Advertisment

ମହେଶ ଭଟ୍ଟ ଦିନେ ପିଉଥିଲେ ପ୍ରଚୁର ମଦ; କ’ଣ ହେଲା ସେବେଠୁ ଆଉ ଛୁଇଁ ନାହାନ୍ତି

ମହେଶ ଭଟ୍ଟ ଯେତେବେଳେ ଯୁବକ ଥିଲେ, ସେ ବହୁତ ମଦ ପିଉଥିଲେ। ସେ କହିଥିଲେ ଯେ ସେ ଜଣେ କ୍ରୋଧୀ, ଅସନ୍ତୁଷ୍ଟ ଏବଂ ଅସଫଳ ବ୍ୟକ୍ତି ଥିଲେ। ସେ ଭାବୁଥିଲେ ଯେ ମଦ୍ୟପାନ କରି ସେ ନିଜର ନିରାଶା ଏବଂ ବିଫଳତାକୁ ଦୂର କରୁଛନ୍ତି।

author-image
Pramod Behera
Mahesh Bhatt drink everytime after carrer failure

Mahesh Bhatt drink everytime after carrer failure

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ସେ ଥରେ ଅନୁପମ ଖେରଙ୍କ ଶୋ’ 'ଦ ଅନୁପମ ଖେର ଶୋ'ରେ ପ୍ରକାଶ କରିଥିଲେ, ଯେତେବେଳେ ସେ ଯୁବକ ଥିଲେ, ସେ ବହୁତ ମଦ ପିଉଥିଲେ। ସେ କହିଥିଲେ ଯେ ସେ ଜଣେ କ୍ରୋଧୀ, ଅସନ୍ତୁଷ୍ଟ ଏବଂ ଅସଫଳ ବ୍ୟକ୍ତି ଥିଲେ।

Advertisment

ସେ ଭାବୁଥିଲେ ଯେ ମଦ୍ୟପାନ କରି ସେ ନିଜର ନିରାଶା ଏବଂ ବିଫଳତାକୁ ଦୂର କରୁଛନ୍ତି। ସେ ଜଣେ ନିଶାଡି ଥିଲେ। ଏହା ସହ ସେ କହିଥିଲେ ଯେ ସେ କାହିଁକି ଏବଂ କିପରି ମଦ୍ୟପାନ ଛାଡିବାକୁ ନିଷ୍ପତ୍ତି ନେଲେ? ସେ କହିଥିଲେ ଯେ ଯେତେବେଳେ ସେ ମଦ୍ୟପାନ କରିବା ପରେ ନିଶାରେ ଟଳୁଥିଲେ, ଅନୁପମ ତାଙ୍କୁ ଘରକୁ ଛାଡିବାକୁ ଯାଉଥିଲେ।

ମହେଶ ଭଟ୍ଟ କହିଥିଲେ, “ଯେତେବେଳେ ଜଣେ ବ୍ୟକ୍ତି ନିଜ ଉପରେ ଅସନ୍ତୁଷ୍ଟ, ସେ ଦୁନିଆ ଉପରେ ବି ଅସନ୍ତୁଷ୍ଟ। ମୁଁ ନିଜ ଉପରେ ଅସନ୍ତୁଷ୍ଟ ଥିଲି। ମୁଁ ଜାଣିଥିଲି ଯେ ମୋର ସାମର୍ଥ୍ୟ ଅନୁଯାୟୀ ମୁଁ କିଛି ହାସଲ କରି ନାହିଁ। ମୁଁ ଧୈର୍ଯ୍ୟହରା ଥିଲି। କିନ୍ତୁ ଚଳଚ୍ଚିତ୍ର ନିର୍ମାତାମାନେ ଏହା ଲୁଚାଇ ପାରିବେ ନାହିଁ; ତାଙ୍କର ସତ୍ୟ ସବୁବେଳେ ପରଦାରେ ଦେଖାଯାଏ। ରାଜ ଖୋସଲା କହୁଥିଲେ ଯେ ଜଣେ ଚଳଚ୍ଚିତ୍ର ନିର୍ମାତା ନିଜ କାଳ୍ପନିକ କାହାଣୀ ସହିତ ଲଗ୍ନ ହୋଇଯାଏ।”

Advertisment

ଯେତେବେଳେ ମହେଶ ଭଟ୍ଟଙ୍କୁ ପଚରାଗଲା ସେ କେବେ ସେ ମଦ୍ୟପାନ ଛାଡିବାକୁ ସ୍ଥିର କଲେ, ସେ କହିଥିଲେ, “ମୋ ଝିଅ ଶାହିନ୍ ଜନ୍ମ ହୋଇଥିଲା ଏବଂ ସେ ଜନ୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ମୁଁ ମଦ୍ୟପାନ ଜାରି ରଖିଥିଲି। ସେ ଯେତେବେଳେ ଘରକୁ ଆସିଲା ମୁଁ ତାକୁ କୋଳରେ ଧରିଥିଲି ଏବଂ ମୁଁ ଅନୁଭବ କଲି ଯେ ସେ ମୋ ଠାରୁ ମୁହଁ ଫେରେଇ ନେଉଛି। ମତେ ପ୍ରତ୍ୟାଖ୍ୟାନର ଏକ ଗଭୀର ଅନୁଭବ ହେଲା ଏବଂ ମୁଁ ଆଉ କେବେ ପିଇବି ନାହିଁ ବୋଲି ପ୍ରତିଶୃତି ନେଲି।”

ସେ ଆହୁରି କହିଛନ୍ତି, “ମୁଁ ୨୬ ବର୍ଷ ପୂର୍ବେ ମଦ୍ୟପାନ ଛାଡ଼ିଥିଲି ଏବଂ ସେବେଠାରୁ ମୁଁ ଆଉ ଗୋଟେ ଡ୍ରପ୍ ମଧ୍ୟ ପିଇ ନାହିଁ।” ଏଥିରୁ ଜଣାଯାଏ ଯେ ୩୪ ପର୍ଯ୍ୟନ୍ତ ମହେଶ ଭଟ୍ଟ ଖୁବ୍ ମଦ୍ୟପାନ କରୁଥିଲେ। ସେ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର 'ଡାଡି' ତାଙ୍କ ଜୀବନର ଉତ୍ଥାନ-ପତନର ପ୍ରେରଣା। ସେ ଜଣେ ଏକାକୀ ବ୍ୟକ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି, କିନ୍ତୁ ତାଙ୍କର ଏହି ଏକେଲାପଣ ତାଙ୍କ ସୃଜନଶୀଳତାକୁ ଆଗକୁ ନେଇଛି।”

Bollywood Mahesh Bhatt
Advertisment
Advertisment