Advertisment

Mahesh Babu Fever Grips Koraput: ଜବରଦସ୍ତ ଫାଇଟିଂ, ସାନ୍ଦାର ଆକ୍ସନ୍; କୋରାପୁଟରେ ମହେଶଙ୍କୁ ନେଇ ସୁଟିଂରେ ବ୍ୟସ୍ତ ରାଜାମୌଲି...

କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍‌ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ।

ଅଦ୍ୟତନ ହୋଇଛି
undefined

Mahesh Babu Fever Grips Koraput

Advertisment

କୋରାପୁଟରେ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ଆଗେଇ ଚାଲିଛି ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ ଅପ୍ କମିଂ ଫିଲ୍ମର ସୁଟିଂ। ଏହି ବିଗ୍ ବଜେଟ୍ ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ଥିବା ବେଳେ ଗୁରୁବାରରୁ ଫିଲ୍ମର ଏକ ଆକ୍ସନ ସିନର ସୁଟିଂ ଆରମ୍ଭ ହୋଇଛି। ଫିଲ୍ମର ପୁରା ୟୁନିଟ୍ ଡେରା ପକାଇଛନ୍ତି ତଳମାଳି ପାହାଡ଼ରେ। ବିଶ୍ବସ୍ତରୀୟ ସେଟ୍ ଅପ୍ ତିଆରି ହୋଇଛି। ଯାହାକୁ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ବଢିଛି ଉତ୍କଣ୍ଠା।

Advertisment

କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍‌ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ। ପାଖାପାଖି 5 ଶହ ଜଣିଆ କ୍ରିଉ ମେମ୍ବର। ଫିଲ୍ମ ପାଇଁ ଡେରା ପକାଇଛନ୍ତି ପୁରା ୟୁନିଟ୍। ତିଆରି ହୋଇଛି ବିଶ୍ବସ୍ତରୀୟ ସେଟ୍ ଅପ୍। ସୁଉଚ୍ଚ ପାହାଡ ଓ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ଚାଲିଛି ଏହି ହାଇ ବଜେଟ୍ ଫିଲ୍ମର ମେକିଂ। ସିମେନାର ଟାଇଟଲ ସ୍ଥିର ହୋଇ ନଥିବା ବେଳେ ପ୍ରୋଜେକ୍ଟ ନାଁ ରଖାଯାଇଛି SSMB-29। ଯେଉଁଥିରେ ରହିଛି ସୁପରଷ୍ଟାର ମହେଶ ବାବୁ ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୟ। ଫିଲ୍ମର ଲିଡ୍ ଆକ୍ଟ୍ରେସ୍ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ଖୁବଶୀଘ୍ର ସେ ସୁଟିଂ ସେଟରେ ଯୋଗ ଦେବେ। ଆଉ, ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବ୍ଲକ ବଷ୍ଟର ବାହୁବଳୀ ଓ RRR ଫେମ୍ ଏସ. ଏସ୍ ରାଜାମୌଲି। 

ଅଧିକ ପଢ଼ନ୍ତୁ: ଦେଶୀ ଗର୍ଲଙ୍କ ସିକ୍ରେଟ୍‌କୁ ପର୍ଦାଫାଶ କରିଦେଲେ ମା’; ଜାଣନ୍ତୁ କ’ଣ କହିଲେ

Advertisment

ଗୁରୁବାରରୁ ଆରମ୍ଭ ହୋଇଛି ଫିଲ୍ମର ସୁଟିଂ। କେବଳ ତଳମାଳି ନୁହେଁ, ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ବି ସୁଟ୍ ହେବ ରାଜାମୌଲିଙ୍କ ଏହି ଚର୍ଚ୍ଚିତ ଫିଲ୍ମ। ଦୁର୍ଗା ଆର୍ଟସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମ ମହେଶ ବାବୁଙ୍କ 29ତମ ସିନେମା। ଏମାସ 28 ତାରିଖ ଯାଏ ସୁଟିଂ ନେଇ ରାଜମୌଲିଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ଓ ପୋଲିସ। ତଳମାଳିରେ ସେଟଅପ୍ ଲାଗିଥିବା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସିନେମା ସଂସ୍ଥାର ଘରୋଇ ସୁରକ୍ଷା କର୍ମୀଙ୍କ ସହ କୋରାପୁଟ ପୋଲିସ, ଆଇଆରବି ବାଟାଲିୟନ ଏବଂ 1 ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି। ସୁଟିଂ ଦେଖିବାକୁ ପର୍ବତ ଅଂଚଳକୁ ପ୍ରତିଦିନ ଲୋକଙ୍କ ଗହଳି ଲାଗୁଥିବା ବେଳେ କିନ୍ତୁ ଅନୁମତି ମିଳୁନି। ବାହାର ଲୋକଙ୍କ ପାଇଁ ନିଷେଧ ହୋଇଛି ମୋବାଇଲ୍।

ପୂର୍ବରୁ କୋରାପୁଟରେ ଅନୁଷ୍କା ସେଟ୍ଟୀଙ୍କ ଘାଟି ଏବଂ ମାଲକାନଗିରିର ଘଂଚ ଜଙ୍ଗଲରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-2ର ସୁଟିଂ ହୋଇଥିଲା। ଏବେ ରାଜାମୌଲିଙ୍କ ଅପ କମିଂ ଫିଲ୍ମ ସହ ଆଗକୁ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମ ସୁଟିଂ ହେବା ସମ୍ଭାବନା ଦେଖାଦେଇଛି। 

Advertisment

ଅଧିକ ପଢ଼ନ୍ତୁ: ଶେଷରେ ଦେଶକୁ ଫେରିବେ ଦେଶୀ ଗାର୍ଲ; କରିବେ ଏହି ସୁପର୍‌ଷ୍ଟାର୍‌ଙ୍କ ସହ ଭାରତୀୟ ଫିଲ୍ମ

Koraput Shooting Mahesh Babu Deomali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ