Advertisment

ମହିମା ଚୌଧୁରୀଙ୍କୁ ସ୍ତନ କର୍କଟ, ଇମୋସନାଲ ଭିଡିଓ ସେୟାର କଲେ ଅନୁପମ୍

ଏକଥା ସମସ୍ତଙ୍କୁ ଲୁଚାଇଥିଲେ କିନ୍ତୁ ଅତି ସମ୍ପର୍କୀୟଙ୍କୁ ଜଣାଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Mahima Chaudhry

Mahima Chaudhry

ମୁମ୍ବାଇ: ଦୁଃସାଧ୍ୟ ରୋଗରେ ପୀଡିତ ଥିଲେ ବଲିଉଡ୍‌ ଅଭିନେତ୍ରୀ। କ୍ୟାନସ୍‌ରରେ ଆକ୍ରାନ୍ତ ଥିଲେଅଭିନେତ୍ରୀ ମହିମା ଚୌଧୁରୀ। କିନ୍ତୁ ବ୍ରେଭ୍‌ ଗର୍ଲ ମହିମା କ୍ୟାନସରରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ପରେ ସେ କ୍ୟାନସର ଆକ୍ରାନ୍ତ ଥିବା ନେଇ ଅଭିନେତା ଅନୁପମ ଖେର୍ ସାର୍ବଜନୀନ କରିଛନ୍ତି।   

Advertisment

ମହିମା ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ। କିନ୍ତୁ ଏକଥା ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ସହ ଅତି ସମ୍ପର୍କୀୟଙ୍କୁ ଜଣାଥିଲା। ଅନୁପମ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୭ ମିନିଟ୍‌ରୁ ଅଧିକ ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ନିଜେ ମହିମା ଅଛନ୍ତି। ଏଥିରେ ସେ କ୍ୟାନସରରେ ପୀଡ଼ିତ ହେବା ନେଇ କେମିତି ଜାଣିଲେ, କେମିତି ତାଙ୍କ ଚିକିତ୍ସା ଚାଲିଲା ଓ କେଉଁମାନେ ତାଙ୍କ ମନୋବଳ ବଢ଼ାଇଥିଲେ, ସେ ସଂପର୍କରେ କହିଛନ୍ତି।

Advertisment

ଏହି ଭିଡିଓରେ ଆଉ ଗୋଟିଏ କଥା ମଧ୍ୟ ଦେଖିବାକୁ ମିଳିଛି। ଅନୁପମ ତାଙ୍କୁ ମଝିରେ ମଝିରେ କିଛି ପ୍ରଶ୍ନ କରୁଛନ୍ତି। ଆଉ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ମହିମା ତାଙ୍କର ପୂରା କାହାଣୀ କହିଛନ୍ତି। ଅନୁପମ ଏହି ଭିଡିଓର ଶୀର୍ଷକର ନାଁ ରଖିଛନ୍ତି ମହିମା ଚୌଧୁରୀଙ୍କ ସାହାସ ଓ କ୍ୟାନସର।

ମାସେ ତଳେ ଆମେରିକାରୁ ମହିମା ଚୌଧୁରୀଙ୍କୁ ଅନୁପମ ଖେର ଫୋନ୍ କରି ତାଙ୍କର ୫୨୫ତମ ଚଳଚ୍ଚିତ୍ର ‘ଦି ସିଗ୍ନେଚର’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ପାଇଁ କହିଥିଲେ। ଆଉ କଥାବାର୍ତ୍ତା ବେଳେ ସେ ଜାଣିବାକୁ ପାଇଥିଲେ ଯେ ମହିମା ବ୍ରେଷ୍ଟ କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। 

ଅନୁପମଙ୍କ ପୂର୍ବରୁ ଆହୁରି କେତେକ ପ୍ରଯୋଜକ ଓ ନିର୍ଦ୍ଦେଶକ ମଧ୍ୟ ମହିମାଙ୍କୁ ଫୋନ୍ କରି ସେମାନଙ୍କ ପ୍ରୋଜେକ୍ଟ ପାଇଁ ଅଫର ଦେଇଥିଲେ। ହେଲେ ମହିମା ସମସ୍ତଙ୍କୁ କାରଣ ନ କହି ବିନମ୍ରତା ପୂର୍ବରୁ ମନା କରି ଦେଇଥିଲେ। ହେଲେ ସେ ଅନୁପମଙ୍କୁ ମିଛ କହି ପାରି ନଥିଲେ। ଅଭିନେତ୍ରୀ ମହିମା ଚୌଧୁରୀ ୧୯୯୭ରେ ‘ପରଦେଶ୍‌’ ଫିଲ୍ମରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ସହ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।

Mahima Chaudhary Breast Cancer
Advertisment
Advertisment