Advertisment

ବଲିଉଡ୍ ମତେ ଟଙ୍କା ଦେଇପାରିବ ନାହିଁ : ମହେଶ ବାବୁ

ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି ମହେଶ ବାବୁ। ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

author-image
Pramod Behera
Mahesh Babu speaks, bollywood can not afford me

Mahesh Babu speaks, bollywood can not afford me

ସାଉଥ୍‌ ସିନେମାରେ ସୁପର୍‌ଷ୍ଟାର୍ ଅଭିନେତା ମହେଶ ବାବୁଙ୍କୁ ତାଙ୍କ ଅଭିନୟ ଓ ସିନେମା ନେଇ ଜଣାଯାଏ। ସେ ସାଉଥ୍ ସିନେମାରେ ଅନେକ ସୁପରହିଟ୍ ସିନେମାରେ କାମ କରିଛନ୍ତି। ବର୍ତ୍ତମାନ ହଠାତ ତାଙ୍କୁ ନେଇ ଚର୍ଚ୍ଚା ଉଠିଛି। ଏହି ଚର୍ଚ୍ଚା କିନ୍ତୁ ତାଙ୍କର କୌଣସି ସିନେମାକୁ ନେଇ ନୁହେଁ ବରଂ ବଲିଉଡ୍‌ରେ ଡେବ୍ୟୁକୁ ନେଇ ମନ୍ତବ୍ୟ କାରଣରୁ ସେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ହିନ୍ଦୀ ଫିଲ୍ମରେ କାମ କରିବାକୁ ନେଇ ଅଭିନେତା କହିଛନ୍ତି ଯେ ତାଙ୍କୁ ଅନେକ ଫିଲ୍ମରୁ ଅଫର ଆସେ। କିନ୍ତୁ ତାଙ୍କୁ ଲାଗେ ନାହିଁ ଯେ ସେମାନେ ତାଙ୍କୁ ସେତିକି ଟଙ୍କା ଦେବାରେ ସକ୍ଷମ ହେବେ ବୋଲି। ଏପରି ପରିସ୍ଥିତିରେ, ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

ମହେଶ ବାବୁ କହିଛନ୍ତି ଯେ ସେ ସାଉଥ୍ ଇଣ୍ଡଷ୍ଟ୍ରିରେ ଉଭୟ ଷ୍ଟାରଡମ୍ ଏବଂ ସମ୍ମାନ ପାଇଛନ୍ତି। ଏହା ତାଙ୍କ ପାଇଁ ବହୁତ ବଡ କଥା। ସେଥିପାଇଁ ସେ ତାଙ୍କ ଇଣ୍ଡଷ୍ଟ୍ରି ବ୍ୟତୀତ ଅନ୍ୟ କୌଣସି ଚଳଚ୍ଚିତ୍ରର ଅଂଶ ହେବାକୁ ଚାହାଁନ୍ତି ନାହିଁ। ସେ ସବୁବେଳେ ଫିଲ୍ମ କରିବା ଏବଂ ବଡ ହେବାକୁ ନେଇ ଚିନ୍ତା କରନ୍ତି ଏବଂ ତାଙ୍କର ସ୍ୱପ୍ନ ମଧ୍ୟ ବର୍ତ୍ତମାନ ସାକାର ହେଉଛି। ଅଭିନେତା କହିଛନ୍ତି ଯେ ତାଙ୍କ ସ୍ୱପ୍ନ ପୂରଣ ହେବା ଅପେକ୍ଷା ସେ ଆଉ କୋଉଥିରେ ଅଧିକ ଖୁସି ହୋଇପାରିବେ ନାହିଁ।

Advertisment

ପ୍ରକାଶଥାଉ ଯେ ମହେଶ ବାବୁ ତାଙ୍କ ପ୍ରଡକ୍ସନ୍ ଭେଞ୍ଚର ଦ୍ୱାରା 'ମେଜର'ର ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ତାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ କହିଛନ୍ତି। ଏହି ସମୟରେ ସେ ଖୁସି ବ୍ୟକ୍ତ କରିଥିଲେ ଯେ ତେଲୁଗୁ ଚଳଚ୍ଚିତ୍ରର ବ୍ଲକ୍‌ବଷ୍ଟର୍‌ ପ୍ରଦର୍ଶନ ସହିତ ଭାରତୀୟ ସିନେମାର ଅର୍ଥ ବଦଳିଛି। ସେ ଏକ ପ୍ୟାନ୍‌ ଇଣ୍ଡିଆ ଷ୍ଟାର୍‌ ବୋଲି କହିବାକୁ ଚାହାଁନ୍ତି ନାହିଁ, ବରଂ ସେ ସାଉଥ୍‌କୁ ବଡ କରିବାକୁ ଚାହୁଁଛନ୍ତି।

ସାଉଥ୍ ଫିଲ୍ମ 'ମେଜର' ମହେଶ ବାବୁଙ୍କ ଦ୍ୱାରା ନିର୍ମିତ ହୋଇଛି। ଏହି ସିନେମାର ଟ୍ରେଲର ଭିଡିଓ ଗତ ଦିନରେ ମୁକ୍ତିଲାଭ କରିଛି। ଏଥିରେ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନିକ୍ରିଷ୍ଣନଙ୍କ ଜୀବନକୁ ଚିତ୍ରିତ କରାଯାଇଛି। ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ତ୍ୟାଗ ଏବଂ ବଳିଦାନକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏଥିରେ ଅଭିନେତା ଆଦିୱି ଶେଷ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କର ବିପରୀତରେ ଅଭିନେତ୍ରୀ ସାଇ ମଞ୍ଜରେକର ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶଶି କିରଣ ଟିକ୍କା।

Bollywood Mahesh Babu Tollywood
Advertisment
Advertisment