Maa poster released kajol eye contact with devil
ବଲିଉଡ୍ ଅଭିନେତ୍ରୀ କାଜୋଲ ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ 'ମା'କୁ ନେଇ ଉତ୍ସାହିତ। କାଜୋଲ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଆଗାମୀ ଫିଲ୍ମ 'ମା'ର ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟର୍ରେ କାଜୋଲ ଏବଂ ଜଣେ ସୈତାନଙ୍କୁ ଦେଖିବାକୁ ମିଳିଛି।
ଦୁହେଁ ପରସ୍ପରକୁ ରାଗରେ ଚାହିଁଛନ୍ତି। ଉଭୟ ପରସ୍ପରକୁ ଚାହିଁ ଚିତ୍କାର କରୁଥିବା ଦେଖାଯାଉଛି। ପୋଷ୍ଟରରେ ଲେଖାଯାଇଛି 'ରକ୍ଷକ, ଭକ୍ଷକ ଏବଂ ମାଆ'।
କାଜୋଲଙ୍କ ଦ୍ୱାରା ରିଲିଜ୍ ହୋଇଥିବା ପୋଷ୍ଟରରେ ଏକ ଆଶ୍ଚର୍ଯ୍ୟଜନକ ଅଡିଓ ଶୁଣିବାକୁ ମିଳୁଛି। ଏହି ଅଡିଓ ଖୁବ୍ ଦମଦାର ଲାଗୁଛି। ଲାଗୁଛି ଯେପରି କାଜୋଲ ସୈତାନ ସହିତ ଲଢ଼ିବାକୁ ପ୍ରସ୍ତୁତ। ପୋଷ୍ଟର୍ ରିଲିଜ୍ କରି କାଜୋଲ୍ କ୍ୟାପ୍ସନ୍ରେ ଲେଖିଛନ୍ତି “ରକ୍ଷକ, ଭକ୍ଷକ, ମାଆ'। ରକ୍ଷା କରିବା ବାଲା। ବର୍ବାଦ କରିବା ବାଲା। ଚାରି ଦିନ ପରେ ଟ୍ରେଲର୍ ଆସିବ।
ଅଧିକ ପଢ଼ନ୍ତୁ:ମୋଦିଙ୍କ ନେକ୍ଲେସ୍ ପିନ୍ଧି କାନ୍ସରେ ଚକ୍ମା ଦେଖାଇଲେ ଭାରତୀୟ ମଡେଲ୍; ରାତାରାତି ଭାଇରାଲ୍
କାଜୋଲ୍ ଇନ୍ଷ୍ଟାଗ୍ରାମ୍ରେ ଫିଲ୍ମ 'ମା'ର ପୋଷ୍ଟର ରିଲିଜ୍ କରିବା ମାତ୍ରେ ୟୁଜର୍ସଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ଅନେକ ୟୁଜର୍ସ ପୋଷ୍ଟରଟିକୁ ପସନ୍ଦ କରିଛନ୍ତି ଏବଂ ଅନେକ ୟୁଜର୍ସ ଏଥିରେ ମତାମତ ଦେଇଛନ୍ତି।
ଜଣେ ଲେଖିଛନ୍ତି - ଏହି ସିନେମା ନିଶ୍ଚିତ ଭାବରେ ଦମଦାର ହେବ!!' ଆଉ ଜଣେ ଲେଖିଛନ୍ତି - କାଜୋଲ ଏବେ ରାଜ୍ କରିବାକୁ ଆସୁଛନ୍ତି।
କାଜୋଲଙ୍କ ଫିଲ୍ମ 'ମା' ଏକ ହରର୍, ସୁପରନାଚୁରାଲ୍ ଡ୍ରାମା। ଏଥିରେ କାଜୋଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ‘ଅଜୟ ଦେବଗନ ଫିଲ୍ମସ୍’ ଦ୍ୱାରା ପ୍ରଯୋଜିତ। ଏହାର ନିର୍ଦ୍ଦେଶକ ହେଉଛନ୍ତି ବିଶାଲ ଫୁରିଆ।
ନିକଟରେ କାଜୋଲ ଗଣମାଧ୍ୟମକୁ ତାଙ୍କ ଫିଲ୍ମ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏପର୍ଯ୍ୟନ୍ତ ତାଙ୍କର ସବୁଠାରୁ ଶକ୍ତିଶାଳୀ ଚରିତ୍ର।
'ମା'ରେ ରୋନିତ ରୟ ଏବଂ ଇନ୍ଦ୍ରାନିଲ ସେନ୍ଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୭ ଜୁନ୍ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ। ହିନ୍ଦୀ ବ୍ୟତୀତ ଏହି ଫିଲ୍ମଟି ତାମିଲ, ତେଲୁଗୁ ଏବଂ ବଙ୍ଗଳା ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748249763.jpg)