Advertisment

Mahakumbh Monalisa: ମୋନାଲିସା ଧରିଲେ ସିଲଟ୍-ଖଡି ଆଉ ଶିଖିଲେ ଅ-ଆ; ଜାଣନ୍ତୁ କିଏ ସାଜିଲେ ଗୁରୁ

ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…

ଅଦ୍ୟତନ ହୋଇଛି
Mahakumbh Monalisa start learning reading and writing

Mahakumbh Monalisa start learning reading and writing

Advertisment

ମହାକୁମ୍ଭ ୨୦୨୫ରେ ଅନେକ ଘଟଣା, ଅନେକ କଥା, ଅନେକ ବାବା ଆଦି ଭାଇରାଲ୍ ହେଉଛନ୍ତି। ଏସବୁ ଭିତରେ କିନ୍ତୁ ଗୋଟିଏ ନାଁ ବହୁ ଚର୍ଚ୍ଚିତ ହୋଇଯାଇଛି। ଏହି ନାଁ କୌଣସି ବାବା କି ମହାରାଜଙ୍କର ନୁହେଁ ବରଂ ଏକ ମାଳା ବିକାଳୀ ଝିଅର। ଆପଣ ମୋନାଲିସା ନାଁ ଶୁଣିଥିବେ ନିଶ୍ଚୟ। ଥରେ ମୋନାଲିସା (ମହାକୁମ୍ଭର ଭାଇରାଲ୍ ଗର୍ଲ ମୋନାଲିସା) ର ଫଟୋ ଭାଇରାଲ୍‌ ହେବା ପରେ ସେ ଏକ ଇଣ୍ଟରନେଟ୍ ସେନ୍ସେସନ ହୋଇଗଲେ।

Advertisment

ଆଖି ଯୋଗୁଁ ସେ ଖୁବ ଚର୍ଚ୍ଚାରେ ଅଛନ୍ତି। ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାଙ୍କ ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଛି ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍।

Advertisment

ମହାକୁମ୍ଭକୁ ବୁଡ ପକାଇବାକୁ ଆସିଥିବା ଲୋକ, ନ୍ୟୁଜ୍ ଚ୍ୟାନେଲ ଏବଂ ୟୁଟ୍ୟୁବର୍ସମାନେ ମୋନାଲିସା ସହ କଥା ହେବା ଏବଂ ସାକ୍ଷାତକାର ନେବା ପାଇବା ପାଇଁ ଏକ ପ୍ରତିଯୋଗିତା ହୋଇଗଲା। ତାଙ୍କ ଚାରିପାଖରେ ଭିଡ ଜମିଲା। ପରିସ୍ଥିତି ଏପରି ହେଲା ଯେ ମୋନାଲିସାଙ୍କୁ ତାଙ୍କ ମୁହଁ ଲୁଚାଇବାକୁ ପଡିଲା।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Advertisment

ସେ ମହାକୁମ୍ଭକୁ ଯାଇଥିଲେ ମାଳା ବିକି ଟଙ୍କା ରୋଜଗାର କରିବେ ଆଉ ତାଙ୍କ ଗରିବ ପରିବାର ପାଇଁ ସହାୟ ହେବେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ ସେ ଘରକୁ ଫେରିଆସିଲେ।

ଖୋଲିଗଲା ଭାଗ୍ୟ:

ଭାଗ୍ୟଦେବୀ କିନ୍ତୁ ତାଙ୍କ ଉପରେ ସନ୍ତୁଷ୍ଟ ହୋଇଛନ୍ତି। ସେହି ସମୟର ତାଙ୍କର ସଂଗ୍ରାମ ବର୍ତ୍ତମାନ ତାଙ୍କର ଭାଗ୍ୟ ଖୋଲିଦେଇଛି। ପ୍ରଥମେ ତାଙ୍କୁ ଏକ ଫିଲ୍ମ ପ୍ରଦାନ କରାଯାଇଛି ଏବଂ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ସନୋଜ ମିଶ୍ର ନିଜେ ତାଙ୍କୁ ପାଠ ପଢାଇବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ମୋନାଲିସା ଆଦୌ ପାଠ ପଢି ନାହାନ୍ତି। ଏପରି ପରିସ୍ଥିତିରେ, ଯଦି କାମକୁ ନେଇ ଆଗକୁ ଯିବାକୁ ପଡେ, ନିଜ କାମକୁ ଠିକ ଭାବରେ କରିବାକୁ ହୁଏ ତେବେ କିଛି ନା କିଛି ପାଠ ପଢିବା ନିହାତି ଜରୁରୀ। ଏହାକୁ ଧ୍ୟାନରେ ରଖି ସନୋଜ ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

ସିଲଟ୍-ଖଡି ଧରିଲେ:

ସନୋଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଭିଡିଓରେ ସେ ମୋନାଲିସାଙ୍କୁ ସିଲଟ୍-ଖଡି ଧରେଇଛନ୍ତି ଆଉ ତାଙ୍କୁ ଅ, ଆ ପଢାଉଛନ୍ତି। ମୋନାଲିସା ମଧ୍ୟ ହାତରେ ଚକ୍‌ ଧରି ଲେଖିବାକୁ ଚେଷ୍ଟା କରୁଛନ୍ତି।

ମୋନାଲିସା ହୁଏତ ସ୍ୱପ୍ନରେ ମଧ୍ୟ ଭାବି ନ ଥିବେ ଯେ ଦିନେ ତାଙ୍କ ଜୀବନ ଏହିପରି ବଦଳିଯିବ। ସେ କେବଳ ଭଲ କାମ ପାଇବେ ନାହିଁ ବରଂ ପାଠ ପଢିବା ଏବଂ ଲେଖିବାର ସୁଯୋଗ ମଧ୍ୟ ପାଇବେ।

କହିବାକୁ ଗଲେ ସନୋଜ ମିଶ୍ର ତାଙ୍କ ଫିଲ୍ମ 'ଦ ମଣିପୁରର ଡାଏରୀ' ପାଇଁ ମୋନାଲିସାଙ୍କୁ ସାଇନ୍ କରାଇଛନ୍ତି। ଏକ ସୂଚନା ଅନୁଯାୟୀ, ‘ଡାଏରୀ ଅଫ୍ ମଣିପୁରର’ ଫିଲ୍ମର ବଜେଟ୍‌ ୨୦ କୋଟି ଟଙ୍କା ରହିଥିବା ବେଳେ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ମିଳିଛି। ଏଥିମଧ୍ୟରୁ ତାଙ୍କୁ ୧ ଲକ୍ଷ ଟଙ୍କା ସାଇନିଂ ଆମାଉଣ୍ଟ ଭାବରେ ପ୍ରଦାନ କରାଯାଇଛି। ବର୍ତ୍ତମାନ, ଏହି ଫିଲ୍ମରେ କାମ ଆରମ୍ଭ କରିବା ପୂର୍ବରୁ ସନୋଜ ମୋନାଲିସାଙ୍କୁ ଗ୍ରୁମ୍ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

Bollywood Viral Video Maha Kumbh Mela Mahakumbh 2025 Mahakumbh Monalisa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ