁଏ। ଏହା ବ୍ୟତୀତ ସେ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କ ସହ ଥିବା ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଲାଇକା ଏବଂ ଅର୍ଜୁନ କପୁରଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଲୋକମାନେ ସେମାନଙ୍କୁ ଟ୍ରୋଲ କରୁଛନ୍ତି। ତେବେ କେବଳ ଅର୍ଜୁନ ନୁହଁନ୍ତି, ମଲାଇକା ମଧ୍ୟ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ବଡ।
ବର୍ତ୍ତମାନ ସୋସିଆଲ ମିଡିଆରେ ମଲାଇକା ଅରୋରାଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କର ପ୍ରକୃତ ବୟସକୁ ଖୁଲାସା କରିଛନ୍ତି। ଏହି ଖୁଲାସା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ମଲାଇକାଙ୍କ ଷ୍ଟାଇଲିସ୍ ଲୁକ୍ଭାଇରାଲ୍ ହେଉଥିବା ଏହି ଭିଡିଓରେ ସାଜିଦ ଖାନଙ୍କ ଏକ ପୁରୁଣା ଶୋ’ରେ ମଲାଇକା ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ବସିଥିବାର ନଜର ଆସିଛନ୍ତି। ସାଜିଦ ଏହି ଶୋ’ରେ ମଲାଇକା ଏବଂ ଅରବାଜଙ୍କ ସାକ୍ଷାତକାର ନେଉଥିବାର ନଜର ଆସିଛନ୍ତି। ଏଥିରେ ସେ ମଲାଇକାଙ୍କୁ ପଚାରିଛନ୍ତି ଯେ ଅରବାଜ ତାଙ୍କଠାରୁ ଦୁଇ ବର୍ଷ ସାନ, ତେବେ ସେ ଏପରି ପରିସ୍ଥିତିରେ କିପରି ଅନୁଭବ କରନ୍ତି? ମଲାଇକା ଏହାର ଉତ୍ତରରେ କୁହନ୍ତି ଯେ “ଏହା ଠିକ୍ ଅଛି, ମତେ ଭଲ ଲାଗୁଛି”।
ଏପରି ପରିସ୍ଥିତିରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ ଉଇକିପିଡ଼ିଆରେ ଅରବାଜ ଖାନଙ୍କ ବୟସ ୫୫ ବର୍ଷ ବୋଲି ଦର୍ଶାଯାଇଛି। ଯଦି ମଲାଇକା ଅରବାଜଙ୍କଠାରୁ ଦୁଇ ବର୍ଷ ବଡ, ତେବେ ତାଙ୍କ ବୟସ ୫୭ ବର୍ଷ ହେବ। କିନ୍ତୁ ଉଇକିପିଡ଼ିଆ ଅନୁସାରେ ମଲାଇକାଙ୍କ ବୟସ ୪୯ ରହିଛି। ଏହାକୁ ଦେଖିଲେ ଜଣାପଡେ ଯେ ଅଭିନେତ୍ରୀଙ୍କ ବୟସରେ ୮ ବର୍ଷର ତାରତମ୍ୟ ରହିଛି।
ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ ପ୍ରକୃତ ସତ କ’ଣ। ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଯଦି ତାଙ୍କୁ ୫୭ ବର୍ଷ, ତେବେ ଏ ବୟସରେ ମଧ୍ୟ ସେ ଏତେ ଫିଟ୍ କେମିତି ଅଛନ୍ତି।
ମଲାଇକା ଅରୋରା ଗତ ଚାରି ବର୍ଷ ଧରି ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି। ଏହାପୂର୍ବରୁ ସେ ୧୯୯୮ ମସିହାରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଦୀର୍ଘ ସମୟ ଧରି ପରସ୍ପର ଏକାଠି ରହିବା ପରେ, ଦୁହେଁ ୨୦୧୭ ମସିହାରେ ଅଲଗା ହୋଇଥିଲେ। ଏହା ପରେ ମଲାଇକା ଏବଂ ଅର୍ଜୁନ କପୁର ୨୦୧୯ ରୁ ଖୋଲାଖୋଲି ଭାବେ ପରସ୍ପର ସହ ସମ୍ପର୍କ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)