Advertisment

ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ଏହି ଅଭିନେତ୍ରୀଙ୍କ ପ୍ରେମ ଜୀବନ

ପ୍ରେମରେ ପ୍ରତାରଣା ଖୁବ୍ ଯନ୍ତ୍ରଣା ଦିଏ। 'ପରଦେସ୍' ଫେମ୍ ଅଭିନେତ୍ରୀଙ୍କ ସହ ଏମିତି କିଛି ହୋଇଥିଲା। ତେବେ ସେ ଏଭଳି ଯନ୍ତ୍ରଣାଦାୟକ ସମୟକୁ ବହୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ହୋଇଥିଲେ। ଆସନ୍ତୁ ଜାଣିବା ତାଙ୍କ ଯନ୍ତ୍ରଣାର କାହାଣୀ।

author-image
Pramod Behera
Mahima chaudhry betrayed in love

Mahima chaudhry betrayed in love

ଘର, ସ୍ୱାମୀ ଏବଂ ପିଲାମାନଙ୍କର ଦାୟିତ୍ୱ ବୁଝିବା ଭିତରେ ଜଣେ ମହିଳା ନିଜ ପାଇଁ ନାଁ କରିବା ପାଇଁ ବହୁତ କିଛି କରିଥାଏ। ଜୀବନରେ ସେମାନଙ୍କୁ ବହୁତ କିଛି ସହିବାକୁ ପଡିଥାଏ। ଏହା ସହିତ ଯେତେବେଳେ ତାକୁ ପ୍ରେମରେ ପ୍ରତାରଣା ମିଳେ ଏହି ଯନ୍ତ୍ରଣା ଆହୁରି ବଢିଯାଏ। 'ପରଦେସ୍' ଫେମ୍ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ସହ ଏମିତି କିଛି ହୋଇଥିଲା। ତେବେ ସେ ଏଭଳି ଯନ୍ତ୍ରଣାଦାୟକ ସମୟକୁ ବହୁ ଧୈର୍ଯ୍ୟର ସହିତ ସମ୍ମୁଖୀନ ହୋଇଥିଲେ।

Advertisment

ଅଭିନେତ୍ରୀ ଫିଲ୍ମ 'ପରଦେସ୍'ରେ ଦର୍ଶକଙ୍କ ମନରେ ଏମିତି ପ୍ରଭାବ ଛାଡିଥିଲେ ଯେ ଆଜି ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ସେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି। ଯେତେବେଳେ ମହିମା ଚୌଧୁରୀ ତାଙ୍କ କ୍ୟାରିୟରର ଶିଖରରେ ଥିଲେ, ସେତେବେଳେ ସେ ଷ୍ଟାର୍‌ ଟେନି୍‌ସ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ଭଲ ପାଉଥିଲେ। ସେ ଯେତେବେଳେ ଜୀବନରେ ପ୍ରକୃତ ସାଥୀ ଖୋଜୁଥିଲେ ସେତେବେଳେ ତାଙ୍କୁ ଲିଆଣ୍ଡର୍‌ ପେସ୍‌ ମିଳିଥିଲେ। ଯେତେବେଳେ ଲିଆଣ୍ଡର୍‌ ପଡିଆରେ ଖେଳୁଥିଲେ, ବେଞ୍ଚରେ ବସି ମହିମା ତାଙ୍କୁ ଦେଖୁଥିଲେ।

ଲିଆଣ୍ଡର୍ ପେସ୍‌ଙ୍କ ପ୍ରତାରଣା:

ପ୍ରାୟ ୩ ବର୍ଷ ଧରି ମହିମା ଏବଂ ଲିଆଣ୍ଡରଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଥିଲା। ୨୦୦୩ରେ ମଡେଲ ରିୟା ପିଲ୍ଲାଇଙ୍କ ସହ ଲିଆଣ୍ଡରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା, ଯିଏ ସେତେବେଳେ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ଥିଲେ। ଦିନେ ରିୟାଙ୍କ ସହ କଥା ହେଉଥିବା ବେଳେ ଲିଆଣ୍ଡରଙ୍କୁ ମହିମା ଧରିଲେ। ଏହି ଘଟଣା ପରେ ସେ ତୁରନ୍ତ ଲିଆଣ୍ଡରଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ।

Advertisment

ଭାଇର ସାଙ୍ଗ ସହ ପ୍ରେମ:

ଏହା ପରେ ମହିମା ଆଉ ଏକ ଯୁବକଙ୍କ ପ୍ରେମରେ ପଡିଥିଲେ। ସେ କୋଲକାତାର ଆର୍କିଟେକ୍ ବବି ମୁଖାର୍ଜୀଙ୍କୁ ୨୦୦୬ରେ ଭେଟିଥିଲେ। ଯେହେତୁ ସେ ଅଭିନେତ୍ରୀଙ୍କ ଭାଇଙ୍କର ଘନିଷ୍ଠ ବନ୍ଧୁ ଥିଲେ, ସେମାନେ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମରେ ଭେଟିବାକୁ ଲାଗିଲେ। ଉଭୟ ପ୍ରେମରେ ପଡିଲେ ଆଉ ୧୯ ମାର୍ଚ୍ଚ ୨୦୦୬ରେ ଲାସ୍ ଭେଗାସର ଏକ ହୋଟେଲରେ ବିବାହ କରିଥିଲେ।

ଯେତେବେଳେ ଅଭିନେତ୍ରୀ ଗର୍ଭବତୀ ହେଲେ ସେତେବେଳେ ତାଙ୍କୁ ବବିଙ୍କ ସହିତ ତାଙ୍କର ଗୁପ୍ତ ବିବାହ ବିଷୟରେ କହିବାକୁ ପଡିଲା। ଗୁଜବ ଉଠିଥିଲା ଯେ ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ, ତେଣୁ ସେ ଶୀଘ୍ର ବିବାହ କରି ଗର୍ଭଧାରଣ ବିଷୟରେ କହିଥିଲେ।

ସ୍ୱାମୀଙ୍କଠାରୁ ଅଲଗା:

ମହିମା ୨୦୦୭ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। କିନ୍ତୁ ଯେତେବେଳେ ପୂର୍ବତନ ପତ୍ନୀଙ୍କ ସହ ବବିଙ୍କ ଆଇନଗତ ଯୁଦ୍ଧ ସାମ୍ନାକୁ ଆସିଲା ସେତେବେଳେ ବବି ଏବଂ ମହିମାଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଲା ଆଉ ୨୦୧୩ରେ ସେମାନେ ଅଗଲା ହୋଇଯାଇଥିଲେ।

ସେମାନେ ଅଲଗା ହୋଇଥିଲେ ମଧ୍ୟ ଛାଡପତ୍ର ହୋଇନଥିଲେ। କେତେକ ରିପୋର୍ଟ ଅନୁସାରେ ସଂପର୍କରେ ସମନ୍ୱୟର ଅଭାବ ହେରୁ ସେମାନେ ଅଲଗା ହୋଇଥିଲେ। ୪୯ ବର୍ଷୀୟା ଅଭିନେତ୍ରୀ ସିଙ୍ଗଲ ମଦର ଭାବେ ଝିଅ ଆରିୟାନା ଚୌଧୁରୀଙ୍କ ଲାଳନ ପାଳନ କରୁଛନ୍ତି। ଝିଅକୁ ଏବେ ୧୫ ବର୍ଷ ହୋଇଗଲାଣି।

Bollywood Mahima Chaudhary Breast Cancer
Advertisment
Advertisment