Advertisment

ଜୟାଙ୍କୁ ହାଇକୋର୍ଟଙ୍କ ଝଟକା; ଜାମିନ୍‌ ପାଇଁ ଗଣିବେ ୨୦ ଲକ୍ଷ ଟଙ୍କା

ବଲିଉଡ ଅଭିନେତ୍ରୀ ଜୟା ପ୍ରଦାଙ୍କ ପାଇଁ ବଢ଼ିଲା ଅଡୁଆ । ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଜୟାଙ୍କ ୬ମାସ ଜେଲ୍‌ ସଜା ଖାରଜ ଆବେଦନକୁ ମନା କରିଦେଇଛନ୍ତି ।

author-image
Manoranjan Behera
Jaya Prada

Jaya Prada

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟା ପ୍ରଦାଙ୍କ ପାଇଁ ବଢ଼ିଲା ଅଡୁଆ । ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଜୟାଙ୍କ ୬ମାସ ଜେଲ୍‌ ସଜା ଖାରଜ ଆବେଦନକୁ ମନା କରିଦେଇଛନ୍ତି । ଏହାଛଡ଼ା ତାଙ୍କୁ ଜାମିନ ପାଇଁ ତଳକୋର୍ଟରେ ହାଜର ହେବା ସହ ୨୦ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସମସ୍ୟା ଆରମ୍ଭ ହୋଇଥିଲା ଏବଂ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ।

ସୂଚନା ଅନୁଯାୟୀ, ଜୟା ପ୍ରଦା ଚେନ୍ନାଇରେ ଦୁଇଟି ଥିଏଟର ଚଳାଉଥିଲେ। ଥିଏଟରର ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଇଏସଆଇ ବାବଦ ଅର୍ଥ ଆଦାୟ କରୁଥିଲେ ମଧ୍ୟ ତାହାକୁ ରାଜ୍ୟ ଶ୍ରମ ବୀମା ନିଗମରେ ଦାଖଲ କରୁ ନଥିଲେ। ଫଳରେ ଶ୍ରମ ବୀମା ନିଗମ ପକ୍ଷରୁ ଜୟା ପ୍ରଦାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ସଂପତ୍ତି ଟିକସ ‌ନଦେବା କାରଣରୁ ଉକ୍ତ ଦୁଇଟି ଥିଏଟରର ସଂପତ୍ତିକୁ ପୂର୍ବରୁ ବ୍ୟାଜ୍ୟାପ୍ତି କରାଯାଇଛି।

Advertisment

ଜୟାପ୍ରଦା ଦୁଇଥର ଲୋକସଭାରେ ସମାଜବାଦୀ ପାର୍ଟି ତରଫରୁ ରାମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ଓ ୨୦୦୯ରେ ସେ ରାମପୁର ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ପରେ ତାଙ୍କୁ ଏସପି ବହିଷ୍କାର କରିଥିଲା ଏବଂ ପରେ ୨୦୧୪ ନିର୍ବାଚନରେ ସେ ଆରଏଲଡି ଟିକେଟରେ ବିଜନୋରରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ୨୦୧୯ରେ ଜୟାପ୍ରଦା ରାମପୁରରୁ ବିଜେପି ଟିକେଟରେ ଲଢିଥିଲେ ବି ପରାଜିତ ହୋଇଥିଲେ ।

Jaya Prada Madras HC
Advertisment
Advertisment